ହରିଦ୍ରା Haridrā

  • ସଂ ବି (ହରି=ପୀତବର୍ଣ୍ଣ+ଦ୍ରୁ ଧାତୁ=ପ୍ରାପ୍ତ ହେବା+କର୍ତ୍ତୃ ଅ+ସ୍ତ୍ରୀ ଆ; ବା ହରି=ବିଷ୍ଣୁ ଇତ୍ୟାଦି+ ଦ୍ରୁ ଧାତୁ=ଆଦର କରିବା+କର୍ମ ଅ+ସ୍ତ୍ରୀ ଆ) — କୃଷିଜାତ ହଳଦିଆବର୍ଣ୍ଣ— ପ୍ରକାଶକ ଓ ଦେହର ବର୍ଣ୍ଣ— ବିଧାୟକ ଗୁଳ୍ମ ମୂଳବିଶେଷ; ହଳଦୀ — Turmeric; Carcum Longa
  • ସଂ ବି (ହରି=ପୀତବର୍ଣ୍ଣ+ଦ୍ରୁ ଧାତୁ=ପ୍ରାପ୍ତ ହେବା+କର୍ତ୍ତୃ ଅ+ସ୍ତ୍ରୀ ଆ; ବା ହରି=ବିଷ୍ଣୁ ଇତ୍ୟାଦି+ ଦ୍ରୁ ଧାତୁ=ଆଦର କରିବା+କର୍ମ ଅ+ସ୍ତ୍ରୀ ଆ) — [ଦ୍ର—ଭାରତବର୍ଷରେ ସର୍ବତ୍ର ହଳଦୀର ଚାଷ ହୁଏ। ଏହାର ଗଛ 1 ହାତ ଉଚ୍ଚ ଏବଂ ଏହା ଅଦାଜାତୀୟ। ବଟା ହଳଦୀ ସ୍ତ୍ରୀ ଓ ଶିଶୁମାନଙ୍କ ଦେହରେ ବୋଳାଯାଏ; ତିଅଣରେ ମସଲାରୂପେ ବ୍ଯବହାର କରାଯାଏ; ଦେବମୂର୍ତ୍ତିଙ୍କ ଦେହରେ ଓ ଶୁଭକର୍ମରେ ଏହା ବ୍ଯବହୃତ ହୁଏ। ହଳଦୀ ଗଛ ଶୁଖିଗଲେ ଏଥିର କଞ୍ଚା ମୂଳକୁ କ୍ଷେତରୁ ଖୋଳି ତାକୁ ଗୋବରପାଣିରେ ଉଷାଇଁ ତା ପରେ ଶୁଖାଇକରି ରଖି ଆବଶ୍ୟକବେଳେ ଲୋକେ ବ୍ଯବହାର କରନ୍ତି। — [ଦ୍ର—ଭାରତବର୍ଷରେ ସର୍ବତ୍ର ହଳଦୀର ଚାଷ ହୁଏ ଏହାର ଗଛ1ହାତ ଉଚ୍ଚ ଏବଂ ଏହା ଅଦାଜାତୀୟ ବଟା ହଳଦୀ ସ୍ତ୍ରୀ ଓ ଶିଶୁମାନଙ୍କ ଦେହରେ ବୋଳାଯାଏ; ତିଅଣରେ ମସଲାରୂପେ ବ୍ଯବହାର କରାଯାଏ; ଦେବମୂର୍ତ୍ତିଙ୍କ ଦେହରେ ଓ ଶୁଭକର୍ମରେ ଏହା ବ୍ଯବହୃତ ହୁଏ ହଳଦୀ ଗଛ ଶୁଖିଗଲେ ଏଥିର କଞ୍ଚା ମୂଳକୁ କ୍ଷେତରୁ ଖୋଳି ତାକୁ ଗୋବରପାଣିରେ ଉଷାଇଁ ତା ପରେ ଶୁଖାଇକରି ରଖି ଆବଶ୍ୟକବେଳେ ଲୋକେ ବ୍ଯବହାର କରନ୍ତି
