ହାତ ପଶିବା Hāta paṡibā

  • ଦେ. ବି — କୌଣସି ଛିଦ୍ରରେ ବାହୁର ପ୍ରବେଶ — The thrusting of one's hands to a hole or opening
  • ଦେ. ବି — [ଦ୍ର—ହାତ ପଶୁ ପଶୁ ବାହା ପଶେ—ଦେ. ପ୍ରବଚନ—ଏହାର ତାତ୍ପର୍ଯ୍ୟ ଏହି ଯେ, ଦର— ମେଲା କବାଟର ଫାଙ୍କରେ ପ୍ରଥମେ ହାତ ପୂରାଇବା ବ୍ଯକ୍ତି କ୍ରମଶଃ ଠେଲି ଠେଲି ବାହୁ ପର୍ଯ୍ୟନ୍ତ ପୂରାନ୍ତି; ସେହିପରି ପ୍ରଥମେ ସାମାନ୍ୟ ସମ୍ପର୍କମାତ୍ରରୁ ଆରମ୍ଭ କରି କ୍ରମେ କ୍ରମେ ପୂର୍ଣ୍ଣ ଅଧିକାର ଲାଭ କରିବା ସ୍ଥଳରେ ପ୍ରଯୁଜ୍ୟ ପ୍ରବଚନ ବା ନ୍ଯାୟ।]
  • ଦେ. ବି — କୌଣସି ବସ୍ତୁର ହାତ ଦ୍ୱାରା ବ୍ଯବହାର — The use of a thing by the hand
  • ଦେ. ବି — (ଯଥା—ଲଙ୍କାମରିଚ ଗଛରେ ନୂଆ ହୋଇ ହାତ ପଶୁଛି।)