ହରୀତକୀ Harītakī

  • ସଂ. ବି — (ହରି+ଇ ଧାତୁ=ଗମନ କରିବା=କର୍ତ୍ତୃ ତ+କା+ସ୍ତ୍ରୀ. ଈ; କିଂବା 2 । ହୃ ଧାତୁ=(ସର୍ବବ୍ୟାଧି) ହରଣ କରିବା+କର୍ତ୍ତୃ. ଇ+ ତକୀ=ଦୀପ୍ତି; କିମ୍ବା 3 । ହରି=ପାଣ୍ଡୁର ବର୍ଣ୍ଣ+ଇ ଧାତୁ=ମିଳିତ ହେବା+ଅଧି କରଣ. ତ+କ+ଈ; କିଂବା 4 । ହର=ଶିବ+ଇତ=ହରିତ=ଶିବଙ୍କ ଭବନ କୈଳାସରେ ଜାତ, ହରିତ+କ +ଈ)—ହରିଡ଼ା ନାମକ ବୃକ୍ଷ ଓ ଫଳ — (ହରି+ଇ ଧାତୁ=ଗମନ କରିବା=କର୍ତ୍ତୃ ତ+କା+ସ୍ତ୍ରୀ. ଈ; କିଂବା2 ହୃ ଧାତୁ=(ସର୍ବବ୍ୟାଧି) ହରଣ କରିବା+କର୍ତ୍ତୃ. ଇ+ ତକୀ=ଦୀପ୍ତି; କିମ୍ବା3 ହରି=ପାଣ୍ଡୁର ବର୍ଣ୍ଣ+ଇ ଧାତୁ=ମିଳିତ ହେବା+ଅଧି କରଣ. ତ+କ+ଈ; କିଂବା4 ହର=ଶିବ+ଇତ=ହରିତ=ଶିବଙ୍କ ଭବନ କୈଳାସରେ ଜାତ, ହରିତ+କ +ଈ)—ହରିଡ଼ା ନାମକ ବୃକ୍ଷ ଓ ଫଳTerminālia Chebula, the black myrobalan (tree and fruit)
  • ସଂ. ବି — [ଦ୍ର—ଏହିଗଛ ନାତିଦୀର୍ଘ ନାତି କ୍ଷୁଦ୍ର ଏହା ଭାରତର ପ୍ରାୟ ସର୍ବତ୍ର ଜଙ୍ଗଲରେ; ଜନ୍ମେ। ପାହାଡ଼ିଆ ଜାଗାରେ ଜନ୍ମିବା ଗଛ ଛୋଟ ଓ ରୁଢ଼ିଆ ହୁଏ। ପ୍ରତିବର୍ଷ ଗଛରୁ ପୁରୁଣା ପତ୍ର ଝଡ଼ିପଡ଼େ। ଏହାର ପତ୍ର ଉପରେ ପାଞ୍ଚଟି ଶିରା। ଏହାର ଫଳ ମୃଦଙ୍ଗ ପରି, ଦୁଇମୁଣ୍ଡ ସରୁ ଓ ମଝି ମୋଟ। କେତେ ଜାତୀୟ ହରୀତକୀ ଅଣ୍ଡାକାର ଓ କେତେକ ଗୋଲ। ଫଳ ଶୀତଦିନେ ପାଚେ। ଜଳବାୟୁ ଓ ମୃତ୍ତିକା ଗୁଣରେ ଏହାରି ଫଳ 1/2 ଇଞ୍ଚ ଠାରୁ 3 ଇଞ୍ଚ ପର୍ଯ୍ୟନ୍ତ ଲମ୍ବ ହୁଏ ଏବଂ 1/4 ଇଞ୍ଚ ଠାରୁ 1 ଇଞ୍ଚ ପର୍ଯ୍ୟନ୍ତ ମୋଟ ହୁଏ। ଏହି ଗଛର ଡାଳରୁ ଏକପ୍ରକାର ଅଠା ବାହାରେ। ହରିଡ଼ାଗଛର କାଠ ଖୁବ୍ ଟାଣୁଆ। ଏ ଫଳର ସ୍ୱାଦ କଷା, ଓ ଏହାର ଶସ ଈଷତ୍ ହଳଦିଆ। ଏହା ଭିତରେ ମଞ୍ଜି ରୁଡ଼ରୁଡ଼ିଆ ଅର୍ଥାତ୍ ଅମସୃଣ। ଏହାକୁ ପାଣିରେ ବତୁରାଇ ଚମଡ଼ାକୁ କଷିବାକୁ ହୁଏ। ଏଥିରେ ଫିଟିକିରି ମିଶାଇ ହଳଦିଆ ଓ ହିରାକଷ ମିଶାଇ କାଳିଆ ରଙ୍ଗ ତିଆରି କରାଯାଇ ଲୁଗା ଓ ସୂତା ଆଦି ରଙ୍ଗାହୁଏ। — [ଦ୍ର—ଏହିଗଛ ନାତିଦୀର୍ଘ ନାତି