ହରିଦ୍ୱାର Haridwāra
- ସଂ. ବି — ଉତ୍ତରଭାରତର ଯୁକ୍ତରାଜ୍ୟପ୍ରଦେଶରେ ଅବସ୍ଥିତ ପ୍ରସିଦ୍ଧ ନଗର ଓ ତୀର୍ଥ — Hardwār, a town and place of Hindu pilgrimage in the United Provinces of Agra and Oadh
- ସଂ. ବି — [ଦ୍ର—ଏହି ନଗର ଗଙ୍ଗା ନଦୀ କୂଳରେ ଅବସ୍ଥିତ। ଏହି ସ୍ଥାନ ନିକଟରେ ଗଙ୍ଗା ପୃଥିବୀକୁ ଅବତରଣ କରିଥିବାରୁ ଏହାର ଅନ୍ଯ ନାମ ଗଙ୍ଗାଦ୍ୱାର । ଏଠାରେ ଗଙ୍ଗାସ୍ନାନ କଲେ ଏହାଫଳ ଲାଭ ହୁଏ। ଏଠାରେ ବାର ବର୍ଷରେ କୁମ୍ଭ ମାସରେ ଗଙ୍ଗାସ୍ନାନ ନିମନ୍ତେ ଗୋଟିଏ ମହା— ମେଳା ହୁଏ ଓ ଭାରତର ସବୁଆଡ଼ୁ ବହୁ ଲକ୍ଷ ଯାତ୍ରୀ ଏଠାରେ ସମବେତ ହୁଅନ୍ତି। ଗଙ୍ଗା ଏହିଠାରୁ ଦକ୍ଷିଣବାହିନୀ ହୋଇ ବୋହି ଯାଇଅଛି। ଏହାର ଉତ୍ତରରେ ସାହେବ— ମାନଙ୍କର ଗ୍ରୀଷ୍ମ ନିବାସ 'ଡେରାଡୁନ୍' ଅବସ୍ଥିତ। ଏହି ବାଟେ କେଦାରନାଥକୁ ଓ ବଦ୍ରିନାଥକୁ ଯିବାକୁ ହୁଏ। ଏହିଠାରୁ 14 ମାଇଲ୍ ଦୂରରେ ହୃଷୀକେଶ ଅବସ୍ଥିତ। ହରିଦ୍ୱାର ଗଙ୍ଗା ନଦୀର ଦକ୍ଷିଣତୀରସ୍ଥ ହିମାଳୟର ଅଂଶ ଶିବାଳିକ ପର୍ବତଶ୍ରେଣୀର ପାଦଦେଶରେ ଅବସ୍ଥିତ। ପୁରା କାଳରେ କପିଳ ମୁନି ଏଠାରେ ଆଶ୍ରମ କରିଥିବାରୁ ଏହାକୁ କପିଳ ସ୍ଥାନ ମଧ୍ୟ ବୋଲାଯାଏ। ଗଙ୍ଗାତୀରରେ ବହୁ ଦେବ— ଦେବୀଙ୍କ ମନ୍ଦିର ଓ ଶ୍ରୀବିଷ୍ଣୁଙ୍କ ପାଦପଦ୍ମ ପ୍ରତିଷ୍ଠିତ। ସମ୍ମୁଖରେ ବିଦ୍ଯମାନ ବ୍ରହ୍ମକୁଣ୍ଡରେ ସ୍ନାନ ଓ ପିଣ୍ଡଦାନ କରିବାକୁ ହୁଏ। ହରିଦ୍ୱାରର ଉତ୍ତରଦିଗ ଭୂମିକୁ ସ୍ୱର୍ଗଭୂମି ବା ଭୋଗ ଭୂମି କହନ୍ତି—ମଦନମୋହନ, ତୀର୍ଥଦର୍ଶନ। ଏହାର ଅଦୂରରେ ଆର୍ଯ୍ୟସମାଜୀମାନଙ୍କ ପ୍ରତିଷ୍ଠିତ ଗୁରୁ— କୁଳାଶ୍ରମରେ ଅନେକ ହିନ୍ଦୁ ଛାତ୍ର ବ୍ରହ୍ମଚର୍ଯ୍ୟସାଧନାପୂର୍ବକ ବିଦ୍ୟାଧ୍ୟୟନ କରୁଅଛନ୍ତି। (ଉତ୍କଳ ସାହିତ୍ୟ 30। 12। 97 )] — [ଦ୍ର—ଏହି ନଗର ଗଙ୍ଗା ନଦୀ କୂଳରେ ଅବସ୍ଥିତ ଏହି ସ୍ଥାନ ନିକଟରେ ଗଙ୍ଗା ପୃଥିବୀକୁ ଅବତରଣ କରିଥିବାରୁ ଏହାର ଅନ୍ଯ ନାମ ଗଙ୍ଗାଦ୍ୱାର ଏଠାରେ ଗଙ୍ଗାସ୍ନାନ କଲେ ଏହାଫଳ ଲାଭ ହୁଏ ଏଠାରେ ବାର ବର୍ଷରେ କୁମ୍ଭ ମାସରେ ଗଙ୍ଗାସ୍ନାନ ନିମନ୍ତେ ଗୋଟିଏ ମହା— ମେଳା ହୁଏ ଓ ଭାରତର ସବୁଆଡ଼ୁ ବହୁ ଲକ୍ଷ ଯାତ୍ରୀ ଏଠାରେ ସମବେତ ହୁଅନ୍ତି ଗଙ୍ଗା ଏହିଠାରୁ ଦକ୍ଷିଣବାହିନୀ ହୋଇ ବୋହି ଯାଇଅଛି ଏହାର ଉତ୍ତରରେ ସାହେବ— ମାନଙ୍କର ଗ୍ରୀଷ୍ମ ନିବାସ 'ଡେରାଡୁନ୍' ଅବସ୍ଥିତ ଏହି ବାଟେ କେଦାରନାଥକୁ ଓ ବଦ୍ରିନାଥକୁ ଯିବାକୁ ହୁଏ ଏହିଠାରୁ14ମାଇଲ୍ ଦୂରରେ ହୃଷୀକେଶ ଅବସ୍ଥିତ ହରିଦ୍ୱାର ଗଙ୍ଗା ନଦୀର ଦକ୍ଷିଣତୀରସ୍ଥ ହିମାଳୟର ଅଂଶ ଶିବାଳିକ ପର୍ବତଶ୍ରେଣୀର ପାଦଦେଶରେ ଅବସ୍ଥିତ ପୁରା କାଳରେ କପିଳ ମୁନି ଏଠାରେ ଆଶ୍ରମ କରିଥିବାରୁ ଏହାକୁ କପିଳ ସ୍ଥାନ ମଧ୍ୟ ବୋଲାଯାଏ ଗଙ୍ଗାତୀରରେ ବହୁ ଦେବ— ଦେବୀଙ୍କ ମନ୍ଦିର ଓ ଶ୍ରୀବିଷ୍ଣୁଙ୍କ ପାଦପଦ୍ମ ପ୍ରତିଷ୍ଠିତ ସମ୍ମୁଖରେ ବିଦ୍ଯମାନ ବ୍ରହ୍ମକୁଣ୍ଡରେ ସ୍ନାନ ଓ ପିଣ୍ଡଦାନ କରିବାକୁ ହୁଏ ହରିଦ୍ୱାରର ଉତ୍ତରଦିଗ ଭୂମିକୁ ସ୍ୱର୍ଗଭୂମି ବା ଭୋଗ ଭୂମି କହନ୍ତି—ମଦନମୋହନ, ତୀର୍ଥଦର୍ଶନ ଏହାର ଅଦୂରରେ ଆର୍ଯ୍ୟସମାଜୀମାନଙ୍କ ପ୍ରତିଷ୍ଠିତ ଗୁରୁ— କୁଳାଶ୍ରମରେ ଅନେକ ହିନ୍ଦୁ ଛାତ୍ର ବ୍ରହ୍ମଚର୍ଯ୍ୟସାଧନାପୂର୍ବକ ବିଦ୍ୟାଧ୍ୟୟନ କରୁଅଛନ୍ତି (ଉତ୍କଳ ସାହିତ୍ୟ30 12 97)]
- ସଂ. ବି — ରାଜପ୍ରାସାଦର ବା ମନ୍ଦିରର ସିଂହଦ୍ୱାର — Lions gate of a palace or temple
- ସଂ. ବି — (ଯଥା—ହରି ହରିଦ୍ୱାରେ ମିଳି ହରିଧ୍ୱନି କଲେ ହରିତ ପୂରିତ ତ୍ୱରିତରେ ତହିଁ ହେଲେ—ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ।)