ହସ୍ତାବାପ Hastābāpa
- ସଂ. ବି—[ 6 ଷ୍ଠୀ ତତ୍, ହସ୍ତ+ଆବାପ] — ଧନୁ ମାରିବା ଲୋକଙ୍କ ଆଙ୍ଗୁଠିକୁ ରକ୍ଷା କରିବା ପାଇଁ ବ୍ଯବହୃତ ଚମଡ଼ାର ଖୋଳ — A leathern cap used on the fingers by an archer
- ସଂ. ବି—[ 6 ଷ୍ଠୀ ତତ୍, ହସ୍ତ+ଆବାପ] — [ଉ—ଧନୁ ହସ୍ତାବାପ ଯେ ଦୁହିଙ୍କି କାଟିଲେ, ଦୁଇ ପାର୍ଷ୍ଣି ସାରଥିଙ୍କର ପ୍ରାଣ ନେଲେ—କୃଷ୍ଣସିଂହ, ମହାଭାରତ, ଦ୍ରୋଣ]
- ସଂ ବିଣ — ହସ୍ତ ଦ୍ୱାରା ନିଗଡ଼ିତ (ବିଶ୍ୱକୋଷ) — Held tightly with the hand or hands; clasped