ହାଟ କରିବା Hāṭa karibā

  • ଦେ. କ୍ରି — ହାଟରୁ ପ୍ରୟୋଜନୀୟ ପଣ୍ୟ ଦ୍ରବ୍ୟ କିଣିବା — To purchase one's necessary articles from a market
  • ଦେ. କ୍ରି — ହାଟକୁ ନିଜର ବିକ୍ରେୟ ପଣ୍ୟଦ୍ରବ୍ୟ ନେଇ ବିକିବା — To sell one's commodities in a market
  • ଦେ. କ୍ରି — ଗୋଟିଏ ନୂତନ ହାଟ ପ୍ରତିଷ୍ଠିତ କରିବା — To open or start a fair
  • ଦେ. କ୍ରି — ବ୍ଯବସାୟ କରିବାପାଇଁ ହାଟକୁ ଯିବା — To go to a market for business
  • ଦେ. କ୍ରି — (ଲକ୍ଷଣାର୍ଥ) ପ୍ରଘଟ କରିବା; କୌଣସି ବିଷୟ ରାଷ୍ଟ୍ର କରିବା — (figurative) To proclaim or publish any matter
  • ଦେ. କ୍ରି — (ଲକ୍ଷଣାର୍ଥ) (ହାଟରେ ବହୁଜନ ସମାଗମଯୋଗୁଁ ସର୍ବଦା ଗୋଳମାଳ ହେଉଥିବାରୁ) ଗୋଳମାଳ କରିବା; ହଟ୍ଟଗୋଳ କରିବା — (figurative) To make a noise; to set up a row