  • ସଂ ବି (ହରି=ପୀତବର୍ଣ୍ଣ+ଦ୍ରୁ ଧାତୁ=ପ୍ରାପ୍ତ ହେବା+କର୍ତ୍ତୃ ଅ+ସ୍ତ୍ରୀ ଆ; ବା ହରି=ବିଷ୍ଣୁ ଇତ୍ୟାଦି+ ଦ୍ରୁ ଧାତୁ=ଆଦର କରିବା+କର୍ମ ଅ+ସ୍ତ୍ରୀ ଆ) — ସ୍ତ୍ରୀମାନେ ହଳଦୀବଟା ସଙ୍ଗେ ତେଲ ମିଶାଇ ଦେହରେ ବୋଳିହୁଅନ୍ତି ଓ ଏବେ ମଧ୍ୟ ମଫସଲର ଅଶିକ୍ଷିତ ଓ ଇତର ଶ୍ରେଣୀର ସ୍ତ୍ରୀମାନଙ୍କର ହଳଦୀ, ମେଥି— ଗୁଣ୍ଡା, ଚୂଆ, ମହଣ ଓ ମାଲପା କେଶବିନ୍ୟାସ ଓ ପ୍ରସାଧନର ପ୍ରଧାନ ଅଙ୍ଗ ହୋଇ ରହିଅଛି।
  • ସଂ ବି (ହରି=ପୀତବର୍ଣ୍ଣ+ଦ୍ରୁ ଧାତୁ=ପ୍ରାପ୍ତ ହେବା+କର୍ତ୍ତୃ ଅ+ସ୍ତ୍ରୀ ଆ; ବା ହରି=ବିଷ୍ଣୁ ଇତ୍ୟାଦି+ ଦ୍ରୁ ଧାତୁ=ଆଦର କରିବା+କର୍ମ ଅ+ସ୍ତ୍ରୀ ଆ) — ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ହଳଦୀ ଚାଷ ହୁଏ। ହଳଦୀ ଫସଲ ସାଧାରଣତଃ ଢିପ ଜମିରେ ଓ ତୋଟା ଆଦି ଗଛତଳିଆ ନିକୃଷ୍ଟ ଜମିରେ ଆବାଦ ହୁଏ। ଏ ଦେଶରେ ଯେଉଁ ହଳଦୀ ହୁଏ ତାକୁ ଦେଶୀ ବା ଓଡ଼ିଶି ହଳଦୀ ବୋଲାଯାଏ। ଗଡ଼ଜାତରୁ ଯେଉଁ ହଳଦୀ ଆସେ ତାକୁ କୁଆରପୁଡ଼ି(ରି)ଆ ହଳଦୀ ବୋଲାଯାଏ। ଆଉ ଏକପ୍ରକାର ହଳଦୀ ଅଛି; ଏହାକୁ ବାଟିଲେ ସାଧାରଣ ହଳଦୀ ଅପେକ୍ଷା ଏହାର ରଙ୍ଗ ଗାଢ଼ତର ଦେଖାଯାଏ। ଏ ହଳଦୀକୁ କ୍ଷେତରେ ଏକ ବରଷରୁ ବେଶିକାଳ ରଖିବା ପରେ ଖୋଳିବାକୁ ହୁଏ। ଏହାକୁ ବନହଳଦୀ କହନ୍ତି। ଗଡ଼ଜାତର କନ୍ଧଡ଼ା (କନ୍ଧ ମାନଙ୍କ ଅଧ୍ୟୁସିତ ଅଞ୍ଚଳ)ରେ କନ୍ଧମାନେ ହଳଦୀ ଚାଷରେ ବିଶେଷ ଉଦ୍ଯୋଗୀ ଅଟନ୍ତି। ହଳଦୀ ଫସଲ ପାଇଁ ପୂର୍ବେ କନ୍ଧମାନେ ନରବଳି (ମେରିଆ) ଦେଇ ସେହି