ହାଙ୍ଗର Hāṅgara

  • ସଂ. ବି—(ହାଁ=ଅନୁକରଣ ଶବ୍ଦ, ମୁଖ ବିସ୍ତାର ପୂର୍ବକ ଶବ୍ଦ +ଗୃ ଧାତୁ=ଗ୍ରାସ କରିବା+କର୍ତ୍ତୃ. ଅ, ମୁଖ ବିସ୍ତାର ଓ ଶବ୍ଦ କରି ଯେ ଅନ୍ଯ ଜନ୍ତୁକୁ ଗ୍ରାସ କରେ) — ମଗର; ବାଳିଆ ଜାତୀୟ ତୀକ୍ଷ୍ଣ ଦନ୍ତ ବୃହଦାକାର ସମୁଦ୍ରଜୀବୀ ହିଂସ୍ର ମତ୍ସ୍ୟବିଶେଷ — Shark; Carcharias Gangeticus
  • ସଂ. ବି—(ହାଁ=ଅନୁକରଣ ଶବ୍ଦ, ମୁଖ ବିସ୍ତାର ପୂର୍ବକ ଶବ୍ଦ +ଗୃ ଧାତୁ=ଗ୍ରାସ କରିବା+କର୍ତ୍ତୃ. ଅ, ମୁଖ ବିସ୍ତାର ଓ ଶବ୍ଦ କରି ଯେ ଅନ୍ଯ ଜନ୍ତୁକୁ ଗ୍ରାସ କରେ) — [ଦ୍ର—ଏହାର ଲମ୍ବରେ 5।6 ହାତ ପର୍ଯ୍ୟନ୍ତ ବଢ଼େ। ଏହା ବାଳିଆ ମାଛ ପରି ଓ ଏହାର ଦାନ୍ତପାଟିରେ ଥିବା କରତଦାଢ଼ ପରି ଦାନ୍ତଯୁକ୍ତ ଗାଲିସିମାନ ଏଡ଼େ ଦାଢ଼ୁଆ ଯେ, ତଦ୍ଦ୍ୱାରା ସେ ମନୁଷ୍ୟ ଦେହକୁ ଅଳ୍ପକ୍ଷଣ ମଧ୍ୟରେ ଦୁଇ ଗଡ଼ କରି କାଟିଦିଏ। ଏହାର ଦେହରେ ଅତି କ୍ଷୁଦ୍ର କାତି ଥାଏ। ଏହାର ଦେହ ମୁଦ୍ଗର ପରି ମୁଣ୍ଡ ଆଡ଼ୁ ମୋଟ ହୋଇ ଲାଞ୍ଜ ଆଡ଼କୁ କ୍ରମଶଃ ସରୁ ହୋଇ ଯାଇଥାଏ। ଏହା ସମୁଦ୍ରରେ ଓ ଲୁଣିପାଣିରେ ରହେ। ଚୈତ୍ର, ବୈଶାଖ ଓ ଜ୍ୟୈଷ୍ଠ ମାସରେ ଏହା କଲିକତା ନିକଟବର୍ତ୍ତୀ ଗଙ୍ଗା ନଦୀରେ ଦେଖାଯାଏ। ଏହା ଚିଲିକାରେ ମଧ୍ୟ ଦେଖାଯାଏ। ହାଙ୍ଗର ଦୁଇ ପ୍ରକାର। 1 —ଖଣ୍ଡା ମଗର (ଏହାର ମୁହଁର ଉପର ଓଠରୁ ଗୋଟିଏ ପାନିଆ ଭଳି ଦୁଇ ଆଂଶିଆ କରତ ବାହାରି ଥାଏ। 2 —ମୁଣ୍ଡା ମଗର ଏହାର ଉପର ପାଟି ତଳପାଟି ଅପେକ୍ଷା ଆଗକୁ ବାହାରିଥାଏ। ଏହି ମୁଣ୍ଡା ମଗରମାନେ ମନୁଷ୍ୟକୁ ଆକ୍ରମଣ କରି ଗିଳି ଯାଆନ୍ତି। ସମୁଦ୍ରରେ ଏମାନେ ଦଳବଦ୍ଧ ହୋଇ ଜାହାଜ ପଛରେ ଗୋଡ଼ାଇବା ଓ ଜାହାଜ ଲଙ୍ଗର ହେବା ସ୍ଥାନରେ ବିଚରଣ କରିବା ଦେଖାଯାଏ ଓ ଜାହାଜରୁ ମନୁଷ୍ୟ ପାଣିରେ ପଡ଼ିଗଲେ ହାଙ୍ଗର ତାକୁ ଖାଇଯାଆନ୍ତି। ଏକ ଏକ ଜାତୀୟ ହାଙ୍ଗର 3। 