ହସ୍ତ ସୂତ୍ର Hasta sūtra
- ସଂ. ବି—( 6 ଷ୍ଠୀ ତତ୍, ହସ୍ତ+ସୂତ୍ର) — ବଳୟ; ହାତଖଡ଼ୁ (ହେମଚନ୍ଦ୍ର) — Bracelet
- ସଂ. ବି—( 6 ଷ୍ଠୀ ତତ୍, ହସ୍ତ+ସୂତ୍ର) — କୌତୁକ — ସୂତ୍ର; ବିବାହକାଳରେ ବରଙ୍କ ଓ କନ୍ୟାଙ୍କ ହାତରେ ବନ୍ଧାଯିବା ସୂତ୍ର; ମଙ୍ଗଳ ସୂତ୍ର—. A thread worn on the wrist by the bride and bridegroom during marriage
- ସଂ. ବି—( 6 ଷ୍ଠୀ ତତ୍, ହସ୍ତ+ସୂତ୍ର) — [ଦ୍ର—ବିବାହ ସଂସ୍କାରରେ ମଙ୍ଗଳାର୍ଥ ଏହି ସୂତ୍ର ବରଙ୍କର ଓ କନ୍ୟାଙ୍କର ଯଥାକ୍ରମେ ଦକ୍ଷିଣ ଓ ବାମ ହସ୍ତରେ ବାନ୍ଧିବାକୁ ହୁଏ। ନାନ୍ଦୀମୁଖ ଶ୍ରାଦ୍ଧ ପୂର୍ବେ ଗନ୍ଧାଧିବାସ ବାନ୍ଧିବାକୁ ହୁଏଷ ନାନ୍ଦୀମୁଖ ଶ୍ରାଦ୍ଧ ପୂର୍ବେ ଗନ୍ଧାଧିବାସ କରି 3 ଜଣ ସଧବା ସ୍ତ୍ରୀଲୋକ ବରଙ୍କର ଓ କନ୍ୟାର ମସ୍ତକକୁ ବସ୍ତ୍ରାଚ୍ଛାଦନ କରି ମସ୍ତକରେ ଅଭିଆଡ଼ି ସୂତା (ଅବିବାହିତା କନ୍ୟାଙ୍କ ଦ୍ୱାରା କଟା ହୋଇଥିବ ସୂତା) 3 , 5 ବା 7 ଖିଅ ବେଷ୍ଟନ କରନ୍ତି। ଉକ୍ତ ବେଷ୍ଟିତ ସୂତାକୁ ବରଙ୍କ ଓ କନ୍ୟାଙ୍କର ପାଦ ବାଟେ ଗଳାଇଆଣି ତାକୁ ହଳଦୀ ଦ୍ୱାରା ରଞ୍ଜିତ କରନ୍ତି। ପରେ ଏହି ସୂତ୍ରକୁ ବରଙ୍କ ଡାହାଣ ହାତରେ ଓ କନ୍ୟାଙ୍କ ବାମ ହାତରେ କେରାଏ ଦୁବ ସହିତ ବାନ୍ଧି ଦିଅନ୍ତି। ଏହି ହସ୍ତସୂତ୍ର ମାଙ୍ଗଳିକ ବିବାହର ଦ୍ରବ୍ୟ ଅଟେ। ସାତମଙ୍ଗଳା ପରେ ଏ ହସ୍ତସୂତ୍ର ହାତରୁ କାଢ଼ି ଦିଆଯାଏ—ବିଶ୍ୱକୋଷ। — [ଦ୍ର—ବିବାହ ସଂସ୍କାରରେ ମଙ୍ଗଳାର୍ଥ ଏହି ସୂତ୍ର ବରଙ୍କର ଓ କନ୍ୟାଙ୍କର ଯଥାକ୍ରମେ ଦକ୍ଷିଣ ଓ ବାମ ହସ୍ତରେ ବାନ୍ଧିବାକୁ ହୁଏ ନାନ୍ଦୀମୁଖ ଶ୍ରାଦ୍ଧ ପୂର୍ବେ ଗନ୍ଧାଧିବାସ ବାନ୍ଧିବାକୁ ହୁଏଷ ନାନ୍ଦୀମୁଖ ଶ୍ରାଦ୍ଧ ପୂର୍ବେ ଗନ୍ଧାଧିବାସ କରି3ଜଣ ସଧବା ସ୍ତ୍ରୀଲୋକ ବରଙ୍କର ଓ କନ୍ୟାର ମସ୍ତକକୁ ବସ୍ତ୍ରାଚ୍ଛାଦନ କରି ମସ୍ତକରେ ଅଭିଆଡ଼ି ସୂତା (ଅବିବାହିତା କନ୍ୟାଙ୍କ ଦ୍ୱାରା କଟା ହୋଇଥିବ ସୂତା)3,5ବା7ଖିଅ ବେଷ୍ଟନ କରନ୍ତି ଉକ୍ତ ବେଷ୍ଟିତ ସୂତାକୁ ବରଙ୍କ ଓ କନ୍ୟାଙ୍କର ପାଦ ବାଟେ ଗଳାଇଆଣି ତାକୁ ହଳଦୀ ଦ୍ୱାରା ରଞ୍ଜିତ କରନ୍ତି ପରେ ଏହି ସୂତ୍ରକୁ ବରଙ୍କ ଡାହାଣ ହାତରେ ଓ କନ୍ୟାଙ୍କ ବାମ ହାତରେ କେରାଏ ଦୁବ ସହିତ ବାନ୍ଧି ଦିଅନ୍ତି ଏହି ହସ୍ତସୂତ୍ର ମାଙ୍ଗଳିକ ବିବାହର ଦ୍ରବ୍ୟ ଅଟେ ସାତମଙ୍ଗଳା ପରେ ଏ ହସ୍ତସୂତ୍ର ହାତରୁ କାଢ଼ି ଦିଆଯାଏ—ବିଶ୍ୱକୋଷ