ହାତି ଚାଲି Hāti chāli

  • ଦେ. ବି—(ସଂ. ହସ୍ତୀ+ଚଳନ) — ହସ୍ତୀର ଗତି — The movement of an elephant
  • ଦେ. ବି—(ସଂ. ହସ୍ତୀ+ଚଳନ) — [ଦ୍ର—ଏହା 3 ପ୍ରକାର ଯଥା]— — [ଦ୍ର—ଏହା3ପ୍ରକାର ଯଥା]
  • ଦେ. ବି—(ସଂ. ହସ୍ତୀ+ଚଳନ) — ଧୀର ଚାଲି— ପାହୁଲିବା ବା ପାହୁଣ୍ଡ ପକାଇବା।
  • ଦେ. ବି—(ସଂ. ହସ୍ତୀ+ଚଳନ) — ତଦପେକ୍ଷା ଦ୍ରୁତଗତି—ପଲାଶିବା।
  • ଦେ. ବି—(ସଂ. ହସ୍ତୀ+ଚଳନ) — ଖୁବ୍ ଜୋର୍ରେ ଗତି—ହପାଲିବା ବା ଧପାଲିବା। ହାତି ଚାଲି ଚାଲି ଯେତେ, ଘୋଡ଼ା ଦଉଡ଼ି ଦଉଡ଼ି ସେତେ —ପ୍ରବଚନ ହାତିର ଅବୟବ ଅନୁସାରେ ତାହାର ପାହୁଣ୍ଡ ଘୋଡ଼ାଅପେକ୍ଷା ଅଧିକ ଥିବାରୁ ହାତି ଚାଲି କରି ନିର୍ଦ୍ଦିଷ୍ଟ ସମୟରେ ଯେତେ ପଥ ଅତିକ୍ରମ କରେ ଘୋଡ଼ା ଦଉଡ଼ି କରି ସେତିକି ପଥ ଯାଏ। ସେହିପରି ବଳବାନ୍ ଲୋକ ସାଧାରଣତଃ ନିର୍ଦ୍ଦିଷ୍ଟ ସମୟରେ ଯେତେ କାମ କରେ, ଦୁର୍ବଳ ବ୍ଯକ୍ତି ସେହି ସମୟରେ ବହୁ ଚେଷ୍ଟା କରି ତାହାହିଁ କରେ। ଏହି ଉପଲକ୍ଷେ ଏ ଉଦାହରଣ ଦିଆଯାଏ।]