ହାତ ଧରିବା Hāta dharibā

  • ଦେ. କ୍ରି — ମିନତି କରିବା ବା ନେହୁରା ହେବା ବା କ୍ଷମାପ୍ରାର୍ଥନା ପାଇଁ ଅନ୍ୟର ହସ୍ତକୁ ଧାରଣ କରିବା — To take hold of a person's hand in supplication or in asking forgiveness or tendering apology
  • ଦେ. କ୍ରି — ସ୍ତ୍ରୀକୁ ବା ପୁରୁଷକୁ ବିବାହ କରିବା; ପାଣିଗ୍ରହଣ କରିବା — To marry a person
  • ଦେ. କ୍ରି — (ଉ—ବ୍ରହ୍ମାଣ୍ଡ ନାଥ ହାତ ଧରି ଅନାଥ କି ଶୁଭୁଅଛି ଜଗତେ—ଭଞ୍ଜ, ବୈଦେହୀଶ ବିଳାସ।)