ହାଟ ନିଶାପ Hāṭa niṡāpa

  • ଦେ. ବି — ବରେଇ ପାଟକ; ଯେଉଁ ଜାତିସମ୍ବନ୍ଧୀୟ ସାମାଜିକ ପ୍ରଶ୍ନ ବା ଅନ୍ଯ ସମସ୍ୟା ଜାତିଭାଇଙ୍କ ନିକଟରେ ମୀମାଂସା ହୋଇ ନ ପାରେ ତାକୁ ହାଟରେ ସମବେତ ବହୁ ସ୍ଥାନରୁ ଆଗତ ବହୁ ଜାତୀୟ ବ୍ଯକ୍ତିଙ୍କ ଆଗରେ ପକାଇ ମୀମାଂସା କରାଯିବା ନିଶାପ — The mode of adjudication of a social question or any other delicate point [Which could not be settled by the caste panchayat) by the people assembled at a market
  • ଦେ. ବି — [ଦ୍ର—ଯେଉଁ ସାମାଜିକ ବିବାଦମାନ ଜାତିଆଣ ସଭାରେ ବା ଗ୍ରାମ ସଭାରେ ମୀମାଂସିତ ହୋଇ ନ ପାରେ, ପକ୍ଷମାନେ ହାଟକୁ ଯାଇ ହାଟରେ ସମବେତ ଜନତାଙ୍କ ଆଗେ ତାହା ଉପସ୍ଥାପିତ କରନ୍ତି ଓ ସେଠାରେ ସମବେତ ଅନିର୍ଦ୍ଦିଷ୍ଟ ବ୍ଯକ୍ତିମାନଙ୍କ ମଧ୍ୟରୁ ଅଧିକାଂଶ ଯାହା ମତ ଦିଅନ୍ତି ତାହା ପକ୍ଷମାନେ ଗ୍ରହଣ କରନ୍ତି]