ହାଟରେ ପକାଇବା Hāṭare pakā ibā
- ଦେ. କ୍ରି — ବର୍ହେଇ ପାଟକ କରିବା; ଜାତିଆଣ ସଭାରେ ବା ଗ୍ରାମ୍ୟ ବା ସ୍ଥାନୀୟ ପଞ୍ଚାଏତଙ୍କ ଦ୍ୱାରା ଅମୀମାଂସିତ ବିଷୟର ଅପକ୍ଷପାତ ଓ ସର୍ବବାଦିସମ୍ମତ ମୀମାଂସାପାଇଁ ତାହା ହାଟରେ ସମବେତ ନାନା ଅଞ୍ଚଳରୁ ଆଗତ ନାନା ଜାତିର ବ୍ଯକ୍ତିମାନଙ୍କ ନିକଟରେ ମୀମାଂସାର୍ଥ ଉପସ୍ଥାପିତ କରିବା — To lay a difficult social question for decision before the people assembled at a market
- ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ଗୁପ୍ତ ବିଷୟକୁ ସର୍ବସାଧାରଣରେ ଉଚ୍ଚୈଃସ୍ୱରରେ ପ୍ରକାଶ କରିବା; ପ୍ରଘଟ କରିବା — (figurative) To publish aloud any secret