ହାଇକୋର୍ଟ Hāikorṭ

  • ବୈଦେ. ବି (ଇଂ) — ଇଂରେଜଙ୍କ ଶାସନରେ ଭାରତର ବିଭିନ୍ନ ପ୍ରଦେଶର ରାଜଧାନୀମାନଙ୍କରେ ପ୍ରତିଷ୍ଠିତ ଉଚ୍ଚତମ ବିଚାରାଳୟ — High Court of Judicature
  • ବୈଦେ. ବି (ଇଂ) — [ଦ୍ର—ଏଥିରେ କେତେଗୁଡ଼ିଏ ଜଜ ଥାଆନ୍ତି। ଏମାନଙ୍କୁ ଜଷ୍ଟିସ୍ — (Justice)ବୋଲାଯାଏ ତାଙ୍କ ମଧ୍ୟରେ ପ୍ରଧାନ ଜଜଙ୍କୁ ଚିଫ୍ ଜଷ୍ଟିସ୍(Chief Justice)ବୋଲାଯାଏ ସାଧାରଣ ମକଦ୍ଦମା ଏମାନେ ଯୋଡ଼ି ଯୋଡ଼ି ହୋଇ ବିଚାର କରିବାକୁ ବସନ୍ତି ଏ ଯୋଡ଼ିଙ୍କୁ ଡିଭିଜନ୍ ବେଞ୍ଚ୍(Division Bench)ବୋଲାଯାଏ ଗୁରୁତର ଆଇନ୍ ସମସ୍ୟା ବିଚାର କରିବାକୁ ଦୁଇଜଣଙ୍କ ଅପେକ୍ଷା ଅଧିକ ଜଜ ବସନ୍ତି ଏହାକୁ ଫୁଲ୍ ବେଞ୍ଚ୍(Full Bench)କହନ୍ତି ସ୍ପେସଲ ବେଞ୍ଚ୍(special Bench)ସାମାନ୍ୟ ସାମାନ୍ୟ ମୂଲ୍ୟର ମକଦମା ଓ ଦଉରା ମକଦମା ବିଚାର କରିବାକୁ ଜଣେ ଜଜ୍ ବସନ୍ତି ଏହାକୁ ସିଙ୍ଗଲ୍ ବେଞ୍ଚ୍(Single Bench)କହନ୍ତି ହାଇକୋଟ୍ର ସିରସ୍ତାଦାରଙ୍କୁ ରେଜିଷ୍ଟ୍ରାର୍(Registrar)କହନ୍ତି ହୋଇକୋଟ୍ର ଅନେକଗୁ଼ଡ଼ିଏ ବିଚାର ବିଭାଗ ଅଛି—ଯଥା,
  • ବୈଦେ. ବି (ଇଂ) — ସରନଓ — (Original)
  • ବୈଦେ. ବି (ଇଂ) — ଅପିଲ — (Appellate)
  • ବୈଦେ. ବି (ଇଂ) — ମଉସନ — (Revisional)
  • ବୈଦେ. ବି (ଇଂ) — ନୌବିଭାଗ — (Admiralty)
  • ବୈଦେ. ବି (ଇଂ) — ବିବାହ ବିଭାଗ — (Matrimonial)ଇତ୍ୟାଦି ପାଟନା ହାଇକୋଟ୍ରୁ ଦୁଇଜଣ ଜଜ୍ କଟକକୁ3ମାସରେ ଥରେ ଆସି, ଓଡ଼ିଶାର ମକଦ୍ଦମାନେ ବିଚାର କରନ୍ତି ଏହାକୁ ସର୍କିଟ୍ କୋଟ୍(Circuit Court)କହନ୍ତି ଏହି ଶବ୍ଦ ସମ୍ପର୍କରେ କେତେଗୁଡ଼ିଏ ଇଂରାଜି ଶବ୍ଦ ଭାଷାରେ ଚଳୁଅଛି, ଯଥା—ରେଜିଷ୍ଟ୍ରାର୍, ଟ୍ରାନ୍ସ୍ଲେଟର୍, ରୁଲ୍ ସର୍କ୍ୟୁଲର୍, ଜଜ୍, ଜଷ୍ଟିସ୍]