ହାଣ୍ଡି ହସିବା Hāṇdi hasibā
- ଦେ. ବି — ଜଳନ୍ତା ନିଆଁ ଉପରେ ବସିଥିବା ହାଣ୍ଡିର ପିଠିରେ ବା ଗାଣ୍ଡିରେ ଲାଗିଥିବା କଳାରେ ମନ୍ଦା ମନ୍ଦା ହୋଇ ନିଆଁ ଲାଗିବା (ତାହା ହାଣ୍ଡିର ହସିବା ସଙ୍ଗେ ସଙ୍ଗେ ତୁଳନା କରାଯାଏ) — The soots on the back of a cooking pot becoming ignited in patches while the pot is on a brisk fire
- ଦେ. ବି — [ଦ୍ର—ଫଳତଃ ପାକାର୍ଥ ବ୍ଯବହୃତ ହାଣ୍ଡିର ପିଠି ଆଦିରୁ କଳାପାକ ଉତ୍ତମରୂପେ ପୂର୍ବରୁ ଧୁଆ ହୋଇ ନ ଥିଲେ ତାହା ଜଳନ୍ତା ନିଆଁ ଉପରେ ବସିଲାବେଳେ ସେ କଳାର କଣିକା— ମାନଙ୍କରେ ନିଆଁ ଲାଗି ତାହା ନିଆଁରେ ଦାଉ ଦାଉ କରେ। ଲୋକେ ଏହାକୁ 'ହାଣ୍ଡି ହସିବା' କହନ୍ତି ଓ ଯାହା ଘରେ ହାଣ୍ଡି ହସିବା ଦେଖାଯାଏ, ସେହି ପରିବାରରେ ଶୀଘ୍ର ବିବାହାଦି କୌଣସି ଶୁଭାନୁଷ୍ଠାନ ଘଟିବ ବୋଲି ଲୋକେ ବିଶ୍ୱାସ କରନ୍ତି।]