ବଳିର ମାଂସକୁ ହଳଦୀ କିଆରିରେ ପୋତୁଥିଲେ। ଏବେ ଇଂରାଜ ଗବର୍ଣ୍ଣମେଣ୍ଟ ବହୁ ଚେଷ୍ଟା କରି ଏହି ନୃଶଂସ ପ୍ରଥା ରହିତ କରିଅଛନ୍ତି। ବହଳିଆ ପିଠଉକୁ ହଳଦୀ ପତ୍ର ଭିତରେ ରଖି ଅଥାରରେ ସିଝାଇ ଲୋକେ ପିଠା କରନ୍ତି। କଞ୍ଚା ହଳଦୀ ବାଟିକରି ଖାଇଲେ କୃମି ନାଶ ହୁଏ। ବୈଦ୍ୟଶାସ୍ତ୍ର ମତରେ ହରିଦ୍ରା 4 ପ୍ରକାରର। ଯଥା— 1 । ସାଧାରଣ ହରିଦ୍ରା। 2 । କର୍ପୂର ହରିଦ୍ରା—ଏହା ବଣରେ ଜନ୍ମେ, ଏହାର ପତ୍ର ଓ ମୂଳ କର୍ପୂର ପରି ସୁବାସଯୁକ୍ତ; ଆମ୍ବ— ଅଦା। 3 । ବନ ହରିଦ୍ରା—ଏହା ବଣରେ ଜନ୍ମେ; ଏହାର ପତ୍ର ଦେଶୀ ହଳଦୀ ପତ୍ରଠାରୁ ଚୌଡ଼ା ଓ ପତ୍ରର ତଳପାଖ ରୋମଶ। ଏହା କୁଷ୍ଠ ବାତାସ୍ରନାଶକ। 4 । ଦାରୁହରିଦ୍ରା—ସାଧାରଣ ହଳଦୀ ଅପେକ୍ଷା ଏ ହଳଦୀର ମୂଳ ଓ ଗଛ ଛୋଟ। — ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ହଳଦୀ ଚାଷ ହୁଏ ହଳଦୀ ଫସଲ ସାଧାରଣତଃ ଢିପ ଜମିରେ ଓ ତୋଟା ଆଦି ଗଛତଳିଆ ନିକୃଷ୍ଟ ଜମିରେ ଆବାଦ ହୁଏ ଏ ଦେଶରେ ଯେଉଁ ହଳଦୀ ହୁଏ ତାକୁ ଦେଶୀ ବା ଓଡ଼ିଶି ହଳଦୀ ବୋଲାଯାଏ ଗଡ଼ଜାତରୁ ଯେଉଁ ହଳଦୀ ଆସେ ତାକୁ କୁଆରପୁଡ଼ି(ରି)ଆ ହଳଦୀ ବୋଲାଯାଏ ଆଉ ଏକପ୍ରକାର ହଳଦୀ ଅଛି; ଏହାକୁ ବାଟିଲେ ସାଧାରଣ ହଳଦୀ ଅପେକ୍ଷା ଏହାର ରଙ୍ଗ ଗାଢ଼ତର ଦେଖାଯାଏ ଏ ହଳଦୀକୁ କ୍ଷେତରେ ଏକ ବରଷରୁ ବେଶିକାଳ ରଖିବା ପରେ ଖୋଳିବାକୁ ହୁଏ ଏହାକୁ ବନହଳଦୀ କହନ୍ତି ଗଡ଼ଜାତର କନ୍ଧଡ଼ା (କନ୍ଧ ମାନଙ୍କ ଅଧ୍ୟୁସିତ ଅଞ୍ଚଳ)ରେ କନ୍ଧମାନେ ହଳଦୀ ଚାଷରେ ବିଶେଷ ଉଦ୍ଯୋଗୀ ଅଟନ୍ତି ହଳଦୀ ଫସଲ ପାଇଁ ପୂର୍ବେ କନ୍ଧମାନେ ନରବଳି (ମେରିଆ) ଦେଇ ସେହି ବଳିର ମାଂସକୁ ହଳଦୀ କିଆରିରେ ପୋତୁଥିଲେ ଏବେ ଇଂରାଜ ଗବର୍ଣ୍ଣମେଣ୍ଟ ବହୁ ଚେଷ୍ଟା କରି ଏହି ନୃଶଂସ ପ୍ରଥା ରହିତ କରିଅଛନ୍ତି ବହଳିଆ ପିଠଉକୁ ହଳଦୀ ପତ୍ର ଭିତରେ ରଖି ଅଥାରରେ ସିଝାଇ ଲୋକେ ପିଠା କରନ୍ତି କଞ୍ଚା ହଳଦୀ ବାଟିକରି ଖାଇଲେ କୃମି ନାଶ ହୁଏ ବୈଦ୍ୟଶାସ୍ତ୍ର ମତରେ ହରିଦ୍ରା4ପ୍ରକାରର ଯଥା—1 ସାଧାରଣ ହରିଦ୍ରା2 କର୍ପୂର ହରିଦ୍ରା—ଏହା ବଣରେ ଜନ୍ମେ, ଏହାର ପତ୍ର ଓ ମୂଳ କର୍ପୂର ପରି ସୁବାସଯୁକ୍ତ; ଆମ୍ବ— ଅଦା3 ବନ ହରିଦ୍ରା—ଏହା ବଣରେ ଜନ୍ମେ; ଏହାର ପତ୍ର ଦେଶୀ ହଳଦୀ ପତ୍ରଠାରୁ ଚୌଡ଼ା ଓ ପତ୍ରର ତଳପାଖ ରୋମଶ ଏହା କୁଷ୍ଠ ବାତାସ୍ରନାଶକ4 ଦାରୁହରିଦ୍ରା—ସାଧାରଣ ହଳଦୀ ଅପେକ୍ଷା ଏ ହଳଦୀର ମୂଳ ଓ ଗଛ ଛୋଟ
  • ସଂ ବି (ହରି=ପୀତବର୍ଣ୍ଣ+ଦ୍ରୁ ଧାତୁ=ପ୍ରାପ୍ତ ହେବା+କର୍ତ୍ତୃ ଅ+ସ୍ତ୍ରୀ ଆ; ବା ହରି=ବିଷ୍ଣୁ ଇତ୍ୟାଦି+ ଦ୍ରୁ ଧାତୁ=ଆଦର କରିବା+କର୍ମ ଅ+ସ୍ତ୍ରୀ ଆ) — ହଳଦୀ କଟୁ, ତିକ୍ତରସ, ଅଙ୍ଗର ବର୍ଣ୍ଣକାରକ ଉଷ୍ଣବୀର୍ଯ୍ୟ, ରୁକ୍ଷ, ଶୋଧକ।
  • ସଂ ବି (ହରି=ପୀତବର୍ଣ୍ଣ+ଦ୍ରୁ ଧାତୁ=ପ୍ରାପ୍ତ ହେବା+କର୍ତ୍ତୃ ଅ+ସ୍ତ୍ରୀ ଆ; ବା ହରି=ବିଷ୍ଣୁ ଇତ୍ୟାଦି+ ଦ୍ରୁ ଧାତୁ=ଆଦର କରିବା+କର୍ମ ଅ+ସ୍ତ୍ରୀ ଆ) — ଏହା କଫ, ବାତ, ରକ୍ତଦୋଷ, କୁଷ୍ଠ, କଣ୍ଡୁ ପ୍ରମେହ, ତ୍ୱଗ୍ଦୋଷ, ବ୍ରଣ, ଶୋଥ, ପାଣ୍ଡୁ, କୃମି, ବିଷ— ଦୋଷ, ପୀନସ, ଅରୁଚି, ଅପଚୀ ରୋଗରେ ଓ ଦାହରେ ଉପକାରୀ।]