ହାତ ଗଣ୍ଠି Hāta gaṇṭhi

  • ଦେ. ବି (ସଂ. ହସ୍ତ ଓ ଗ୍ରନ୍ଥି) — କଚଟି; ମଣିବନ୍ଧ — Wrist
  • ଦେ. ବି (ସଂ. ହସ୍ତ ଓ ଗ୍ରନ୍ଥି) — ବିବାହବେଦୀରେ କନ୍ଯା— ପିତାଙ୍କର ବରକୁ କନ୍ଯା ଦାନ କରିବା ସମୟରେ କନ୍ୟାର ହାତର ଲେଡ଼ିକୁ ରଖି ପୁରୋହିତଙ୍କର ଓ କନ୍ୟା ପିତାଙ୍କ ମନ୍ତ୍ରୋଚ୍ଚାରଣ ପୂର୍ବକ କୁଶକୁ ଗଣ୍ଠି ପକାଇ ବାନ୍ଧିବା ରୂପ କର୍ମ — The marriage knot; the ceremony of tying the right palm of the bride to that of the bridegroom by a kusa-string tied in a knot by muttering some formulas
  • ଦେ. ବି (ସଂ. ହସ୍ତ ଓ ଗ୍ରନ୍ଥି) — [ଦ୍ର—ଏହାହଁ ବିବାହ ବନ୍ଧକର ଚିହ୍ନ। ହାତଗଣ୍ଠି ନ ପଡ଼ିବା ପର୍ଯ୍ୟନ୍ତ ବିବାହ ସମ୍ପାଦିତ ହୋଇ ନ ଥାଏ ଓ ହାତଗଣ୍ଠ ପଡ଼ି ସାରିଲାରୁ ବିବାହ କ୍ରିୟା ସମ୍ପନ୍ନ ହେଲା ବୋଲି ବିବେଚିତ ହୁଏ। ପୁରୋହିତ ବର କନ୍ୟାଙ୍କ ହାତ— ଗଣ୍ଠିପକାନ୍ତି ଓ କନ୍ୟାକର୍ତ୍ତା ସମ୍ପ୍ରଦାନମନ୍ତ୍ର ପାଠ ଓ ଯୌତୁକ ଦାନ କରିବା ବାକ୍ୟ ଉଚ୍ଚାରଣ କରନ୍ତି; ତତ୍ପରେ ବର କନ୍ୟାକୁ ଗ୍ରହଣ କରିବାର ବାକ୍ୟ ଉଚ୍ଚାରଣ କରନ୍ତି; ତତ୍ପରେ ଉକ୍ତ ହାତଗଣ୍ଠିକୁ ପୁରୋହିତ ବା କୌଣସି ଅବିବାହିତା ବାଳିକା ଆସି ମୋଚନ କରନ୍ତି।]