କ୍ଷୁଦ୍ର ଏହା ଭାରତର ପ୍ରାୟ ସର୍ବତ୍ର ଜଙ୍ଗଲରେ; ଜନ୍ମେ ପାହାଡ଼ିଆ ଜାଗାରେ ଜନ୍ମିବା ଗଛ ଛୋଟ ଓ ରୁଢ଼ିଆ ହୁଏ ପ୍ରତିବର୍ଷ ଗଛରୁ ପୁରୁଣା ପତ୍ର ଝଡ଼ିପଡ଼େ ଏହାର ପତ୍ର ଉପରେ ପାଞ୍ଚଟି ଶିରା ଏହାର ଫଳ ମୃଦଙ୍ଗ ପରି, ଦୁଇମୁଣ୍ଡ ସରୁ ଓ ମଝି ମୋଟ କେତେ ଜାତୀୟ ହରୀତକୀ ଅଣ୍ଡାକାର ଓ କେତେକ ଗୋଲ ଫଳ ଶୀତଦିନେ ପାଚେ ଜଳବାୟୁ ଓ ମୃତ୍ତିକା ଗୁଣରେ ଏହାରି ଫଳ1/2ଇଞ୍ଚ ଠାରୁ3ଇଞ୍ଚ ପର୍ଯ୍ୟନ୍ତ ଲମ୍ବ ହୁଏ ଏବଂ1/4ଇଞ୍ଚ ଠାରୁ1ଇଞ୍ଚ ପର୍ଯ୍ୟନ୍ତ ମୋଟ ହୁଏ ଏହି ଗଛର ଡାଳରୁ ଏକପ୍ରକାର ଅଠା ବାହାରେ ହରିଡ଼ାଗଛର କାଠ ଖୁବ୍ ଟାଣୁଆ ଏ ଫଳର ସ୍ୱାଦ କଷା, ଓ ଏହାର ଶସ ଈଷତ୍ ହଳଦିଆ ଏହା ଭିତରେ ମଞ୍ଜି ରୁଡ଼ରୁଡ଼ିଆ ଅର୍ଥାତ୍ ଅମସୃଣ ଏହାକୁ ପାଣିରେ ବତୁରାଇ ଚମଡ଼ାକୁ କଷିବାକୁ ହୁଏ ଏଥିରେ ଫିଟିକିରି ମିଶାଇ ହଳଦିଆ ଓ ହିରାକଷ ମିଶାଇ କାଳିଆ ରଙ୍ଗ ତିଆରି କରାଯାଇ ଲୁଗା ଓ ସୂତା ଆଦି ରଙ୍ଗାହୁଏ
  • ସଂ. ବି — ବୈଦ୍ଯକ ମତରେ ହରିଡ଼ା ମଧୁର, କଟୁ, ଅମ୍ଳ, ତିକ୍ତ ଓ କଷାୟ ଏହି 5 । ରସଯୁକ୍ତ। ଏଥିରେ କଷାୟ ରସ ଅଧିକ। ଏଥିରେ ଲବଣ ରସ ନାହିଁ। ଏହା ମଧୁର, ତିକ୍ତ ଓ କଷାୟ ବୋଲି ପିତ୍ତନାଶକ, କଟୁତିକ୍ତ କଷାୟ ବୋଲି କଫନାଶକ; ଅମ୍ଳ ବୋଲି ବାୟୁନାଶକ। ହରିଡ଼ା ଫଳର ମଜ୍ଜାରେ ମଧୁର ରସ, ସ୍ନାୟୁରେ ଅମ୍ଳରସ, ଦନ୍ତରେ ତିକ୍ତରସ, ତ୍ୱକ୍ରେ କଟୁରସ ଓ ଅସ୍ଥିରେ କଷାୟରସ ଅଛି। ଏହା ରୁକ୍ଷ, ଉଷ୍ଣବୀର୍ଯ୍ୟ, ଅଗ୍ନି— ଦୀପ୍ତିକର, ମେଧାଜନକ, ମଧୁରବିପାକ, ରସାୟନ, ଚକ୍ଷୁର ହିତକର, ଲଘୁ, ଆୟୁସ୍କର, ବୃଂହଣ ଓ ମଳଭେଦକ। — ବୈଦ୍ଯକ ମତରେ ହରିଡ଼ା ମଧୁର, କଟୁ, ଅମ୍ଳ, ତିକ୍ତ ଓ କଷାୟ ଏହି5 ରସଯୁକ୍ତ ଏଥିରେ କଷାୟ ରସ ଅଧିକ ଏଥିରେ ଲବଣ ରସ ନାହିଁ ଏହା ମଧୁର, ତିକ୍ତ ଓ କଷାୟ ବୋଲି ପିତ୍ତନାଶକ, କଟୁତିକ୍ତ କଷାୟ ବୋଲି କଫନାଶକ; ଅମ୍ଳ ବୋଲି ବାୟୁନାଶକ ହରିଡ଼ା ଫଳର ମଜ୍ଜାରେ ମଧୁର ରସ, ସ୍ନାୟୁରେ ଅମ୍ଳରସ, ଦନ୍ତରେ ତିକ୍ତରସ, ତ୍ୱକ୍ରେ କଟୁରସ ଓ ଅସ୍ଥିରେ କଷାୟରସ ଅଛି ଏହା ରୁକ୍ଷ, ଉଷ୍ଣବୀର୍ଯ୍ୟ, ଅଗ୍ନି— ଦୀପ୍ତିକର, ମେଧାଜନକ, ମଧୁରବିପାକ, ରସାୟନ, ଚକ୍ଷୁର ହିତକର, ଲଘୁ, ଆୟୁସ୍କର, ବୃଂହଣ ଓ ମଳଭେଦକ
