ହଲଚଲ ହେବା Halachala hebā
- ଦେ. କ୍ରି — ଅସ୍ଥିର ହେବା — To be restless
- ଦେ. କ୍ରି — ମତକୁ ସ୍ଥିର ନ ରଖିବା — To be fickle not to be constant
- ଦେ. କ୍ରି — ଇତସ୍ତତଃ ଚାଳିତ ହେବା; ଚଗଲ ବଗଲ ହେବା — To move to and fro
- ଦେ. କ୍ରି — [କଥାରୁ] ବିଚଳିତ ହେବା — To deviate [from one's promise]
- ଦେ. କ୍ରି — [ଲକ୍ଷଣାର୍ଥ]—ନିର୍ଦ୍ଧିଷ୍ଟ ସୀମାକୁ ବା ସ୍ଥାନକୁ ବା ନିୟମକୁ ବ୍ୟତିକ୍ରମ କରିବା — [Figurative] To go beyond the prescribed limit; rule or place
- ଦେ. କ୍ରି — (ଯଥା—ସରକାର ଯେଉଁ ନିୟମ ବାନ୍ଧି ଦେଇ ଅଛନ୍ତି, ସେଥିରୁ ଟିକିଏ ହଲଚଲ ହେବାର ଜୋ ନାହିଁ।)