ହରୀଷା
- ସଂ ବି (ହୃ ଧାତୁ+କର୍ମ ଇଷ୍+ଆ) — ମାଂସବ୍ୟଞ୍ଜନବିଶେଷ — A kind of Meat curry
- ସଂ ବି (ହୃ ଧାତୁ+କର୍ମ ଇଷ୍+ଆ) — [ଦ୍ର—ବଡ଼ ବଡ଼ ମାଂସଖଣ୍ଡକୁ ଗୋଟିଏ ବଡ଼ ହାଣ୍ଡିରେ ପ୍ରଚୁର ଜଳ, ଘିଅ, ହିଙ୍ଗୁ, ଜୀରା, ହଳଦୀ, ଅଦା, ଶୁଣ୍ଠି, ଲୁଣ, ଲଙ୍କା ଓ ଗୋଲମରିଚ ଦେଇ ସିଝାଇ ସେଥିରେ ଚାଉଳ ଓ ଗହମ ପକାଇ ଜମ୍ବୀର ଲେମ୍ବୁ ରସ ଦେଇ ସମସ୍ତକୁ ଉତ୍ତମରୂପେ ସିଦ୍ଧ କରି ଝୋଳ ଥାଉ ଥାଉ ନିଆଁରୁ ଓହ୍ଲାଇ ଏହି ମାଂସ ତରକାରୀ ତିଆରି କରାଯାଏ। ଏହା ବଳକର, ବାତପିତ୍ତାପହ, ଗୁରୁ, ଶୀତୋଷ୍ଣ, ଶୁକ୍ରକର ଓ ସ୍ନିଗ୍ଧ—ଭାବପ୍ରକାଶ।]