ହଲେଇହେବା Haleihebā
- ଦେ. କ୍ରି — ଅଙ୍ଗାଦିକୁ ନିଜେ ସଞ୍ଚାଳନ କରିବା — To swing one's limbs or ornaments voluntarily
- ଦେ. କ୍ରି — [ଉ—ସାଆନ୍ତଙ୍କ ଘର ଝିଅ, ହଲେଇ ହୁଅନ୍ତି ନାକ ଫୁଲ— ଗୁଣା, ଦେଖେଇ ହୁଅନ୍ତି ଦିହ—ଢଗ।]
- ଦେ. କ୍ରି — କଥାର ଭଙ୍ଗିରେ ବା କଥା କହିବା ଛଳରେ ବା ନିଜର ବାହାଦୁରି ବା ସୌନ୍ଦର୍ଯ୍ୟ ଦେଖାଇବା ପାଇଁ ମୁଖକୁ ଓ କାନନାକରେ ପିନ୍ଧିଥିବା ନୋଳି ବସୁଣି ଆଦି ଅଳଙ୍କାରକୁ ଇତସ୍ତତଃ ଚାଳିତ କରିବା। — To move one's face, and consequently the rings worn on the nose and ears, in different directions with a view to exhibit one's pride, excellence, beauty or ornaments
- ଦେ. କ୍ରି — ଅଙ୍ଗ ଚାଳନ ଓ ଆସ୍ଫାଳନପୂର୍ବକ କଥା କହିବା — To boast arrogantly by moving one's limbs
- ଦେ. କ୍ରି — (ଉ—ଖୋଇଲି ପେଇଲି ନୋହିଲି କିଛି, ହଲେଇ ହଉଛି ଗୁହାଳ ପୋଛି—ଢଗ—ସପତ୍ନୀର ସ୍ୱାମୀଙ୍କ ରକ୍ଷିତା ସ୍ତ୍ରୀପ୍ରତି ଆକ୍ରୋଶବାଣୀ]
- ଦେ. କ୍ରି — [ଦ୍ର—କୌଣସି ବାଳକ ବା ସ୍ତ୍ରୀ ଗୁରୁଜନଙ୍କ ନିକଟରେ ଆସ୍ପର୍ଦ୍ଧାପୂର୍ବକ କୌଣସି କଥା କହିଲେ ବା ଉଚ୍ଚବାଚ କଲେ ତାକୁ ଲୋକେ କହନ୍ତି—ଦେଖ, ସେ କେତେ ହଲେଇ ହୋଇ କଥା କହୁଛି।