ହରିହର ପୁର Harihara pura
- ଦେ. ବି (ନାମ) — ଜଗତସିଂହପୁର; କଟକ ଜିଲ୍ଲାର ପୂର୍ବଭାଗସ୍ଥ ପ୍ରଗନା ଓ ଗ୍ରାମର ନାମ — Name of a perganna and village in the eastern part of Cuttack District
- ଦେ. ବି (ନାମ) — [ଦ୍ର—ଏହି ଗ୍ରାମରେ ପୂର୍ବେ ଇଂରେଜମାନଙ୍କର ଗୋଟିଏ ବାଣିଜ୍ୟକୋଠି ଥିଲା। ନିକଟରେ ଦେଖାଯାଉଥିବା ଗୋଟିଏ ସ୍ତୂପକୁ ଲୋକେ ଉକ୍ତ ବାଣିଜ୍ୟକୋଠିର ଭଗ୍ନାବଶେଷ ବୋଲି କହନ୍ତି। ଏଠାରେ ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଥାନା, ପୋଷ୍ଟଅଫିସ, ଡାକ୍ତରଖାନା, ରେଜିଷ୍ଟ୍ରେସନ୍ ଅଫିସ୍, ହାଟ ଓ ବାରିକମିସ୍ତ୍ରୀ ସବ୍ଡିଭିଜନ୍, ଅଫିସ୍ ଅଛି। ଓଡ଼ିଶାରେ ନନ୍କୋଅପରେସନ୍ ଆନ୍ଦୋଳନର ଫଳରେ ଏହି ସ୍ଥାନ ନିକଟରେ କଂଗ୍ରେସ କର୍ମୀମାନଙ୍କଦ୍ୱାରା 'ଅଳକାଶ୍ରମ' ନାମରେ ଗୋଟିଏ ସ୍ୱରାଜ୍ୟାଶ୍ରମ ଓ ବୟନ— ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏହି ଗ୍ରାମର ବର୍ତ୍ତମାନ ନାମ ଜଗତସିଂହପୁର। ଏହା କାଠଯୋଡ଼ି ନଦୀର ଗୋଟିଏ କ୍ଷୁଦ୍ର ଶାଖା ଅଳକାନଦୀର କୂଳରେ ଅବସ୍ଥିତ। ଏହି ଗ୍ରାମ କଟକଠାରୁ 24 ମାଇଲ୍ ପୂର୍ବରେ ଅବସ୍ଥିତ। ଦେବାନ ବାହାଦୁର ଶ୍ରୀକୃଷ୍ଣ ମହାପାତ୍ରଙ୍କ କଠୋର ଅଧ୍ୟବସାୟ ଓ ସ୍ୱାର୍ଥତ୍ୟାଗ ଫଳରେ ସଂପ୍ରତି ଏଠାରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠିତ ହୋଇଅଛି।] — [ଦ୍ର—ଏହି ଗ୍ରାମରେ ପୂର୍ବେ ଇଂରେଜମାନଙ୍କର ଗୋଟିଏ ବାଣିଜ୍ୟକୋଠି ଥିଲା ନିକଟରେ ଦେଖାଯାଉଥିବା ଗୋଟିଏ ସ୍ତୂପକୁ ଲୋକେ ଉକ୍ତ ବାଣିଜ୍ୟକୋଠିର ଭଗ୍ନାବଶେଷ ବୋଲି କହନ୍ତି ଏଠାରେ ଗୋଟିଏ ମଧ୍ୟଇଂରାଜୀ ବିଦ୍ୟାଳୟ, ଥାନା, ପୋଷ୍ଟଅଫିସ, ଡାକ୍ତରଖାନା, ରେଜିଷ୍ଟ୍ରେସନ୍ ଅଫିସ୍, ହାଟ ଓ ବାରିକମିସ୍ତ୍ରୀ ସବ୍ଡିଭିଜନ୍, ଅଫିସ୍ ଅଛି ଓଡ଼ିଶାରେ ନନ୍କୋଅପରେସନ୍ ଆନ୍ଦୋଳନର ଫଳରେ ଏହି ସ୍ଥାନ ନିକଟରେ କଂଗ୍ରେସ କର୍ମୀମାନଙ୍କଦ୍ୱାରା 'ଅଳକାଶ୍ରମ' ନାମରେ ଗୋଟିଏ ସ୍ୱରାଜ୍ୟାଶ୍ରମ ଓ ବୟନ— ବିଦ୍ୟାଳୟ ସ୍ଥାପିତ ହୋଇଥିଲା ଏହି ଗ୍ରାମର ବର୍ତ୍ତମାନ ନାମ ଜଗତସିଂହପୁର ଏହା କାଠଯୋଡ଼ି ନଦୀର ଗୋଟିଏ କ୍ଷୁଦ୍ର ଶାଖା ଅଳକାନଦୀର କୂଳରେ ଅବସ୍ଥିତ ଏହି ଗ୍ରାମ କଟକଠାରୁ24ମାଇଲ୍ ପୂର୍ବରେ ଅବସ୍ଥିତ ଦେବାନ ବାହାଦୁର ଶ୍ରୀକୃଷ୍ଣ ମହାପାତ୍ରଙ୍କ କଠୋର ଅଧ୍ୟବସାୟ ଓ ସ୍ୱାର୍ଥତ୍ୟାଗ ଫଳରେ ସଂପ୍ରତି ଏଠାରେ ଗୋଟିଏ ହାଇସ୍କୁଲ ପ୍ରତିଷ୍ଠିତ ହୋଇଅଛି]
- ଦେ. ବି (ନାମ) — ମୟୂରଭଞ୍ଜର ପୂର୍ବ ରାଜଧାନୀ — Name of the ancient capital of Mayurbhanj State
- ଦେ. ବି (ନାମ) — [ଦ୍ର—ହରିହରିପୁର ବା ହରିପୁର ଗଡ଼। ଏହା ମୟୂରଭଞ୍ଜର ବର୍ତ୍ତମାନ ରାଜଧାନୀ ବାରିପଦାଠାରୁ 10 ମାଇଲ ଦକ୍ଷିଣ— ପୂର୍ବରେ ଅବସ୍ଥିତ ଥିଲା। ପୂର୍ବତନ ସମୃଦ୍ଧିର ବହୁ ଭଗ୍ନାବଶେଷ ଏଠାର ଜଙ୍ଗଲ ମଧ୍ୟରେ ରହଅଛି। ମୟୂରଭଞ୍ଜର ମହାରାଜ ହରିହର ଭଞ୍ଜ ଶକାବ୍ଦ 1322 (ଖ୍ରୀଷ୍ଟାବ୍ଦ 1400 ) ରେ ଏ ନଗର ବସାଇଥିଲେ ଓ ତାଙ୍କ ନାମରେ ଏ ନଗରର ନାମକରଣ ହୋଇଥିଲା। ଶ୍ରୀ ଚୈତନ୍ୟ ଦେବ ଏହି ହରିପୁର ବାଟେ ଓଡ଼ିଶାକୁ ଆସିଥିଲେ। ଏହିଠାରେ ସଂକୀର୍ତ୍ତନ କରୁ କରୁ ଚୈତନ୍ୟ ଦେବ ପ୍ରେମବିହ୍ୱଳ ହୋଇ ଦଶାପ୍ରାପ୍ତ ହୋଇଥିଲେ। ସେ ସମୟରେ ଏ ନଗର ସମୃଦ୍ଧିମନ୍ତ ଥିଲା। ଚୈତନ୍ୟ ଦେବଙ୍କର ଓଡ଼ିଶାରେ 18 ବର୍ଷ ଅବସ୍ଥାନ କାଳରେ ଭଞ୍ଜ ନୃପତିମାନେ ଶକ୍ତ ଥିଲେ। ଚୈତନ୍ୟ ଦେବଙ୍କ ତିରୋଭାବର କେତେ ବର୍ଷ ପରେ ମୟୂରଭଞ୍ଜ ନୃପତି ବୈଷ୍ଣବଧର୍ମ ଅବଲମ୍ବନ କଲେ। ଦେବବିଗ୍ରହ ଧ୍ୱସଂକାରୀ କଳାପାହାଡ଼ ଏ ନଗର ଆକ୍ରମଣ କରି ରାଜବଂଶକୁ ଅନେକ ଦୁର୍ଗତିଯୁକ୍ତ କରିଥିଲା ଓ ରାଜ— ପରିବାର ଏହି ଆକ୍ରମଣର ଅତ୍ୟାଚାରରୁ ରକ୍ଷା ପାଇବା ନିମନ୍ତେ ପର୍ବତ ଗହ୍ୱରରେ ଆଶ୍ରୟଗ୍ରହଣ କରିଥିଲେ। ତତ୍ପରେ ମରୟୂଭଞ୍ଜକୁ ମୁସଲମାନ୍ମାନେ ଆକ୍ରମଣ କରିବାରେ ଲାଗିଲେ। ବଙ୍ଗରୁ ବିତାଡ଼ିତ ହୋଇ ଦାଉଦ୍ ଖାଁ ଏଠାର ସୁଦୃଢ଼ ଦୁର୍ଗରେ ଆଶ୍ରୟ ନେଇଥିଲେ। ସେ ଆକବରଙ୍କ ସେନାପତି ଟୋଡ଼ର ମଲ୍ଲଙ୍କଦ୍ୱାରା ପରାଜିତ ହୋଇ କଟକ ଆଡ଼କୁ ଯାତ୍ରାକଲେ। ଦାଉଦ୍ ଖାଁଙ୍କ ପରାଜୟ ପରେ ଓଡ଼ିଶା ମୋଗଲ ରାଜଧାନୀ ହେଲା। ଦାଉଦ ଖାଁଙ୍କର ହରିହରପୁରରେ ଆଶ୍ରୟ ନେବା ସମୟରେ ମୟୂରଭଞ୍ଜର ତଦାନୀନ୍ତନ ମହାରାଜ ବୈଦ୍ୟନାଥ ଭଞ୍ଜ ଚୈତନ୍ୟଙ୍କ ପରବର୍ତ୍ତୀ ରସିକାନନ୍ଦ ଠାକୁରଙ୍କ ଠାରୁ ବୈଷ୍ଣବଧର୍ମ ଗ୍ରହଣ କଲେ ଓ ସେହି ସମୟରୁ ରାଜ୍ୟର ପ୍ରଜାମାନେ ମଧ୍ୟ ବୈଷ୍ଣବଧର୍ମ ଗ୍ରହଣ କଲେ। ବୈଦ୍ୟନାଥ ଭଞ୍ଜଙ୍କ ପରବର୍ତ୍ତୀ ମହାରାଜମାନେ ହରିହର ପୁରରେ ଅନେକ ବିଷ୍ଣୁ ମନ୍ଦିର ନିର୍ମାଣ କରାଇ ଥିଲେ ଓ ତାଙ୍କ ପରବର୍ତ୍ତୀ ବିକ୍ରମାଦିତ୍ୟ ସେଠାରେ ରାଧାମୋହନଙ୍କର ଏକ ବିଚିତ୍ର ମନ୍ଦିର ତୋଳାଇଲେ। ଆଲିବର୍ଦ୍ଦି ଖାଁ ମୟୂରଭଞ୍ଜ ଆକ୍ରମଣ କରି ବହୁ ଚେଷ୍ଟା ପରେ ମୟୂରଭଞ୍ଜକୁ ତାଙ୍କ ଶାସନାଧୀନ କଲେ। ତତ୍ପରେ ମରହଟ୍ଟା— ବର୍ଗୀମାନେ ମୟୂରଭଞ୍ଜ ଆକ୍ରମଣ କରି ସମୃଦ୍ଧିମନ୍ତ ହରିହରପୁର ନଗରୀର ଧ୍ୱଂସ ସାଧନ କଲେ। ବର୍ତ୍ତମାନ ହରିହରପୁରରେ ମରହଟ୍ଟା ଲୁଣ୍ଠନର ଚିହ୍ନ ସ୍ୱରୂପ ଭଗ୍ନାବ— ଶେଷମାନ ବିଦ୍ୟାମାନ। କିନ୍ତୁ 1801 ସାଲ ପର୍ଯ୍ୟନ୍ତ ମୟୂର— ଭଞ୍ଜ ରାଜାମାନେ ଆପଣାକୁ ହରିହରପୁରର ରାଜା ବୋଲି ପରିଚିତ କରାଉଥିଲେ। ହରିହରପୁର ବର୍ତ୍ତମାନ ଜଙ୍ଗଲରେ ପରିଣତ ହୋଇଅଛି। ଏହି