ହାତ ଚଳାଇବା Hāta chaḻāibā

  • ଦେ. କ୍ରି — ବ୍ରାହ୍ମଣମାନେ ପଂକ୍ତିଭୋଜନ ଉପଲକ୍ଷରେ ଭୋଜନାରମ୍ଭ ପୂର୍ବରୁ ସମସ୍ତ ଯୁଗପତ୍ ଚଳୁମନ୍ତ୍ର ବୋଲି ଗଣ୍ଡୂଷମାତ୍ର ଜଳ ଆଚମନ କରିବା — To sip a few drops of water after uttering some formulas before beginning to eat during a caste dinner of Brāhmaṇas
  • ଦେ. କ୍ରି — [ଦ୍ର—ପଂକ୍ତିଭୋଜନବେଳେ ସମସ୍ତଙ୍କ ପତ୍ରରେ ଭାତ, ଡାଲି, ଘିଅ ଲାଗି ସାରିବାପରେ 'ମହାଜନ— ମାନେ ହାତ ଚଳାନ୍ତୁ' ବା 'ମହାଜନମାନଙ୍କର ହାତ ଚଳୁ' ବୋଲି ସେମାନଙ୍କ ମଧ୍ୟରୁ ଜଣେ ଡାକିଦେଲେ ସମସ୍ତେ ହାତ ଚଳାନ୍ତି ବା ଚଳୁ କରି ଭୋଜନ ଆରମ୍ଭ କରନ୍ତି।]
  • ଦେ. କ୍ରି — (ବହୁଲୋକ) ଯୁଗପତ୍ ଖାଇବାକୁ ଆରମ୍ଭ କରିବା — (Many persons simultaneously) To begin to eat
  • ଦେ. କ୍ରି — ହାତ ଚଳାଇବା (ଦେଖ) — Hāta chalāibā (See)
  • ଦେ. କ୍ରି — କ୍ଷିପ୍ରତା ସହିତ କାର୍ଯ୍ୟ କରିବା — To hurry on with a work