ହାତି ଧରା Hāti dharā

  • ଦେ. ବି — ବଣ ହାତିକୁ ପୋଷିବା ପାଇଁ ନାନା ଉପାୟରେ ଜଙ୍ଗଲରୁ ଧରିବା — Catching of wild elephants
  • ଦେ. ବି — [ଦ୍ର—ଦୁଇ ପ୍ରକାରେ ବଣହାତି ଧରାଯାଆନ୍ତି— 1 । ହାତିଙ୍କ ଚଳିବା ସ୍ଥାନରେ ସ୍ଥାନେ ସ୍ଥାନେ ଭୂମିରେ ବଡ଼ ଗହିରା ଗାତ (ଟୋପ) ଖୋଳି ତା ଉପରେ ବାଉଁଶ ଚାଞ୍ଚଡ଼ା, ଘାସଚେକା ଘୋଡ଼ାଇ ଦିଆ ହୋଇ— ଥାଏ; ହାତି ବୁଲୁ ବୁଲୁ ଖାତରେ ପଡ଼ିଗଲେ ଆଉ ଉଠି ପାରେ ନାହିଁ। ତା ପରେ ଶିକ୍ଷିତ ପୋଷା ହାତିଙ୍କୁ ନେଇ ଟୋପରେ ପଡ଼ିଥିବା ବଣ ହାତିକୁ ଉଠାଇ ଆଣି ଲୋକେ ମଣ କରନ୍ତି। — [ଦ୍ର—ଦୁଇ ପ୍ରକାରେ ବଣହାତି ଧରାଯାଆନ୍ତି—1 ହାତିଙ୍କ ଚଳିବା ସ୍ଥାନରେ ସ୍ଥାନେ ସ୍ଥାନେ ଭୂମିରେ ବଡ଼ ଗହିରା ଗାତ (ଟୋପ) ଖୋଳି ତା ଉପରେ ବାଉଁଶ ଚାଞ୍ଚଡ଼ା, ଘାସଚେକା ଘୋଡ଼ାଇ ଦିଆ ହୋଇ— ଥାଏ; ହାତି ବୁଲୁ ବୁଲୁ ଖାତରେ ପଡ଼ିଗଲେ ଆଉ ଉଠି ପାରେ ନାହିଁ ତା ପରେ ଶିକ୍ଷିତ ପୋଷା ହାତିଙ୍କୁ ନେଇ ଟୋପରେ ପଡ଼ିଥିବା ବଣ ହାତିକୁ ଉଠାଇ ଆଣି ଲୋକେ ମଣ କରନ୍ତି
  • ଦେ. ବି — ବଣରେ ଆବହମାନକାଳରୁ ପଡ଼ିଥିବା ହାତି— ଦାଣ୍ଡରୁ ସରୁଆ ବାଟ କାଟି ଖଣ୍ଡଦୂର ପର୍ଯ୍ୟନ୍ତ ଆଣି ସେଠାରେ ବଡ଼ ବଡ଼ କାଠର ଖୁଣ୍ଟଦ୍ୱାରା ଗୋଟିଏ ଖୁଆଡ଼ ତିଆର କରାଯାଏ; କଟା ହୋଇଥିବା ବାଟରେ ହାତିଙ୍କର ଲୋଭନୀୟ ଖାଦ୍ୟ ରଖାଯାଇଥାଏ। ହାତିପଲ ସେ ଖାଦ୍ୟକୁ ଦେଖି ଲୋଭରେ କ୍ରମଶଃ ଅଗ୍ରସର ହୋଇ ସେ ଖୁଆଡ଼ରେ ପଶିଗଲେ ଖୁଆଡ଼ର ବାଟକୁ ଜଗିଥିବା ଲୋକେ ଆଡ଼କାଠ ବା ଝୁଲାବାଟ ଦେଇ କିଳି ଦିଅନ୍ତି ଓ ସେଥିରେ ବନ୍ଦୀହେବା ହାତିମାନଙ୍କୁ ଶିକ୍ଷିତ ହାତିମାନଙ୍କ ସାହାଯ୍ୟରେ ଆୟତ୍ତ କରନ୍ତି। ଏହି ଖୁଆଡ଼କୁ ଖେଦା ବୋଲାଯାଏ।]