ହାଟର ଭିତରେ ବ୍ରହ୍ମଜ୍ଞାନ Hāṭara bhitare brahmajn̄āna

  • ଦେ. ପ୍ରବଚନ — ବହୁ ଲୋକଙ୍କ ଗଣ୍ଡଗୋଳ ମଧ୍ୟରେ ଆଧ୍ୟାତ୍ମିକ ତତ୍ତ୍ୱ ବ୍ୟାଖ୍ୟା କରିବା ରୂପ ପଣ୍ଡଶ୍ରମ — An analogy applied to a cases where a person wants to preach metaphysics to the throng assembled at a fair
  • ଦେ. ପ୍ରବଚନ — [ଦ୍ର—ହାଟରେ ନାନା ଦେଶରୁ ନାନା ଉଦ୍ଦେଶ୍ୟରେ ସମବେତ ବହୁଲୋକ ସମାଗମ ହେବାରୁ ମହା ଗଣ୍ଡଗୋଳ ହୁଏ। ସେଠାରେ ବ୍ରହ୍ମଜ୍ଞାନ ସମ୍ବନ୍ଧରେ ବା ଆଧ୍ୟାତ୍ମିକତତ୍ୱ ବିଷୟରେ ବକ୍ତୃତା ବା ଉପଦେଶ ଦେଲେ ତାହା ଲୋକେ ଏ ହଟ୍ଟଗୋଳରେ ସ୍ଥିର ହୋଇ ଶୁଣି ପାରନ୍ତି ନାହିଁ। ଏପରି ଅବସ୍ଥାରେ ହାଟମଧ୍ୟରେ ବ୍ରହ୍ମଜ୍ଞାନ ଉପଦେଶ ଦେବାର ପ୍ରୟାସ ବୃଥା ମାତ୍ର।]
  • ଦେ. ପ୍ରବଚନ — ପ୍ରକାଶ୍ୟ ଭାବରେ ବହୁଲୋକଙ୍କ ଉପସ୍ଥିତିରେ କୌଣସି ଗୁପ୍ତ ରହସ୍ୟ ପ୍ରକାଶ କରିବା ସ୍ଥଳେ ପ୍ରଯୋଜ୍ୟ ପ୍ରବଚନ — An analogy used when a person speaks out any secret matter publicly