ହର୍ଷ ବର୍ଦ୍ଧନ Harsha barddhana
- ସଂ. ବି ( 6 ଷ୍ଠୀ ତତ୍) — ଆହ୍ଲାଦର ବୃଦ୍ଧି ପାଇବା — Increase of delight
- ସଂ. ବି ( 6 ଷ୍ଠୀ ତତ୍) — (ନାମ) ଶିଳାଦିତ୍ୟ ରାଜା — Name of a king
- ସଂ. ବି ( 6 ଷ୍ଠୀ ତତ୍) — [ଦ୍ର—ବାଣକବି ଏହାଙ୍କର ସଭାପଣ୍ଡିତ ଓ ସଭାକବି ଥିଲେ।]
- ବିଣ — ଯାହା ହର୍ଷ ବୃଦ୍ଧି କରାଏ — Increasing delight
- ବିଣ — [ଦ୍ର—କେତେକ ଦିନ ପୂର୍ବେ ନବଭାରତ ପତ୍ରିକାରେ ପ୍ରକାଶିତ "ଉତ୍କଳରେ ହର୍ଷାବ୍ଦର ବ୍ଯବହାର" ନାମକ ପ୍ରବନ୍ଧରେ ନାନା ଯୁକ୍ତିଦ୍ୱାରା ମୁଁ ପ୍ରମାଣ କରିଥିଲି ଯେ, ହର୍ଷାବ୍ଦର ଅସ୍ତିତ୍ୱ ସନ୍ଦେହ ଜନକ ବିଷୟ ଓ ଉତ୍କଳରେ ହର୍ଷାବ୍ଦ ଆଦୌ ପ୍ରଚଳିତ ହେଉ ନ ଥିଲା। କିନ୍ତୁ ଉତ୍କଳର କେତେକ ବିଶିଷ୍ଟ ଐତିହାସିକ ମୋର ମତ ଗ୍ରାହ୍ୟ ନୁହେ ବୋଲି ମତ ପୋଷଣ କରନ୍ତି। ତେଣୁ, ମୋର ମତକୁ ଦୃଢ଼ କରିବାପାଇଁ ମୁଁ ପର୍ବୋକ୍ତ ପ୍ରମାଣମାନଙ୍କ ବ୍ୟତୀତ ନିମ୍ନରେ ଆଉ କେତୋଟି ପ୍ରମାଣ ଦେଲି।
- ବିଣ — ଭାରତର ପୂର୍ଣ୍ଣାଙ୍ଗ ଓ ସତ୍ୟମୂଳକ ଇତିହାସ ଆଜି ପର୍ଯ୍ୟନ୍ତି ମିଳି ନାହିଁ। ତେଣୁ, ଯେଉଁ ପ୍ରାଚୀନ ନରପତିମାନଙ୍କ ସମ୍ବନ୍ଧରେ ବିଶେଷ ସଂବାଦ ମିଳିଅଛି, ସେମାନେ ଭାରତର ଅତୀତ ଇତିହାସର ଗଭୀର ଅନ୍ଧକାର ମଧ୍ୟରେ କ୍ଷୀଣ ଆଲୋକ ରେଖା ସ୍ୱରୂପ ବିଦ୍ଯମାନ। ଇତିହାସ ପାଠ କରି ସମସ୍ତଙ୍କର ଧାରଣା ଜନ୍ମିଛି ଯେ, ହର୍ଷବର୍ଦ୍ଧନ ଭାରତର ଶେଷ ସ୍ୱାଧୀନ ଓ ବିକ୍ରମଶାଳୀ ହିନ୍ଦୁ ନରପତି, ଶେଷ ହିନ୍ଦୁସାମ୍ରାଜ୍ୟର ପ୍ରତି— ଷ୍ଠାତା। