ହରିହର ଛତ୍ର Hirihara chhatra
- ଦେ. ବି (ସଂ. ହରିହର କ୍ଷେତ୍ର; ଏହା ହରିହର କ୍ଷେତ୍ରରେ ହେଉଥିବାରୁ) — ବିହାରର ପାଟନା ନିକଟସ୍ଥ ଗଙ୍ଗାନଦୀର ଅପର ପାରରେ ସୋନପୁର ନାମକ ସ୍ଥାନରେ ବର୍ଷକେ ଥରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ଦଶ ଦିନ କାଳ ବସୁଥିବା ଗୋଟିଏ ମେଳା — The annual fair held at Sonepur near Patna for 10 days from the full moon day of Kārttika
- ଦେ. ବି (ସଂ. ହରିହର କ୍ଷେତ୍ର; ଏହା ହରିହର କ୍ଷେତ୍ରରେ ହେଉଥିବାରୁ) — [ଦ୍ର—ଏହି ଉପଲକ୍ଷରେ ଏଠାରେ ବହୁ ଲକ୍ଷ ଲୋକ ସମବେତ ହୁଅନ୍ତି ଓ ସହସ୍ର ସହସ୍ର ଘୋଡ଼ା, ହାତୀ ଓ ବହୁ ଲକ୍ଷ ଟଙ୍କା ମୂଲ୍ୟର ପଣ୍ୟ ଓ ବଣିଜ୍ୟ ପଦାର୍ଥମାନ ଏଠାରେ କିଣାବିକା ହୁଏ। ବିହାରୀମାନେ ଏହି ଉତ୍ସବକୁ 'ଛତ୍' ଉତ୍ସବ କହନ୍ତି। ପଟନା ଗଙ୍ଗାର ଦକ୍ଷିଣ ତୀରରେ ଅବସ୍ଥିତ; ଓ ହରିହର ଛତ୍ର ଗଙ୍ଗାର ଉତ୍ତର ତୀରରେ ଗଣ୍ଡୁକୀ ଓ ଗଙ୍ଗାନଦୀର ସଙ୍ଗମସ୍ଥଳରେ ସାରଣ ଜିଲ୍ଲାରେ ଅବସ୍ଥିତ ଏଠାରେ ହରିହରନାଥ ନାମକ ମହାଦେବ ମୂର୍ତ୍ତି ଅଛନ୍ତି। ଏଠାକୁ ରାଜା ମହାରାଜଙ୍କଠାରୁ ଯୋଗୀ ସନ୍ନ୍ୟାସୀ ପର୍ଯ୍ୟନ୍ତ ସବୁଶ୍ରେଣୀର ବ୍ଯକ୍ତି ଆସନ୍ତି। ଏପରି ବଡ଼ ଜନସମାଗମ (ମେଳା) ଉତ୍ତର ଭାରତରେ ଅନ୍ଯ କୁତ୍ରାପି ଦୃଷ୍ଟ ହୁଏ ନାହିଁ]