ହାତି ଦଣ୍ଡା Hāti daṇḍā

  • ଦେ. ବି—(ସଂ. ହସ୍ତ୍ରୀ ଓ ଦଣ୍ଡ) — ଗଭୀର ଅରଣ୍ୟରେ ହସ୍ତିଯୂଥମାନଙ୍କର ଗମନାଗମନ ପାଇଁ ହସ୍ତୀମାନଙ୍କ ଦ୍ୱାରା ପରିଷ୍କୃତ ବହୁଶତ କ୍ରୋଶ ଲମ୍ବ ମାର୍ଗ — A wide open track made by elephants in the dense forest running to hundreds of miles
  • ଦେ. ବି—(ସଂ. ହସ୍ତ୍ରୀ ଓ ଦଣ୍ଡ) — ହାତିପଲମାନଙ୍କ ଖୋଜ ପରି ଆକାଶରେ ଦକ୍ଷିଣ ପଶ୍ଚିମ କୋଣରୁ ଉତ୍ତର ପୂର୍ବ କୋଣକୁ ଲମ୍ବ ହୋଇ ଦେଖାଯିବା ଧଳା ମେଘର ଖଣ୍ଡମାନ — A long track of isolated fleecy clouds (resembling the track of a herd of elephants) extending from the south west to the north-east in the sky seen at times (this indicates that soon it will be raining)
  • ଦେ. ବି—(ସଂ. ହସ୍ତ୍ରୀ ଓ ଦଣ୍ଡ) — [ଦ୍ର—ଏହା ଦେଖାଗଲେ ଶୀଘ୍ର ବର୍ଷା ହେବ ବୋଲି ସୂଚିତ ହୁଏ।]
  • ଦେ. ବି—(ସଂ. ହସ୍ତ୍ରୀ ଓ ଦଣ୍ଡ) — ଛାୟାପଥ — The milky may