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତ। ହର୍ଷବର୍ଦ୍ଧନଙ୍କ ପରେ ମଧ୍ୟ ପାଳବଂଶୀୟ ଧର୍ମପାଳ, ଗୁର୍ଜର ପ୍ରତିହର ବଂଶୀୟ ଭୋଜ ଓ ମହେନ୍ଦ୍ରପାଳ, କାଳଚୁରୀରାଜ ଗାଙ୍ଗେୟଦେବ ଓ କର୍ଣ୍ଣଦେବ ଓ ଚୌହାନବଂଶୀୟ ପୃଥ୍ୱୀରାଜ ଆର୍ଯ୍ୟାବର୍ତ୍ତ ବା ଉତ୍ତରଭାରତରେ ବିଶାଳ ହିନ୍ଦୁ ସାମ୍ରାଜ୍ୟମାନ ପ୍ରତିଷ୍ଠା କରିଥିଲେ। ଏତଦ୍ବ୍ୟତୀତ୍ ଦାକ୍ଷିଣାତ୍ୟର ଚାଲୁକ୍ୟ, ଗଙ୍ଗ, ଓ ଚୋଳମାନଙ୍କ ବିଶାଳ ସାମ୍ରାଜ୍ୟର ଗୌରବମୟ ଇତିହାସ ଅଦ୍ୟାପି ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ହର୍ଷବର୍ଦ୍ଧନଙ୍କ ମୃତ୍ୟୁପରେ ତାଙ୍କର ସାମ୍ରାଜ୍ୟ ଲୁପ୍ତ ହୋଇ— ଥିଲା; କିନ୍ତୁ ପୂର୍ବୋକ୍ତ ପ୍ରତ୍ୟେକ ରାଜବଂଶର ସାମ୍ରାଜ୍ୟ ପ୍ରାୟ ଏକ ଶତାଦ୍ଦୀ ବା ଦୁଇ ଶତାବ୍ଦୀ ପର୍ଯ୍ୟନ୍ତ ବିଦ୍ଯମାନ ଥିଲା। ତେଣୁ, ହର୍ଷଙ୍କୁ ଶେଷ ହିନ୍ଦୁ ସାମ୍ରାଜ୍ୟର ପ୍ରତିଷ୍ଠାତା ବୋଲି କହିବା ଆଦୌ ସଙ୍ଗତ ନୁହେଁ।
- ବିଣ — ଦ୍ୱିତୀୟତଃ ହର୍ଷବର୍ଦ୍ଧନଙ୍କୁ ସମଗ୍ର ଉତ୍ତରାପଥ, ଆର୍ଯ୍ୟାବର୍ତ୍ତ ବା ଉତ୍ତର ଭାରତର ଏକଚ୍ଛତ୍ରାଧିପତି ବୋଲି କହିବା, ସଂପୂର୍ଣ୍ଣ ଭ୍ରାନ୍ତ। ସେ ପୁଲକେଶୀ ସୋମବଂଶୀୟ ଯଯାତି, ପାଳବଂଶୀ ଧର୍ମପାଳ, ଭୋଜ ପ୍ରଭୃତିଙ୍କଠାରୁ ଅଧିକ କ୍ଷମତା— ଶାଳୀ ଥିବାର କୌଣସି ପ୍ରମାଣ ନାହିଁ। ହର୍ଷଙ୍କର ପ୍ରଶସ୍ତିକାର ହର୍ଷଙ୍କ ଶାସିତ ସାମ୍ରାଜ୍ୟ ବା ବିଜିତ ରାଜ୍ୟମାନଙ୍କର କୌଣସି ବର୍ଣ୍ଣନା ଦେଇ ନାହାନ୍ତି। ସେ ଭାରତୀୟ ପ୍ରାଚୀନ ପ୍ରଶସ୍ତିକାରଙ୍କର ପଦାଙ୍କ ଅନୁସରଣ କରି ଗତାନୁଗତିକ ଭାବରେ ତାଙ୍କୁ ଆସମୁଦ୍ର କ୍ଷିତୀଶ ବୋଲି ବର୍ଣ୍ଣନା କରିଅଛନ୍ତି— ଯଥା—ଦେବସ୍ୟ ଚତୁଃସମୁଦ୍ରାଧିପତଃ, ସକଳ—ରାଜଚକ୍ର— ଚୂଡ଼ାମଣୀ ଶ୍ରେଣୀ ସ୍ଥାନକୋଣ-କଷଣ ନିର୍ମଳୀକୃତ— ଚରଣନଖମଣେଃ, ସର୍ବଚକ୍ରବର୍ତ୍ତିନାଂ ଧୌରେୟସ୍ୟ x x।
