ହସ୍ତୀ Hastī
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ହାତୀ; କରୀ; ଭାରତରେ ଓ ଆଫ୍ରିକାରେ ମିଳୁଥିବା ବୃଦଦାକାର ଓ ଶୁଣ୍ଡଯୁକ୍ତ ପଶୁ — 1. The elephant
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ସଂ. ପର୍ଯ୍ଯାୟ— ଇଭ, କରୀ, ଅନେକପ, ଅନ୍ତଃସ୍ୱେଦ, କଟକୀ, କଟୀ, କରଟୀ, କରଭୀ, କରେଣୁ, କର୍ଣ୍ଣିକୀ, କୁଞ୍ଜର, କୁମ୍ଭୀ, ଗଜ, ଜଳକଙ୍କ, ଜଳକାଙ୍କ୍ଷ, ଦୀର୍ଘମାରୁତ, ଦନ୍ତାବଳ, ଦନ୍ତୀ, ଦ୍ୱିରଦ, ଦ୍ୱିରଦନ, ଦ୍ୱିପ, ଦ୍ରୂମାରି, ନାଗ, ନିର୍ଝର, ପଞ୍ଚନଖ, ପଦ୍ମୀ, ପିଣ୍ଡପାଦ, ପୀଲୁ, ପୁଷ୍କରୀ, ପେଚିଲ, ପେଟକୀ, ବରାଙ୍ଗ, ବାରଣ, ବିଲୋମଜିହ୍ୱ, ବିଷାଣୀ, ଭଦ୍ର, ମତଙ୍ଗ, ମତଙ୍ଗଜ, ମହାବଳ, ମହାମଦ, ମହାମୃଗ, ମାତଙ୍ଗ, ରଜନୀ, ରାଜୀବ, ଲତାଳକ, ଲିଙ୍ଗୀ, ଶୂର୍ପକର୍ଣ୍ଣ, ଶୃଙ୍ଗାରୀ, ଷଷ୍ଠିହାୟନ, ସାମଯୋନି, ସିନ୍ଦୂରତିଳକ, ସାମଜ, ସିନ୍ଧୁର, ସ୍ତମ୍ବେରମ, ସ୍ତରମ।]
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] [ଦ୍ର—ପ୍ରାଚୀନ ଭାରତୀୟମାନେ ହସ୍ତୀମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରିଥିଲେ। ଯଥା— 1 । ଭଦ୍ର—ଉଚ୍ଚ 7 ହାତ, ଦୀର୍ଘ 8 ହାତ, ଉଦରର ପରିଧି 10 ହାତ। ଏମାନେ ବର୍ତ୍ତୁଳାକାର, ବଳବାନ ଓ ସମାନ ପ୍ରତ୍ୟଙ୍ଗବିଶିଷ୍ଟ। ଏମାନଙ୍କ ଦନ୍ତର ବର୍ଣ୍ଣ ଈଷତ୍ ହଳଦିଆମିଶା ଫକାନାଲି। 2 । ମନ୍ଦ୍ର—ଉଚ୍ଚତା ଓ ଉଦର ପରିଧି ଭଦ୍ରଠାରୁ ହାତେ ଲେଖାଏଁ କମ୍; ଦୀର୍ଘତାରେ ଭଦ୍ରର ସମାନ। ଏମାନେ ସ୍ଥୂଳୋଦର, ସିଂହଦୃଷ୍ଟି, ବୃହଚ୍ଚର୍ମ, ବୃହଦ୍— ଗଳଦେଶ, ଦୀର୍ଘମୁଣ୍ଡ ଓ ଦୀର୍ଘାବୟବ। 3 । ମୃଗ—ଏମାନେ ଉଚ୍ଚତା, ଦୈର୍ଘ୍ୟ ଓ ଉଦର— ପରିଧରେ ଭଦ୍ରଠାରୁ ହାତେଲେଖାଏଁ କମ୍। ଏମାନଙ୍କ କଣ୍ଠ ଦନ୍ତ, କର୍ଣ୍ଣ; ଶୁଣ୍ଡ କ୍ଷୁଦ୍ରତର, ଚକ୍ଷୁସ୍ଥୂଳ ଓ ଆକାର ଖର୍ବ। 4 । ମିଶ୍ର ବା ମିଶ୍ର ମାତଳୀ—ଉପର୍ଯ୍ୟୁକ୍ତ ତିନିପ୍ରକାରର ହସ୍ତୀଙ୍କର କୌଣସି କୌଣସି ଲକ୍ଷଣଯୁକ୍ତ। ମତାନ୍ତରରେ ପୁରାଣୋକ୍ତ ଅଷ୍ଟଦିଗ୍ହସ୍ତୀଙ୍କ ନାମାନୁସାରେ ଶାସ୍ତ୍ରକାରମାନେ ହାତୀଙ୍କୁ ଆଠ ଶ୍ରେଣୀରେ ବିଭକ୍ତ କରିଅଛନ୍ତି। — [ଦ୍ର—ପ୍ରାଚୀନ ଭାରତୀୟମାନେ ହସ୍ତୀମାନଙ୍କୁ ଚାରି ଶ୍ରେଣୀରେ ବିଭକ୍ତ କରିଥିଲେ ଯଥା—1 ଭଦ୍ର—ଉଚ୍ଚ7ହାତ, ଦୀର୍ଘ8ହାତ, ଉଦରର ପରିଧି10ହାତ ଏମାନେ ବର୍ତ୍ତୁଳାକାର, ବଳବାନ ଓ ସମାନ ପ୍ରତ୍ୟଙ୍ଗବିଶିଷ୍ଟ ଏମାନଙ୍କ ଦନ୍ତର ବର୍ଣ୍ଣ ଈଷତ୍ ହଳଦିଆମିଶା ଫକାନାଲି2 ମନ୍ଦ୍ର—ଉଚ୍ଚତା ଓ ଉଦର ପରିଧି ଭଦ୍ରଠାରୁ ହାତେ ଲେଖାଏଁ କମ୍; ଦୀର୍ଘତାରେ ଭଦ୍ରର ସମାନ ଏମାନେ ସ୍ଥୂଳୋଦର, ସିଂହଦୃଷ୍ଟି, ବୃହଚ୍ଚର୍ମ, ବୃହଦ୍— ଗଳଦେଶ, ଦୀର୍ଘମୁଣ୍ଡ ଓ ଦୀର୍ଘାବୟବ3 ମୃଗ—ଏମାନେ ଉଚ୍ଚତା, ଦୈର୍ଘ୍ୟ ଓ ଉଦର— ପରିଧରେ ଭଦ୍ରଠାରୁ ହାତେଲେଖାଏଁ କମ୍ ଏମାନଙ୍କ କଣ୍ଠ ଦନ୍ତ, କର୍ଣ୍ଣ; ଶୁଣ୍ଡ କ୍ଷୁଦ୍ରତର, ଚକ୍ଷୁସ୍ଥୂଳ ଓ ଆକାର ଖର୍ବ4 ମିଶ୍ର ବା ମିଶ୍ର ମାତଳୀ—ଉପର୍ଯ୍ୟୁକ୍ତ ତିନିପ୍ରକାରର ହସ୍ତୀଙ୍କର କୌଣସି କୌଣସି ଲକ୍ଷଣଯୁକ୍ତ ମତାନ୍ତରରେ ପୁରାଣୋକ୍ତ ଅଷ୍ଟଦିଗ୍ହସ୍ତୀଙ୍କ ନାମାନୁସାରେ ଶାସ୍ତ୍ରକାରମାନେ ହାତୀଙ୍କୁ ଆଠ ଶ୍ରେଣୀରେ ବିଭକ୍ତ କରିଅଛନ୍ତି
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ଐରାବତ—ପାଣ୍ଡୁର, ଦୀର୍ଘ, ଅଳ୍ପ ଲୋମଯୁକ୍ତ ଶୁଭ୍ରଦନ୍ତ।
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ପୁଣ୍ଡରୀକ—କୋମଳଦେହ, ତୀକ୍ଷ୍ଣଦନ୍ତ, ଅତ୍ୟନ୍ତ ଜଳପ୍ରିୟ।
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ବାମନ—କର୍କଶଦେହ, ଖର୍ବ, ଲୋମଶ, ହ୍ରସ୍ୱ— ପୁଚ୍ଛ ଓ ହ୍ରସ୍ୱକର୍ଣ୍ଣ।
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] କୁମୁଦ—ଦୀର୍ଘ, କୁଦନ୍ତ, ସ୍ଥୂଳଗଣ୍ଡ, ମଳପୂର୍ଣ୍ଣ— ଦେହ; ଅତ୍ୟନ୍ତ କୋପନସ୍ୱଭାବ।
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ପୁଷ୍ପଦନ୍ତ—ଅନୂପଦେଶଜାତ, ହ୍ରସ୍ୱପୁଚ୍ଛ ଓ ଶୀଘ୍ରଗାମୀ।
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ସାର୍ବଭୌମ—ମରୁପ୍ରଦେଶବିଚରଣକାରୀ ଦୀର୍ଘକାୟ, କର୍କଶଦେହ। (ଏମାନଙ୍କଠାରୁ ଗଜମୁକ୍ତା ମିଳେ।)
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ସ୍ମପ୍ରତିକ—ଦୀର୍ଘଶୁଣ୍ଡ, ସ୍ଥୂଳଗଣ୍ଡ, ସର୍ବଦା ଭକ୍ଷ୍ୟପ୍ରିୟ, ହସ୍ତିନୀରତ।
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ଅଞ୍ଜନ—ସ୍ନିଗ୍ଧଦେହ, ଶ୍ରମବିମୁଖ, ସ୍ଥୂଳଦନ୍ତ; ଜଳାଭିଳାଷୀ।
- ସଂ. ବି. ପୁଂ [ହସ୍ତିନ୍ ଶବ୍ଦ 1 ମା 1 ବ] ବର୍ତ୍ତମାନ ଭାରତର ହସ୍ତିବ୍ଯବସାୟୀମାନେ ହାତୀଙ୍କୁ ପାଞ୍ଚ ଶ୍ରେଣୀର ବିଭକ୍ତ କରିଅଛନ୍ତି।