ହାତ ଲଗାଇବା Hāta lagāibā
- ଦେ. କ୍ରି — କୌଣସି ବ୍ଯକ୍ତିକୁ ପ୍ରହାର କରିବାପାଇଁ ତା ଦେହରେ ହସ୍ତ ସ୍ପର୍ଶ କରିବା — To touch a person's body to strike blows
- ଦେ. କ୍ରି — କୌଣସି ଦ୍ରବ୍ୟରେ ହସ୍ତ ସ୍ପର୍ଶ କରିବା — To touch a thing with one's hand
- ଦେ. କ୍ରି — କୌଣସି ବ୍ଯକ୍ତିର ଦେହରେ ହାତ ସ୍ପର୍ଶ କରିବା — To touch another's body with one's hands
- ଦେ. କ୍ରି — ଆଶୀର୍ବାଦାର୍ଥ କୌଣସି ବ୍ଯକ୍ତିଙ୍କ ଦେହକୁ ବା ମୁଣ୍ଡକୁ ଆଉଁସିବା ବା ସ୍ପର୍ଶ କରିବା — To touch or rub a person's body or head in order to bless him
- ଦେ. କ୍ରି — କୌଣସି ବ୍ଯକ୍ତିଙ୍କ ଚିକିତ୍ସା ବା ଆରୋଗ୍ୟ କରିବା ପାଇଁ ତାଙ୍କ ଦେହକୁ ସ୍ପର୍ଶ କରିବା — To touch a person's body with a view to cure or treat him
- ଦେ. କ୍ରି — କୌଣସି କାର୍ଯ୍ୟାରମ୍ଭ କରିବା — To begin to do a work