- ବିଣ — ଭାରତରେ ଯେ କୈଣସି ଶିଳାଲେଖ ବା ତାମ୍ରଶାସନ ପାଠ କଲେ ଏପରି ଅସଂଖ୍ୟ କଠୋର—ଶବ୍ଦ ରଚନାପୂର୍ଣ୍ଣ କଳ୍ପନାରଞ୍ଜିତ ପ୍ରଶସ୍ତିମାନ ଦେଖାଯାଏ। ତେଣୁ ବାଣଭଟ୍ଟଙ୍କ ହର୍ଷଚରିତ ଉପରେ ନିର୍ଭର କରି ସତ୍ୟମୂଳକ ଇତିହାସ ଲେଖିବା ସମ୍ଭବପର ନୁହେଁ। ହର୍ଷଙ୍କ ସମସାମୟିକ ଓ ପରବର୍ତ୍ତୀ କାଳର ଲେଖାମାନ ପାଠକଲେ ମଧ୍ୟ ଜଣାଯାଏ ଯେ, ହର୍ଷଙ୍କ ରାଜ୍ୟ ଗାଙ୍ଗେୟ ଉପତ୍ୟକା ମଧ୍ୟରେ ଆବଦ୍ଧ ଥିଲା। ଦକ୍ଷିଣାପଥପତି ଦ୍ୱିତୀୟ ପୁଲକେଶୀଙ୍କର କ୍ଷମତା ନର୍ମଦା ବା ରେବା ନଦୀ ପର୍ଯ୍ୟନ୍ତ ବ୍ୟାପି ଥିଲା ଓ ନର୍ମଦାର ଦକ୍ଷିଣ ଦିଗରେ ହର୍ଷଙ୍କର ଦିଗ୍ବିଜୟର ସୀମା ଥିଲା ଓ ଦ୍ୱିତୀୟ ପୁଲକେଶୀ ହର୍ଷଙ୍କୁ ସମ୍ପୁର୍ଣ୍ଣରୂପେ ପରାସ୍ତ କରିଥିଲେ। ଯଥା— ଅପରିମିତ ବିଭୂତି ସ୍ଫୀତ ସାମନ୍ତସେନା ମୁକୁଟ ମଣିମୟୂଖାକ୍ରାନ୍ତ ପାଦାରବିନ୍ଦଃ ଯୁଧିପତିତଗଜେନ୍ଦ୍ର ନୀକବିଭତ୍ସଭୁତୋ ଭୟ ବିଗଳିତ ହର୍ଷୋ ଯେ ନ ଚାକାରି ହର୍ଷଃ। ( 23 ଶ ଶ୍ଳୋକ) ଭବମୁରୁଭିରନୀକୈ ଶାସତୋ ଯସ୍ୟରେବା ବିବିଧ ପୁଳିନଶୋଭା ବିନ୍ଧ୍ୟ ବିନ୍ଧ୍ୟୋପକଣ୍ଠ। ( 24 ଶ ଶ୍ଳୋକ) (ଦ୍ୱିତୀୟ ପୁଲକେଶୀଙ୍କ ଐହୋଲ ପ୍ରଶସ୍ତି) ନର୍ମଦା ନଦୀର ଉତ୍ତର ତୀରବର୍ତ୍ତୀ ଲାଟ, ମାଲବ ଓ ଗୁର୍ଜ୍ଜର ରାଜ୍ୟ ମଧ୍ୟ ପୁଲକେଶୀଙ୍କର ଅଧୀନତା ସ୍ୱୀକାର କରିଥିଲେ। ଯଥା:— ପ୍ରତାପୋପନତାଯସ୍ୟ ଲାଟ ମାଲବ ଗୁର୍ଜରାଃ ଦଣ୍ଡୋପନତ ସାମନ୍ତ ଚରର୍ଯ୍ୟାଚାର୍ଯ୍ୟାଇବା ଭବନ୍ ( 22 ଶ ଶ୍ଳୋକ) — ଭାରତରେ ଯେ କୈଣସି ଶିଳାଲେଖ ବା ତାମ୍ରଶାସନ ପାଠ କଲେ ଏପରି ଅସଂଖ୍ୟ କଠୋର—ଶବ୍ଦ ରଚନାପୂର୍ଣ୍ଣ କଳ୍ପନାରଞ୍ଜିତ ପ୍ରଶସ୍ତିମାନ ଦେଖାଯାଏ ତେଣୁ ବାଣଭଟ୍ଟଙ୍କ ହର୍ଷଚରିତ ଉପରେ ନିର୍ଭର କରି ସତ୍ୟମୂଳକ ଇତିହାସ ଲେଖିବା ସମ୍ଭବପର ନୁହେଁ ହର୍ଷଙ୍କ ସମସାମୟିକ ଓ ପରବର୍ତ୍ତୀ କାଳର ଲେଖାମାନ ପାଠକଲେ ମଧ୍ୟ ଜଣାଯାଏ ଯେ, ହର୍ଷଙ୍କ ରାଜ୍ୟ ଗାଙ୍ଗେୟ ଉପତ୍ୟକା ମଧ୍ୟରେ ଆବଦ୍ଧ ଥିଲା ଦକ୍ଷିଣାପଥପତି ଦ୍ୱିତୀୟ ପୁଲକେଶୀଙ୍କର କ୍ଷମତା ନର୍ମଦା ବା ରେବା ନଦୀ ପର୍ଯ୍ୟନ୍ତ ବ୍ୟାପି ଥିଲା ଓ ନର୍ମଦାର ଦକ୍ଷିଣ ଦିଗରେ ହର୍ଷଙ୍କର ଦିଗ୍ବିଜୟର ସୀମା ଥିଲା ଓ ଦ୍ୱିତୀୟ ପୁଲକେଶୀ ହର୍ଷଙ୍କୁ ସମ୍ପୁର୍ଣ୍ଣରୂପେ ପରାସ୍ତ କରିଥିଲେ ଯଥା— ଅପରିମିତ ବିଭୂତି ସ୍ଫୀତ ସାମନ୍ତସେନା ମୁକୁଟ ମଣିମୟୂଖାକ୍ରାନ୍ତ ପାଦାରବିନ୍ଦଃ ଯୁଧିପତିତଗଜେନ୍ଦ୍ର ନୀକବିଭତ୍ସଭୁତୋ ଭୟ ବିଗଳିତ ହର୍ଷୋ ଯେ ନ ଚାକାରି ହର୍ଷଃ (23ଶ ଶ୍ଳୋକ) ଭବମୁରୁଭିରନୀକୈ ଶାସତୋ ଯସ୍ୟରେବା ବିବିଧ ପୁଳିନଶୋଭା ବିନ୍ଧ୍ୟ ବିନ୍ଧ୍ୟୋପକଣ୍ଠ (24ଶ ଶ୍ଳୋକ) (ଦ୍ୱିତୀୟ ପୁଲକେଶୀଙ୍କ ଐହୋଲ ପ୍ରଶସ୍ତି) ନର୍ମଦା ନଦୀର ଉତ୍ତର ତୀରବର୍ତ୍ତୀ ଲାଟ, ମାଲବ ଓ ଗୁର୍ଜ୍ଜର ରାଜ୍ୟ ମଧ୍ୟ ପୁଲକେଶୀଙ୍କର ଅଧୀନତା ସ୍ୱୀକାର କରିଥିଲେ ଯଥା:— ପ୍ରତାପୋପନତାଯସ୍ୟ ଲାଟ ମାଲବ ଗୁର୍ଜରାଃ ଦଣ୍ଡୋପନତ ସାମନ୍ତ ଚରର୍ଯ୍ୟାଚାର୍ଯ୍ୟାଇବା ଭବନ୍ (22ଶ ଶ୍ଳୋକ)
