ହାଣ୍ଡନୋଟ୍ Hāṇḍnoṭ
- ବୈଦେ. ବି (ଇଂ. ହାଣ୍ଡ୍ ନୋଟ୍) — ତଲବମାତ୍ରେ ଟଙ୍କା ସୁଝିବା ପାଇଁ କରାର କରି ମହାଜନକୁ ଖାତକଙ୍କ ଲେଖିଦେବା ଦଲିଲ — Handnote; I O U
- ବୈଦେ. ବି (ଇଂ. ହାଣ୍ଡ୍ ନୋଟ୍) — (ଦ୍ର— ଏଥିରେ ଷ୍ଟାମ୍ପ୍ କାଗଜ ଦରକାର ହୁଏ ନାହିଁ। ସାଧା କାଗଜରେ ଖାତକ ରସିଦ ଟିକଟ୍ ମାରି ଲେଖି ଦିଅନ୍ତି—ମୁଁ ଏ ଟଙ୍କା ଆପଣ (ମହାଜନ)ଙ୍କ ତଲବମାତ୍ରେ (କେବଳ ଅସଲ କିମ୍ବା ଅସଲ ଓ ସୁଧ) ଅଦାଏ ଦେବି। ହାଣ୍ଡନୋଟ୍ରେ ମିଆଦି ଲେଖା ହୁଏ ନାହିଁ; କିନ୍ତୁ ଏହା ତିନି ବର୍ଷରେ ତମାଦି ହୁଏ। ପ୍ରମିସେରି ନୋଟ୍ରେ ମହାଜନଙ୍କୁ କିମ୍ବା ମହାଜନ ଯାହାଙ୍କୁ ବରାଦ କରିବେ, ତାଙ୍କୁ ଏ ଟଙ୍କା ଦେବାକୁ ଖାତକ ଲେଖିଥାଆନ୍ତି। ହାଣ୍ଡନୋଟରେ ତଲବ ମାତ୍ରେ ସୁଝିବା ଲେଖା ଥାଏ। ପ୍ରମିସେରି ନୋଟ୍ରେ ସାକ୍ଷୀ ପଡ଼ନ୍ତି ନାହିଁ। ବାଣିଜ୍ୟ ବ୍ଯବସାୟ ଉପଲକ୍ଷରେ ଯେଉଁ ହାଣ୍ଡ୍ନୋଟ୍ ଲେଖାଯାଏ ତାକୁ ହୁଣ୍ଡି କହନ୍ତି।)