ହାଇଦର୍ ଆଲି Hāidar āli
- ବୈଦେ. ବି (ନାମ) (ଆ) — ମହୀଶୁରର ଜଣେ ସ୍ୱର୍ଗତ ସୁଲତାନ — (Hayder Ali); A late Sultan of Mysore
- ବୈଦେ. ବି (ନାମ) (ଆ) — [ଦ୍ର—ଏ ପ୍ରଥମେ ମହୀଶୁର ରାଜାଙ୍କ ସୈନ୍ୟଦଳଭୁକ୍ତ ହୋଇ ଗୋଟିଏ ଚାକିରି କରିବା ପରେ ସେନାପତି ହୋଇ ଥିଲେ। ସେ 1761 ଖ୍ରୀ.ରେ ମହୀଶୂର ରାଜାଙ୍କୁ ଗାଦିରୁ ତଡ଼ି ଆପେ ମହୀଶୂରର ସିଂହାନନରେ ବସିଲେ ଓ ଦାକ୍ଷି— ଣାତ୍ୟର ନିଜାମଙ୍କ ସଙ୍ଗେ ଇଂରେଜଙ୍କ ବିପକ୍ଷତାରେ ସନ୍ଧିରେ ଆବଦ୍ଧ ହେଲେ। କିନ୍ତୁ ଏ ଦୁହିଙ୍କୁ ଇଂରେଜମାନେ ପରାସ୍ତ କଲେ। ପରେ ଏହାଙ୍କ ସଙ୍ଗେ ଇଂରେଜଙ୍କର 1769 ଖ୍ରୀ. ରେ ସନ୍ଧି ହେଲା। କିନ୍ତୁ ଉକ୍ତ ସନ୍ଧିର ସର୍ତ୍ତ ଅନୁସାରେ ଇଂରେଜ ମାନେ ହାଇଦରଙ୍କୁ ମରହଟ୍ଟାଙ୍କ ବିରୋଧରେ ସାହାଯ୍ୟ କଲେ ନାହିଁ। ପ୍ରଥମ ମରହଟ୍ଟା ଯୁଦ୍ଧରେ ଏ ଇଂରେଜମାନଙ୍କ ବିରୋଧରେ ମରହଟ୍ଟାମାନଙ୍କୁ ସାହାଯ୍ୟ କରିଥିଲେ। ତତ୍ପରେ ଏହାଙ୍କ ସଙ୍ଗେ ଇଂରେଜମାନଙ୍କର ଦ୍ୱିତୀୟ ମହୀଶୂର ଯୁଦ୍ଧ ( 1780 ଖ୍ରୀ.) ହୋଇଥିଲା। ଏହାଙ୍କର 1782 ସାଲରେ ମୃତ୍ୟୁ ହେବାରୁ ଏହାଙ୍କ ପୁତ୍ର ଟିପୁ ସୁଲ୍ତାନ୍ ମହୀଶୂର ସିଂହାସନରେ ବସିଲେ। ଏହାଙ୍କ ନାମ ଅନୁସାରେ ଦକ୍ଷିଣର ହାଇଦରାବାଦ ରାଜ୍ୟର ନାମକରଣ ହୋଇଅଛି] — [ଦ୍ର—ଏ ପ୍ରଥମେ ମହୀଶୁର ରାଜାଙ୍କ ସୈନ୍ୟଦଳଭୁକ୍ତ ହୋଇ ଗୋଟିଏ ଚାକିରି କରିବା ପରେ ସେନାପତି ହୋଇ ଥିଲେ ସେ1761ଖ୍ରୀ.ରେ ମହୀଶୂର ରାଜାଙ୍କୁ ଗାଦିରୁ ତଡ଼ି ଆପେ ମହୀଶୂରର ସିଂହାନନରେ ବସିଲେ ଓ ଦାକ୍ଷି— ଣାତ୍ୟର ନିଜାମଙ୍କ ସଙ୍ଗେ ଇଂରେଜଙ୍କ ବିପକ୍ଷତାରେ ସନ୍ଧିରେ ଆବଦ୍ଧ ହେଲେ କିନ୍ତୁ ଏ ଦୁହିଙ୍କୁ ଇଂରେଜମାନେ ପରାସ୍ତ କଲେ ପରେ ଏହାଙ୍କ ସଙ୍ଗେ ଇଂରେଜଙ୍କର1769ଖ୍ରୀ. ରେ ସନ୍ଧି ହେଲା କିନ୍ତୁ ଉକ୍ତ ସନ୍ଧିର ସର୍ତ୍ତ ଅନୁସାରେ ଇଂରେଜ ମାନେ ହାଇଦରଙ୍କୁ ମରହଟ୍ଟାଙ୍କ ବିରୋଧରେ ସାହାଯ୍ୟ କଲେ ନାହିଁ ପ୍ରଥମ ମରହଟ୍ଟା ଯୁଦ୍ଧରେ ଏ ଇଂରେଜମାନଙ୍କ ବିରୋଧରେ ମରହଟ୍ଟାମାନଙ୍କୁ ସାହାଯ୍ୟ କରିଥିଲେ ତତ୍ପରେ ଏହାଙ୍କ ସଙ୍ଗେ ଇଂରେଜମାନଙ୍କର ଦ୍ୱିତୀୟ ମହୀଶୂର ଯୁଦ୍ଧ (1780ଖ୍ରୀ.) ହୋଇଥିଲା ଏହାଙ୍କର1782ସାଲରେ ମୃତ୍ୟୁ ହେବାରୁ ଏହାଙ୍କ ପୁତ୍ର ଟିପୁ ସୁଲ୍ତାନ୍ ମହୀଶୂର ସିଂହାସନରେ ବସିଲେ ଏହାଙ୍କ ନାମ ଅନୁସାରେ ଦକ୍ଷିଣର ହାଇଦରାବାଦ ରାଜ୍ୟର ନାମକରଣ ହୋଇଅଛି]