ହାଣ୍ଡି Hāṇḍi
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ମାଟିରେ ଚଉଡ଼ା— ମୁହାଁପାକପାତ୍ର — Wide-mouthed earthen pot for cooking
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — [ଦ୍ର—ଚଉଡ଼ାମୁହାଁ ପାକପାତ୍ରକୁ ସାଧାରଣତଃ ହାଣ୍ଡି କହିଥାଆନ୍ତ; କିନ୍ତୁ 1 ୳ ଫୁଟ୍ ଠାରୁ 2 ଫୁଟ୍ ବ୍ୟାସ ବିଶିଷ୍ଟ ମୁହଁ ଥିବା ପାତ୍ରକୁ ହାଣ୍ଡି ବୋଲାଯାଏ; ସେଥୁରୁ ବଡ଼ ପାତ୍ରକୁ ନଉତି ବୋଲାଯାଏ ଓ ଛୋଟ ପାତ୍ରକୁ ଆଟିକା ବୋଲାଯାଏ। — [ଦ୍ର—ଚଉଡ଼ାମୁହାଁ ପାକପାତ୍ରକୁ ସାଧାରଣତଃ ହାଣ୍ଡି କହିଥାଆନ୍ତ; କିନ୍ତୁ1୳ ଫୁଟ୍ ଠାରୁ2ଫୁଟ୍ ବ୍ୟାସ ବିଶିଷ୍ଟ ମୁହଁ ଥିବା ପାତ୍ରକୁ ହାଣ୍ଡି ବୋଲାଯାଏ; ସେଥୁରୁ ବଡ଼ ପାତ୍ରକୁ ନଉତି ବୋଲାଯାଏ ଓ ଛୋଟ ପାତ୍ରକୁ ଆଟିକା ବୋଲାଯାଏ
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ସବୁଠାରୁ ବଡ଼ ହାଣ୍ଡିକୁ ନଉତା, ନଉତି, ତା ଅପେକ୍ଷା ଛୋଟକୁ ହାଣ୍ଡି, ତହିଁରୁ ଛୋଟକୁ ତାଡ଼ିଆ, ତହୁଁ ଛୋଟକୁ ଆଟିକା; ତହୁଁ ଛୋଟକୁ ଓଳି ଓ ତହୁଁ ଛୋଟକୁ ବଢ଼ା କହନ୍ତି। ଯେଉଁ ଆଟିକାରେ ବା ହାଣ୍ଡିରେ ଯେତେ ଓଜନର ଚାଉଳ ରାନ୍ଧିଲେ ତାହା ଉତୁରି ନ ପଡ଼େ, ସେହି ପରିମାଣ ଅନୁସାରେ ହାଣ୍ଡିରେ ନାମ ହୁଏ ଯଥା—ପାଆକିଆ ହାଣ୍ଡି, (ଯହିଁରେ ପାଏ ଚାଉଳର ଭାତ ରନ୍ଧା ଯାଇ ପାରିବ)। ଏହିପରି ସେରିକିଆ, ଦିସେରିଆ, ଅଧସେରିଆ ହାଣ୍ଡି ଇତ୍ୟାଦି। ହାଣ୍ଡିରେ ମୁହଁରେ ଘୋଡ଼ାଇବା ପାଇଁ ପଲମ, ତେଲଉଣି, ପିହାଣ ଓ ସରା ଆଦି ବ୍ଯବହୃତ ହୁଏ।
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ହାଣ୍ଡି ଆଦି ପ୍ରଥମେ କଞ୍ଚା ମାଟିରେ ଗଢ଼ାଯାଏ। ପରେ ବହୁତ ଗୁ଼ଡ଼ିଏ ହାଣ୍ଡିକୁ କୁମ୍ଭାରମାନେ 'ଶାଳ'ରେ ପୋଡ଼ନ୍ତି ତତ୍ପରେ ତାହା ବ୍ଯବହାରଯୋଗ୍ୟ ହୁଏ। ଅନ୍ନମହାପ୍ରସାଦ ରନ୍ଧାଯିବା ବଡ଼ ପାତ୍ରକୁ ହାଣ୍ଡି ବୋଲାଯାଏ ଓ ଛୋଟ ପାତ୍ରକୁ କୁଡ଼ୀଆ ବା କୁଡ଼ୁଆ ବୋଲାଯାଏ (କୁଡ଼ୁଆତଳେ ଟୀକା ଦେଖ)।
