ହରଡ଼ ପକ୍ଷୀ Araṟḍ̠a pakshī

  • ଦେ. ବି (ସଂ. ହରିତାଳୁକ, ହାରିତ) — ପାରାବତ ବର୍ଗର 16। 17 ଆଙ୍ଗୁଳ ଦୀର୍ଘ ଏକପ୍ରକାର ପକ୍ଷୀ — ପାରାବତ ବର୍ଗର16 17ଆଙ୍ଗୁଳ ଦୀର୍ଘ ଏକପ୍ରକାର ପକ୍ଷୀ—A bird; the Bengal green pigeon; Crocopus phoenicopterus
  • ଦେ. ବି (ସଂ. ହରିତାଳୁକ, ହାରିତ) — [ଦ୍ର—ଏହାର ମୁଣ୍ଡ ପାଉଁଶିଆଁ; ପକ୍ଷ ଶାଗୁଅ; ପୁଚ୍ଛ ଚେପଟା, ଏମାନେ ବରଫଳ ଖାଆନ୍ତି। ଏ ପକ୍ଷୀର ମାଂସ ସୁସ୍ୱାଦୁ। ଏହା ଦେଖିବାକୁ ପାରାପରି; ପକ୍ଷ ଶାଗୁଆ, କିନ୍ତୁ ତାହାର ଅଗ୍ରଭାଗ— ମାନ ଧଳା। ବେକ ଚାରିପାଖେ ହରଡ଼ ଚୋପା ରଙ୍ଗର ନାଲି, ହଳଦିଆ ଡୋରି ବୁଲିଥାଏ। ବେକରେ ଖରା ପଡ଼ିଲେ ବେକ ମୟୂରଚନ୍ଦ୍ରିକାପରି ବେଳେ— ବେଳେ ଝଟକୁ ଥାଏ। ବେଦ୍ୟଶାସ୍ତ୍ର ମତରେ ଏହାର ମାଂସ କଷାୟମଧୁର, ଲଘୁ, ରୁକ୍ଷ, ଉଷ୍ଣ, ରକ୍ତପିତ୍ତକଫାପହ, ସ୍ୱେଦକର, ସ୍ୱରକର ଓ ଈଷତ୍ ବାତକର। ରାଜବଲ୍ଲଭ।]