  • ସଂ. ବି — ଏହା ଶ୍ୱାସ, କାସ, ପ୍ରମେହ, ଅର୍ଶ, କୁଷ୍ଠ, ଭଗନ୍ଦର, ଶୋଥ ଉଦରରୋଗ, କୃମି, ସ୍ୱରବିକୃତି, ଗ୍ରହଣୀ, ମଳବଦ୍ଧତା, ବିଷମ— ଜ୍ୱର, ଗୁଳ୍ମ, ଅଧାନ (ପେଟଫମ୍ପା), ତୃଷ୍ଣା, ହିକ୍କା, କଣ୍ଡୁ, ହୁଦ୍ରୋଗ, କାମଳ, ଶୂଳ, ଆନାହ, ପ୍ଳୀହା, ଯକୃତ୍, ଅସରୀ, ମୂତ୍ରକୃଛ୍ର ଓ ମୂତ୍ରାଘାତ ରୋଗରେ ଉପକାରକ।
  • ସଂ. ବି — ଆୟୁର୍ବେଦ ମତରେ ହରିଡ଼ା ପରି ପ୍ରଶସ୍ତ ବସ୍ତୁ ପୃଥିବୀରେ ନାହିଁ; ଏହା ମାତାପରି ହିତକାରିଣୀ। ମାତ୍ରା, ଅନୁପାନ, ପଥ୍ୟ ଓ ପ୍ରୟୋଗପ୍ରଣାଳୀ ଓ ଋତୁଭେଦରେ ଏହିଫଳ ସେବନ କଲେ ବହୁ ରୋଗରେ ଏହା ଆଶୁଫଳପ୍ରଦ ହୁଏ। ଏହାର ଅନ୍ୟନାମ ଅମୃତ ଓ ଅଭୟା।
  • ସଂ. ବି — ହରୀତକୀ 7 ପ୍ରକାରର ଯଥା—ବିଜୟା, ରୋହିଣୀ, ପୁତନା, ଅମୃତା, ଅଭୟା, ଜୀବନ୍ତୀ ଓ ଚେତକୀ। — ହରୀତକୀ7ପ୍ରକାରର ଯଥା—ବିଜୟା, ରୋହିଣୀ, ପୁତନା, ଅମୃତା, ଅଭୟା, ଜୀବନ୍ତୀ ଓ ଚେତକୀ
  • ସଂ. ବି — ବିଜୟା—ଏ ଫଳର ଆକୃତି ଅଲାବୁ ବା ଲାଉ ପରି ଗୋଲ। ଏହା ସବୁ ହରିଡ଼ା ମଧ୍ୟରେ ଶ୍ରେଷ୍ଠ, ଏହା ସୁଖସେବ୍ୟ, ସୁଲଭ୍ୟ ଓ ସର୍ବରୋଗରେ ହିତକର। ଏହା ଅହରିତ୍ ପୀତବର୍ଣ୍ଣ।
  • ସଂ. ବି — ରୋହିଣୀ—ଏ ଫଳର ଆକାର ସମ୍ପୂର୍ଣ୍ଣ ଗୋଲ। ଏହା ବ୍ରଣ ରୋଗରେ ଉପକାରକ।
  • ସଂ. ବି — ପୂତନା—ଏଥିର ଆକାର ସୂକ୍ଷ୍ମ ଓ ମଞ୍ଜି ବଡ଼; ପ୍ରଲେପ କାର୍ଯ୍ୟରେ ପ୍ରଯୋଜ୍ୟ।
  • ସଂ. ବି — ଅମୃତା—ଏହା ମାଂସଳ ଅର୍ଥାତ୍ ଶସ୍ୟବହୁଳ ଓ କ୍ଷୁଦ୍ରବୀଜବିଶିଷ୍ଟ। ଭେଦ ବା କୋଷ୍ଠ ପରିଷ୍କାର କାର୍ଯ୍ୟରେ ପ୍ରଯୋଜ୍ୟ।
  • ସଂ. ବି — ଅଭୟା—ଏ ଫଳ 5 ଗୋଟି ରେଖାବିଶିଷ୍ଟ; ନେତ୍ରରୋଗରେ ପ୍ରଶସ୍ତ। — ଅଭୟା—ଏ ଫଳଗୋଟି ରେଖାବିଶିଷ୍ଟ; ନେତ୍ରରୋଗରେ ପ୍ରଶସ୍ତ
  • ସଂ. ବି — ଜୀବନ୍ତୀ—ଏହା ସ୍ୱର୍ଣ୍ଣ ବର୍ଣ୍ଣ; ସର୍ବରୋଗ ବିନାଶକ।