4 ଫୁଟ ଲମ୍ବ ହୁଅନ୍ତି। ଭାରତବର୍ଷରେ ଚିତ୍ର ଆଦିରେ ଓ ସବାରି ବାଉଁଶର ମୁହଁରେ ହାଙ୍ଗର ମୁହଁ ଅଙ୍କିତ ହୋଇଥାଏ। ବାଲା (ବଳୟ)ର ମୁହଁରେ ଚିତ୍ର ହୋଇଥିବା ହାଙ୍ଗରର ଉପର ମୁହଁର ପାଟି ଶୁଣ୍ଡ ପରିଉପରକୁ ବଙ୍କା ହୋଇ ଉଠିଥାଏ।] — [ଦ୍ର—ଏହାର ଲମ୍ବରେ56ହାତ ପର୍ଯ୍ୟନ୍ତ ବଢ଼େ ଏହା ବାଳିଆ ମାଛ ପରି ଓ ଏହାର ଦାନ୍ତପାଟିରେ ଥିବା କରତଦାଢ଼ ପରି ଦାନ୍ତଯୁକ୍ତ ଗାଲିସିମାନ ଏଡ଼େ ଦାଢ଼ୁଆ ଯେ, ତଦ୍ଦ୍ୱାରା ସେ ମନୁଷ୍ୟ ଦେହକୁ ଅଳ୍ପକ୍ଷଣ ମଧ୍ୟରେ ଦୁଇ ଗଡ଼ କରି କାଟିଦିଏ ଏହାର ଦେହରେ ଅତି କ୍ଷୁଦ୍ର କାତି ଥାଏ ଏହାର ଦେହ ମୁଦ୍ଗର ପରି ମୁଣ୍ଡ ଆଡ଼ୁ ମୋଟ ହୋଇ ଲାଞ୍ଜ ଆଡ଼କୁ କ୍ରମଶଃ ସରୁ ହୋଇ ଯାଇଥାଏ ଏହା ସମୁଦ୍ରରେ ଓ ଲୁଣିପାଣିରେ ରହେ ଚୈତ୍ର, ବୈଶାଖ ଓ ଜ୍ୟୈଷ୍ଠ ମାସରେ ଏହା କଲିକତା ନିକଟବର୍ତ୍ତୀ ଗଙ୍ଗା ନଦୀରେ ଦେଖାଯାଏ ଏହା ଚିଲିକାରେ ମଧ୍ୟ ଦେଖାଯାଏ ହାଙ୍ଗର ଦୁଇ ପ୍ରକାର1—ଖଣ୍ଡା ମଗର (ଏହାର ମୁହଁର ଉପର ଓଠରୁ ଗୋଟିଏ ପାନିଆ ଭଳି ଦୁଇ ଆଂଶିଆ କରତ ବାହାରି ଥାଏ2—ମୁଣ୍ଡା ମଗର ଏହାର ଉପର ପାଟି ତଳପାଟି ଅପେକ୍ଷା ଆଗକୁ ବାହାରିଥାଏ ଏହି ମୁଣ୍ଡା ମଗରମାନେ ମନୁଷ୍ୟକୁ ଆକ୍ରମଣ କରି ଗିଳି ଯାଆନ୍ତି ସମୁଦ୍ରରେ ଏମାନେ ଦଳବଦ୍ଧ ହୋଇ ଜାହାଜ ପଛରେ ଗୋଡ଼ାଇବା ଓ ଜାହାଜ ଲଙ୍ଗର ହେବା ସ୍ଥାନରେ ବିଚରଣ କରିବା ଦେଖାଯାଏ ଓ ଜାହାଜରୁ ମନୁଷ୍ୟ ପାଣିରେ ପଡ଼ିଗଲେ ହାଙ୍ଗର ତାକୁ ଖାଇଯାଆନ୍ତି ଏକ ଏକ ଜାତୀୟ ହାଙ୍ଗର3 4ଫୁଟ ଲମ୍ବ ହୁଅନ୍ତି ଭାରତବର୍ଷରେ ଚିତ୍ର ଆଦିରେ ଓ ସବାରି ବାଉଁଶର ମୁହଁରେ ହାଙ୍ଗର ମୁହଁ ଅଙ୍କିତ ହୋଇଥାଏ ବାଲା (ବଳୟ)ର ମୁହଁରେ ଚିତ୍ର ହୋଇଥିବା ହାଙ୍ଗରର ଉପର ମୁହଁର ପାଟି ଶୁଣ୍ଡ ପରିଉପରକୁ ବଙ୍କା ହୋଇ ଉଠିଥାଏ]