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ଭିନ୍ନ ଭିନ୍ନ ହାଣ୍ଡିର 'ଅଭିପ୍ରେତ' ବ୍ଯବହାର, ଆକାର, ତହିଁରେ ରଖାଯିବା ବସ୍ତୁ ଓ ହାଣ୍ଡିର ଅବସ୍ଥା ଅନୁସାରେ ହାଣ୍ଡି ପୂର୍ବେ ଅନ୍ଯ ଶବ୍ଦମାନ ବ୍ଯବହୃତ ହୁଏ ଯଥା—ଅଥାର ହାଣ୍ଡି, ଅନ୍ତୁଡ଼ି ହାଣ୍ଡି, ଅନ୍ନ ହାଣ୍ଡି, ଅମୃତ ହାଣ୍ଡି, ଆଇଁଶ(ଶି) ହାଣ୍ଡି, ଆଖୁଶାଳ ହାଣ୍ଡି, ଇ(ଏ)ମାର ହାଣ୍ଡି, ଉଖୁଡ଼ା ହାଣ୍ଡି, ଉଗୁଡ଼ା ହାଣ୍ଡି, କଞ୍ଚା ହାଣ୍ଡି, କଣା ହାଣ୍ଡି, କଳା ହାଣ୍ଡି, କାନିକା ହାଣ୍ଡି, କୁଳୁଚି ହାଣ୍ଡି, ଖିରି ହାଣ୍ଡି, ଗୁଡ଼ ହାଣ୍ଡି, ଗୋବରପାଣି ହାଣ୍ଡି, ଗୋରୁ ହାଣ୍ଡି, ଚିତ୍ର ହାଣ୍ଡି, ଚୁଆ ହାଣ୍ଡି ଛୁଆଁ ହାଣ୍ଡି, ଛୁତିକିଆ ହାଣ୍ଡି, ଜଳଜଳା ହାଣ୍ଡି, ଝରା ହାଣ୍ଡି, ତଇଳ ବା ତୌଳ ହାଣ୍ଡି, ତେଣ୍ଡା ହାଣ୍ଡି, ଦଗଧ ବା ଦଗ୍ଧ ହାଣ୍ଡି, ଦଦରା ହାଣ୍ଡି, ଦଶତୁଠ ହାଣ୍ଡି ବା ଦଶ ହାଣ୍ଡି, ଦୁଃଖୀଶ୍ୟାମ ହାଣ୍ଡି, ଦୁଧ ହାଣ୍ଡି, ଧାନ ଉଷୁଆଁ ହାଣ୍ଡି, ନିରା(ରେ)ଇଁଶ ହାଣ୍ଡି, ନୂଆ ହାଣ୍ଡି, ପଣା ହାଣ୍ଡି, ପରଶା ହାଣ୍ଡି, ପାଆ(ଇ)କିଆ ହାଣ୍ଡି, ପାଗଛଡ଼ା ହାଣ୍ଡି, ପାଗ ହାଣ୍ଡି, ପାଣ ହାଣ୍ଡି, ପିଠ[ଠେ]ଉ ହାଣ୍ଡି, ପିଣ୍ଡ ହାଣ୍ଡି, ପିତଳ ହାଣ୍ଡି, ପୃଥକ ହାଣ୍ଡି, ପେଜପାଣି ହାଣ୍ଡି, ବାଇଜ(ଜି) ହାଣ୍ଡି, ବାଇହାଣ୍ଡି, ବାଲିଜଳା ହାଣ୍ଡି, ବିସର୍ଜନ ହାଣ୍ଡି, ଭଜାଭଜି ହାଣ୍ଡି, ଭାତ ହାଣ୍ଡି, ଭାର ହାଣ୍ଡି, ଭିନେ(ନ୍ନ) ହାଣ୍ଡି, ମଙ୍ଗୁଳା ହାଣ୍ଡି, ମଠ ହାଣ୍ଡି, ମାଛ ହାଣ୍ଡି, ମାଟି— ଗୋବର ହାଣ୍ଡି, ମାଡ଼ ହାଣ୍ଡି, ମାରା(ରୁ) ହାଣ୍ଡି, ମୂର୍ତ୍ତିକିଆ ବା ମୃତିକିଆ ହାଣ୍ଡି, ଲିପାପୋଛା ହାଣ୍ଡି, ସଜ ହାଣ୍ଡି, ସମାଦି(ଧି) ହାଣ୍ଡି ଇତ୍ୟାଦି।
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ହାଣ୍ଡି ଶବ୍ଦଯୁକ୍ତ ପ୍ରଚଳିତ ଢଗ, ପ୍ରବଚନ ଓ ନ୍ଯାୟ—
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ଅମୃତ ହାଣ୍ଡିରେ ବିଷ କଣିକାଏ, ହାଣ୍ଡିଏ[କ] ଅମୃତରେ ବିଷ କଣିକାଏ—ନ୍ଯାୟ।
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ହାଣ୍ଡିଏ(କ) ଭାତରୁ ଗୋଟିଏ ଚିପବା—ନ୍ଯାୟ।
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ସହସ୍ର ହାଣ୍ଡିକୁ(କି) ଏକ ଠେଙ୍ଗା—ନ୍ଯାୟ
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ହାଣ୍ଡି ଭିତରେ ସରାଟିଏ—ନ୍ଯାୟ।
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ହାଣ୍ଡି ମୁହଁରେ ବା ଭାରହାଣ୍ଡିରେ ଉଖୁଡ଼ା ଦେବା—ନ୍ଯାୟ
- ଦେ. ବି—(ସଂ. ହାଣ୍ଡୀ, ହାଣ୍ଡିକା, ଭାଣ୍ଡ) — ହାଣ୍ଡିରେ ଖାଏ, ଗୋଡ଼ରେ ପଡ଼ିଲେ ଗାଧୋଇଯାଏ— ବ୍ୟଙ୍ଗ