- ବିଣ — ପଶ୍ଚିମରେ ବଲ୍ଲଭୀରାଜ୍ୟ ହର୍ଷଙ୍କ ସାମ୍ରାଜ୍ୟଭୁକ୍ତ ଥିବା ଐତିହାସିକମାନଙ୍କର ମତ। କିନ୍ତୁ ବଲ୍ଲଭୀ ରାଜ ପ୍ରଥମେ ହର୍ଷଙ୍କଦ୍ୱାରା ପରାସ୍ତ ହୋଇ କିଛିକାଳ ତାଙ୍କର ଅଧୀନତା ସ୍ୱୀକାର କରିଥିଲେ। କିନ୍ତୁ ଅଳ୍ପ କେତେକ ବର୍ଷ ପରେ ଦଦ୍ଦଙ୍କ ସାହାଯ୍ୟରେ ହର୍ଷଙ୍କୁ ପରାସ୍ତ କରିଥିଲେ ବୋଲି ଏ ବିଷୟ ବୋରଚ (ଭୁରୁକଚ୍ଛ)ରୁ ପାପ୍ତ ଗୋଟିଏ ତାମ୍ର— ଶାସନରୁ ଜଣାଯାଏ। ଯାଥ:—ପରମେଶ୍ୱର ହର୍ଷଦେବାଭି— ଭୂତ ବଲ୍ଲଭୀପତି ପରିତ୍ରାଣେପାର୍ଜିତାନାଶୋବିତାନଃ ଶ୍ରୀଦଦ୍ଦଃ। ସିନ୍ଧୁ, ରାଜପୁତାନା, କପିଶା, ଗାନ୍ଧାର, ପଞ୍ଜାବ ପ୍ରଭୃତି ସ୍ୱାଧୀନ ଥିବା ବିଷୟ ହର୍ଷଙ୍କର ଅନ୍ଯ ଏକ ସ୍ତାବକ ହୁଏନ୍ସାନ୍ଙ୍କ ବର୍ଣ୍ଣନା ପାଠକଲେ ସ୍ପଷ୍ଟ ଜଣାଯାଏ। ତେଣୁ, ପଶ୍ଚିମରେ ଶତଦ୍ରୁ ନଦୀ ପର୍ଯ୍ୟନ୍ତ ତାଙ୍କର କ୍ଷମତା ବିସ୍ତୃତ ହୋଇଥିବା ସୁନିଶ୍ଚିତ।
- ବିଣ — ଉତ୍କଳ ଓ କୋଙ୍ଗଦରାଜ୍ୟ ହର୍ଷଙ୍କ ଦ୍ୱାରା ବିଜିତ ହୋଇଥିଲେ ମଧ୍ୟ ହର୍ଷଙ୍କ ଅଧୀନତା ଆଦୌ ସ୍ୱୀକାର କରି ନ ଥିଲେ। ତେଣୁ ହର୍ଷବର୍ଦ୍ଧନ ଦୀର୍ଘ 30 ବର୍ଷ ଯୁଦ୍ଧରୁ ନିବୃତ୍ତ ହୋଇଥିଲେ ସୁଦ୍ଧା ଦୁର୍ଦ୍ଦମନୀୟ, ବିଦ୍ରୋହୀ କୋଙ୍ଗଦ ଉତ୍କଳକୁ ଜୟ କରିବାପାଇଁ ପୁନର୍ବାର ରାଜତ୍ୱର ଶେଷ ଭାଗରେ ଯୁଦ୍ଧଯାତ୍ରା କରିଥିଲେ। କିନ୍ତୁ ଏହାର ଫଳ ମଧ୍ୟ ଅନିଶ୍ଚିତ। ବଙ୍ଗ ଦେଶର ରାଜା ଶଶାଙ୍କ ତାଙ୍କର ପ୍ରଧାନ ଶତ୍ରୁ ଥିଲେ। କିନ୍ତୁ ଶଶାଙ୍କଙ୍କ ମୃତ୍ୟ ପରେ ତାଙ୍କର ରାଜ୍ୟ କାମରୂପରାଜ ଭାସ୍କର ଦର୍ଶନଙ୍କଦ୍ୱାରା ଅଧିକୃତ ହୋଇଥିବା, କର୍ଣ୍ମସୁବର୍ଣ୍ଣନରୁ ପ୍ରାପ୍ତ ତାଙ୍କର ନିଧାନପୁର ତାମ୍ରଶାସନରୁ ସ୍ପଷ୍ଟ ଜଣାଯାଏ। ତେଣୁ ବଙ୍ଗଦେଶ ମଧ୍ୟ ହର୍ଷଙ୍କ ସାମ୍ରାଜ୍ୟଭୁକ୍ତ ହୋଇ ନ ଥିଲା। କାମରୂପର ରାଜା ଆସାମ ଓ ଗୌଡ଼ ବା ବଙ୍ଗ ଦେଶର ଶାସକ ଥିଲେ। ହର୍ଷବର୍ଦ୍ଧନ ନେପାଳ—ଜୟ କରି ସେଠାରେ ତାଙ୍କର ତଥାକଥିତ ଅବ୍ଦ ଚଳାଇଥିବା କିଲହର୍ଣ୍ଣ, ପାନିକର ପ୍ରଭୃତି ଐତିହାସିକଙ୍କର ମତ। କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତ। ହର୍ଷଙ୍କ ପ୍ରଶସ୍ତିକାର ବାଣଭଟ୍ଟ ହୁଏନ୍ସାନ୍ ହର୍ଷ ନେପାଳ ଜୟ କରିଥିବାର କେଉଁଠାରେ ଲେଖି ନାହାନ୍ତି। ବାଣଭଟ୍ଟ ଗୋଟିଏ ସ୍ଥାନରେ ହର୍ଷଙ୍କ ହିମାଚ୍ଛାଦିତ ଗୋଟିଏ ପର୍ବତ— ବିଜୟ ବର୍ଣ୍ଣନା କରିଅଛନ୍ତି। ଏହାର ମଧ୍ୟ ଦୁଇ ଅର୍ଥ ଅଛି ଯଥା — ଉତ୍କଳ ଓ କୋଙ୍ଗଦରାଜ୍ୟ ହର୍ଷଙ୍କ ଦ୍ୱାରା ବିଜିତ ହୋଇଥିଲେ ମଧ୍ୟ ହର୍ଷଙ୍କ ଅଧୀନତା ଆଦୌ ସ୍ୱୀକାର କରି ନ ଥିଲେ ତେଣୁ ହର୍ଷବର୍ଦ୍ଧନ ଦୀର୍ଘ30ବର୍ଷ ଯୁଦ୍ଧରୁ ନିବୃତ୍ତ ହୋଇଥିଲେ ସୁଦ୍ଧା ଦୁର୍ଦ୍ଦମନୀୟ, ବିଦ୍ରୋହୀ କୋଙ୍ଗଦ ଉତ୍କଳକୁ ଜୟ କରିବାପାଇଁ ପୁନର୍ବାର ରାଜତ୍ୱର ଶେଷ ଭାଗରେ ଯୁଦ୍ଧଯାତ୍ରା କରିଥିଲେ କିନ୍ତୁ ଏହାର ଫଳ ମଧ୍ୟ ଅନିଶ୍ଚିତ ବଙ୍ଗ ଦେଶର ରାଜା ଶଶାଙ୍କ ତାଙ୍କର ପ୍ରଧାନ ଶତ୍ରୁ ଥିଲେ କିନ୍ତୁ ଶଶାଙ୍କଙ୍କ ମୃତ୍ୟ ପରେ ତାଙ୍କର ରାଜ୍ୟ କାମରୂପରାଜ ଭାସ୍କର ଦର୍ଶନଙ୍କଦ୍ୱାରା ଅଧିକୃତ ହୋଇଥିବା, କର୍ଣ୍ମସୁବର୍ଣ୍ଣନରୁ ପ୍ରାପ୍ତ ତାଙ୍କର ନିଧାନପୁର ତାମ୍ରଶାସନରୁ ସ୍ପଷ୍ଟ ଜଣାଯାଏ ତେଣୁ ବଙ୍ଗଦେଶ ମଧ୍ୟ ହର୍ଷଙ୍କ ସାମ୍ରାଜ୍ୟଭୁକ୍ତ ହୋଇ ନ ଥିଲା କାମରୂପର ରାଜା ଆସାମ ଓ ଗୌଡ଼ ବା ବଙ୍ଗ ଦେଶର ଶାସକ ଥିଲେ ହର୍ଷବର୍ଦ୍ଧନ ନେପାଳ—ଜୟ କରି ସେଠାରେ ତାଙ୍କର ତଥାକଥିତ ଅବ୍ଦ ଚଳାଇଥିବା କିଲହର୍ଣ୍ଣ, ପାନିକର ପ୍ରଭୃତି ଐତିହାସିକଙ୍କର ମତ କିନ୍ତୁ ଏହି ଧାରଣା ସମ୍ପୂର୍ଣ୍ଣ ଭ୍ରାନ୍ତ ହର୍ଷଙ୍କ ପ୍ରଶସ୍ତିକାର ବାଣଭଟ୍ଟ ହୁଏନ୍ସାନ୍ ହର୍ଷ ନେପାଳ ଜୟ କରିଥିବାର କେଉଁଠାରେ ଲେଖି ନାହାନ୍ତି ବାଣଭଟ୍ଟ ଗୋଟିଏ ସ୍ଥାନରେ ହର୍ଷଙ୍କ ହିମାଚ୍ଛାଦିତ ଗୋଟିଏ ପର୍ବତ— ବିଜୟ ବର୍ଣ୍ଣନା କରିଅଛନ୍ତି ଏହାର ମଧ୍ୟ ଦୁଇ ଅର୍ଥ ଅଛି ଯଥା— "We have taken tribute from an inaccessible land of snowy mountains"
- ବିଣ — ଅନ୍ୟଠାରେ — "Siva has obtained the hand of Durga the daughter of the Himalayas."- "English translation of Harsacharita."
- ବିଣ — ଏହା ପାଠ କରି କେଉଁ ଯୁକ୍ତି ବଳରେ କୁହାଯାଇ ପାରେ ଯେ ହର୍ଷ ନେପାଳ ଜୟ କରିଥିଲେ। ଏଥିରେ ନେପାଳର ସୂଚନା ପର୍ଯ୍ୟନ୍ତ ନାହିଁ। ପୁନଶ୍ଚ ସେମାନେ କହନ୍ତି ନେପାଳର କିମ୍ବଦନ୍ତୀ ଓ ବଂଶାବଳୀରୁ ଜଣାଯାଏ ଯେ ଜଣେ ଭରତୀୟ ରାଜା ନେପାଳ ଜୟ କରିଥିଲେ; ଏହାକୁ ହର୍ଷ ବୋଲି କହିବାର କୌଣସି କାରଣ ନାହିଁ। କାରଣ ସମୁଦ୍ରଗୁପ୍ତଙ୍କ ପ୍ରୟାଗପ୍ରଶସ୍ତିରୁ ସ୍ପଷ୍ଟ ଜଣାଯାଏ, ସେ ସମଭାଟ; କାମରୂପ ଓ ନେପାଳ ପ୍ରଭୃତି ସୀମାନ୍ତ ରାଜ୍ୟ ଜୟ କରିଥିଲେ। ତେଣୁ, ସମୁଦ୍ରଗୁପ୍ତଙ୍କୁ କିମ୍ବଦନ୍ତୀର ବା ବଂଶାବଳୀର ଭାରତୀୟ ରାଜାଙ୍କ ସହିତ ଚିହ୍ନିତ କରିବା ସର୍ବାବୌ ଯୁକ୍ତି— ଯୁକ୍ତ ଓ ଗ୍ରାହ୍ୟ। ତାହାହେଲେ ନେପାଳ ହର୍ଷଙ୍କସାମ୍ରାଜ୍ୟର ଅନ୍ତର୍ଭୁକ୍ତ ନ ଥିଲା।