ହାଉଳି ଖାଇବା Hāuḻi khāibā

  • ଦେ. କ୍ରି — କଞ୍ଚା ନିଦରୁ ଉଠି ହଠାତ୍ ଭୀତ ହୋଇ ବା ବାଉଳା ହୋଇ ବିଛଣାରେ ବା ଭୂମିରେ ଦରାଣ୍ଡି ହେବା — 1. To grope on the bed or ground on being suddenly awaken from deep sleep
  • ଦେ. କ୍ରି — [ଉ—ମାଇକିନିଆମାନେ ନିଦବାଉଳାରେ ହାଉଳି ଖାଇ ଦେହ ଲୁଗା ଘେନି + + + ଗଛ ମୂଳରେ ବସି ଅଛନ୍ତି—ଫକୀର ମୋହନ, ଛମାଣ ଆଠଗୁଣ୍ଠ]
  • ଦେ. କ୍ରି — ଦଳ ଦଳ ହୋଇ ଇତସ୍ତତଃ ବୁଲିବା — To move in crowds at random; to wonder aimlessly in crowds
  • ଦେ. କ୍ରି — [ଯଥା—ଶ୍ରାବଣମାସରେ ମେଘ ହାଉଳି ଖାଉଥାଏ]
  • ଦେ. କ୍ରି — ଭୟରେ କାଉଳା ବା ଅସ୍ଥିର ହେବା — To become restless through fear
  • ଦେ. କ୍ରି — ଭୁଲୁଣ୍ଠିତ ହେବା; ଗଡ଼ଗଡ଼ାଇ ହେବା — To wallow or roll on the ground