ହାତ ବୁଲେଇବା Hāta buleibā
- ଦେ. କ୍ରି — ଚାରିଆଡ଼େ ହସ୍ତକୁ ବା ବାହୁକୁ ସଞ୍ଚାଳନ କରିବା — To move one's hand about
- ଦେ. କ୍ରି — ହାତଦ୍ୱାରା ଚାରିଆଡ଼େ ଦରାଣ୍ଡିବା — To grope about with the hands
- ଦେ. କ୍ରି — କୌଣସି ଅଙ୍ଗ ଉପରେ କରତଳକୁ ଇତସ୍ତତଃ ସଞ୍ଚାଳିତ କରିବା — To move the palm over any part of the body
- ଦେ. କ୍ରି — ଦେହକୁ ଆଉଁସିବା — To massage the body
- ଦେ. କ୍ରି — ଛୋଟ ପଦାର୍ଥକୁ ଚୋରି କରିବା — To pilfer
- ଦେ. କ୍ରି — କୌଣସି ବ୍ଯକ୍ତିକୁ ଠକାଇ ବା ଫୁସୁଲାଇ କିଛି ଧନ ବା ପଦାର୍ଥ ନେବା — To take some money or thing from a person by cheating or wheedling him
- ଦେ. କ୍ରି — ଘରେ ପଶି ଚୋରି କରିବା — To steal from a house
- ଦେ. କ୍ରି — (ଯଥା—ଚୋର ତା ଘରେ ହାତ ବୁଲେଇଦେଇ ଗଲେ ଯେ, କନା ଖଣ୍ଡିଏ ସୁଦ୍ଧା ଘରେ ନାହିଁ।)
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟରେ ସମ୍ପୂର୍ଣ୍ଣରୂପେ ମନୋଯୋଗୀ ହେବା — (figurative) To be very attentive to a work
- ଦେ. କ୍ରି — (ଉ—ଉନ୍ନତିର ସର୍ବାଙ୍ଗେ ସେ ବୁଲାଇବେ ହାତ, ହେବେ ତହିଁ କୃତକାର୍ଯ୍ୟ ସେ ଅମୃତହସ୍ତା—ଚିନ୍ତାମଣି, ବିକ୍ରମାଦିତ୍ୟ।)