ଜଙ୍ଗଲ ମଧ୍ୟରେ ଦକ୍ଷିଣ ପୂର୍ବ ଦିଗରେ ରସିକ ରାୟଙ୍କ ସୁନ୍ଦର ମନ୍ଦିରର ଭଗ୍ନାବଶେଷ ଅଛି। ଏ ମନ୍ଦିର ନିକଟରେ ରାଣୀହଂସପୁର ଓ ଦରବାର ଗୃହର ଭଗ୍ନାବଶେଷ ଓ ଜଗନ୍ନାଥ ମନ୍ଦିରର ଭଗ୍ନାବଶେଷ ଅଛି। ଏଥିରେ ଥିବା ଜଗନ୍ନାଥ ମୂର୍ତ୍ତି ପ୍ରତାପପୁରକୁ ସ୍ଥାନାନ୍ତରିତ ହୋଇଅଛନ୍ତି। ହରିହରପୁର ଦକ୍ଷିଣସୀମାରେ ମହିଷମର୍ଦ୍ଦନୀ ଓ କୋଟବାସିନୀ ଦେବୀଙ୍କ ମୂର୍ତ୍ତି ଅଛି। ବିଶ୍ୱକୋଷ] — [ଦ୍ର—ହରିହରିପୁର ବା ହରିପୁର ଗଡ଼ ଏହା ମୟୂରଭଞ୍ଜର ବର୍ତ୍ତମାନ ରାଜଧାନୀ ବାରିପଦାଠାରୁ10ମାଇଲ ଦକ୍ଷିଣ— ପୂର୍ବରେ ଅବସ୍ଥିତ ଥିଲା ପୂର୍ବତନ ସମୃଦ୍ଧିର ବହୁ ଭଗ୍ନାବଶେଷ ଏଠାର ଜଙ୍ଗଲ ମଧ୍ୟରେ ରହଅଛି ମୟୂରଭଞ୍ଜର ମହାରାଜ ହରିହର ଭଞ୍ଜ ଶକାବ୍ଦ1322(ଖ୍ରୀଷ୍ଟାବ୍ଦ1400) ରେ ଏ ନଗର ବସାଇଥିଲେ ଓ ତାଙ୍କ ନାମରେ ଏ ନଗରର ନାମକରଣ ହୋଇଥିଲା ଶ୍ରୀ ଚୈତନ୍ୟ ଦେବ ଏହି ହରିପୁର ବାଟେ ଓଡ଼ିଶାକୁ ଆସିଥିଲେ ଏହିଠାରେ ସଂକୀର୍ତ୍ତନ କରୁ କରୁ ଚୈତନ୍ୟ ଦେବ ପ୍ରେମବିହ୍ୱଳ ହୋଇ ଦଶାପ୍ରାପ୍ତ ହୋଇଥିଲେ ସେ ସମୟରେ ଏ ନଗର ସମୃଦ୍ଧିମନ୍ତ ଥିଲା ଚୈତନ୍ୟ ଦେବଙ୍କର ଓଡ଼ିଶାରେ18ବର୍ଷ ଅବସ୍ଥାନ କାଳରେ ଭଞ୍ଜ ନୃପତିମାନେ ଶକ୍ତ ଥିଲେ ଚୈତନ୍ୟ ଦେବଙ୍କ ତିରୋଭାବର କେତେ ବର୍ଷ ପରେ ମୟୂରଭଞ୍ଜ ନୃପତି ବୈଷ୍ଣବଧର୍ମ ଅବଲମ୍ବନ କଲେ ଦେବବିଗ୍ରହ ଧ୍ୱସଂକାରୀ କଳାପାହାଡ଼ ଏ ନଗର ଆକ୍ରମଣ କରି ରାଜବଂଶକୁ ଅନେକ ଦୁର୍ଗତିଯୁକ୍ତ କରିଥିଲା ଓ ରାଜ— ପରିବାର ଏହି ଆକ୍ରମଣର ଅତ୍ୟାଚାରରୁ ରକ୍ଷା ପାଇବା ନିମନ୍ତେ ପର୍ବତ ଗହ୍ୱରରେ ଆଶ୍ରୟଗ୍ରହଣ କରିଥିଲେ ତତ୍ପରେ ମରୟୂଭଞ୍ଜକୁ ମୁସଲମାନ୍ମାନେ ଆକ୍ରମଣ କରିବାରେ ଲାଗିଲେ ବଙ୍ଗରୁ ବିତାଡ଼ିତ ହୋଇ ଦାଉଦ୍ ଖାଁ ଏଠାର ସୁଦୃଢ଼ ଦୁର୍ଗରେ ଆଶ୍ରୟ ନେଇଥିଲେ ସେ ଆକବରଙ୍କ ସେନାପତି ଟୋଡ଼ର ମଲ୍ଲଙ୍କଦ୍ୱାରା ପରାଜିତ ହୋଇ କଟକ ଆଡ଼କୁ ଯାତ୍ରାକଲେ ଦାଉଦ୍ ଖାଁଙ୍କ ପରାଜୟ ପରେ ଓଡ଼ିଶା ମୋଗଲ ରାଜଧାନୀ ହେଲା ଦାଉଦ ଖାଁଙ୍କର ହରିହରପୁରରେ ଆଶ୍ରୟ ନେବା ସମୟରେ ମୟୂରଭଞ୍ଜର ତଦାନୀନ୍ତନ ମହାରାଜ ବୈଦ୍ୟନାଥ ଭଞ୍ଜ ଚୈତନ୍ୟଙ୍କ ପରବର୍ତ୍ତୀ ରସିକାନନ୍ଦ ଠାକୁରଙ୍କ ଠାରୁ ବୈଷ୍ଣବଧର୍ମ ଗ୍ରହଣ କଲେ ଓ ସେହି ସମୟରୁ ରାଜ୍ୟର ପ୍ରଜାମାନେ ମଧ୍ୟ ବୈଷ୍ଣବଧର୍ମ ଗ୍ରହଣ କଲେ ବୈଦ୍ୟନାଥ ଭଞ୍ଜଙ୍କ ପରବର୍ତ୍ତୀ ମହାରାଜମାନେ ହରିହର ପୁରରେ ଅନେକ ବିଷ୍ଣୁ ମନ୍ଦିର ନିର୍ମାଣ କରାଇ ଥିଲେ ଓ ତାଙ୍କ ପରବର୍ତ୍ତୀ ବିକ୍ରମାଦିତ୍ୟ ସେଠାରେ ରାଧାମୋହନଙ୍କର ଏକ ବିଚିତ୍ର ମନ୍ଦିର ତୋଳାଇଲେ ଆଲିବର୍ଦ୍ଦି ଖାଁ ମୟୂରଭଞ୍ଜ ଆକ୍ରମଣ କରି ବହୁ ଚେଷ୍ଟା ପରେ ମୟୂରଭଞ୍ଜକୁ ତାଙ୍କ ଶାସନାଧୀନ କଲେ ତତ୍ପରେ ମରହଟ୍ଟା— ବର୍ଗୀମାନେ ମୟୂରଭଞ୍ଜ ଆକ୍ରମଣ କରି ସମୃଦ୍ଧିମନ୍ତ ହରିହରପୁର ନଗରୀର ଧ୍ୱଂସ ସାଧନ କଲେ ବର୍ତ୍ତମାନ ହରିହରପୁରରେ ମରହଟ୍ଟା ଲୁଣ୍ଠନର ଚିହ୍ନ ସ୍ୱରୂପ ଭଗ୍ନାବ— ଶେଷମାନ ବିଦ୍ୟାମାନ କିନ୍ତୁ1801ସାଲ ପର୍ଯ୍ୟନ୍ତ ମୟୂର— ଭଞ୍ଜ ରାଜାମାନେ ଆପଣାକୁ ହରିହରପୁରର ରାଜା ବୋଲି ପରିଚିତ କରାଉଥିଲେ ହରିହରପୁର ବର୍ତ୍ତମାନ ଜଙ୍ଗଲରେ ପରିଣତ ହୋଇଅଛି ଏହି ଜଙ୍ଗଲ ମଧ୍ୟରେ ଦକ୍ଷିଣ ପୂର୍ବ ଦିଗରେ ରସିକ ରାୟଙ୍କ ସୁନ୍ଦର ମନ୍ଦିରର ଭଗ୍ନାବଶେଷ ଅଛି ଏ ମନ୍ଦିର ନିକଟରେ ରାଣୀହଂସପୁର ଓ ଦରବାର ଗୃହର ଭଗ୍ନାବଶେଷ ଓ ଜଗନ୍ନାଥ ମନ୍ଦିରର ଭଗ୍ନାବଶେଷ ଅଛି ଏଥିରେ ଥିବା ଜଗନ୍ନାଥ ମୂର୍ତ୍ତି ପ୍ରତାପପୁରକୁ ସ୍ଥାନାନ୍ତରିତ ହୋଇଅଛନ୍ତି ହରିହରପୁର ଦକ୍ଷିଣସୀମାରେ ମହିଷମର୍ଦ୍ଦନୀ ଓ କୋଟବାସିନୀ ଦେବୀଙ୍କ ମୂର୍ତ୍ତି ଅଛି ବିଶ୍ୱକୋଷ]