ହରିତାଳିକା Haritāḻikā

  • ସଂ. ବି — ଭାଦ୍ର ଶୁକ୍ଳ ଚତୁର୍ଥୀ — 1. The 4th day of the bright lunar fortnight of Bhādra
  • ସଂ. ବି — [ନୋଟ୍—ଏହି ଦିନ ହରିଙ୍କୁ ପୂଜା କରାଯାଏ ଓ ସ୍ୟମନ୍ତକ ଉପାଖ୍ୟାନ ପାଠ କରାଯାଏ ଓ ବିଷ୍ଣୁ— ପୁରାଣୋକ୍ତ— 'ସିଂହଃ ପ୍ରସେନ ମବଧୀତ୍ ସିଂହୋ ଜାମ୍ବବତ ହତଃ ସୁକୁମାରକ ମା ରୋଦୀ ସ୍ତବ ହ୍ୟେଷ ସ୍ୟମନ୍ତକଃ ଏହି ମନ୍ତ୍ରଦ୍ୱାରା ଅଭିମନ୍ତ୍ରିତ ଜଳକୁ ପାନ କରିବାକୁ ହୁଏ। ଏଦିନ ମଧ୍ୟ ଗଣେଶ ଚତୁର୍ଥୀ ବ୍ରତ କରାଯାଏ। ଏଦିନ ଚନ୍ଦ୍ରଙ୍କୁ ଦର୍ଶନ କଲେ ପାପ ହୁଏ।]
  • ସଂ. ବି — (ମତାନ୍ତରରେ) ଭାଦ୍ର ଶୁକ୍ଳ ତୃତୀୟା (ହି. ଶ) — The 3rd day of the bright fornight of Bhadra
  • ସଂ. ବି — [ଦ୍ର— 1 । ଏଦିନ ସ୍ତ୍ରୀମାନେ ନିର୍ଜଳ ଉପବାସ କରନ୍ତି, ନୂଆ ଲୁଗା ପିନ୍ଧନ୍ତି ଓ ଶିବ ପାର୍ବତୀଙ୍କ ପୂଜା କରନ୍ତି (ହି. ଶ)। — [ଦ୍ର—1 ଏଦିନ ସ୍ତ୍ରୀମାନେ ନିର୍ଜଳ ଉପବାସ କରନ୍ତି, ନୂଆ ଲୁଗା ପିନ୍ଧନ୍ତି ଓ ଶିବ ପାର୍ବତୀଙ୍କ ପୂଜା କରନ୍ତି (ହି. ଶ)
  • ସଂ. ବି — [ଦ୍ର— 2 । ହିନ୍ଦି ଶବ୍ଦସାଗରରେ ହରିତାଳିକା ଭାଦ୍ର— ଶୁକ୍ଳ ତୃତୀୟାରେ ହେବା ଲେଖା ଅଛି। ଏହା ଆମ ଦେଶର ବାଲି ତୃତୀୟା ବ୍ରତ। ସେଦିନ ଆମ ଦେଶର ସ୍ତ୍ରୀମାନେ ନିର୍ଜଳ ଉପବାସ କରନ୍ତି। ତହିଁ ଆରଦିନ ଗଣେଶ ଚତୁର୍ଥୀ ଓ ହରିତାଳିକା ବ୍ରତ ହୁଏ ଯେଉଁଦିନ ତୃତୀୟା ଓ ଚତୁର୍ଥୀ ତିଥି ଏକା ଦିନକେ ପଡ଼େ (ଯଥା— 1939 ସେପ୍ଟେମ୍ବର 16 ତାରିଖ) ସେଦିନ ହରିତାଳିକା ଓ ବାଲି ତୃତୀୟା ଏକା ଦିନକେ ହୁଏ। ଯେଉଁ ତୃତୀୟା ଓ ଚତୁର୍ଥୀ ତିଥି ଭିନ୍ନ ଦିନରେ ପଡ଼େ (ଯଥା— 1938 ସେପ୍ଟେମ୍ବର 7 ତାରିଖ ତୃତୀୟା ଓ 8 ତାରିଖ ଚତୁର୍ଥୀ) ସେ ବର୍ଷ ଏ ବ୍ରତ ପୃଥକ୍ ଦିନ କରାଯାଏ। ବାଲି ତୃତୀୟାରେ ଉମା, ମହେଶ୍ୱର, ଗଣପତ୍ୟାଦି ପୂଜା ବା ଗୌରୀବ୍ରତ ଓଡ଼ିଶାର ଅନେକ ସ୍ତ୍ରୀ କରନ୍ତି।] — [ଦ୍ର—2 ହିନ୍ଦି ଶବ୍ଦସାଗରରେ ହରିତାଳିକା ଭାଦ୍ର— ଶୁକ୍ଳ ତୃତୀୟାରେ ହେବା ଲେଖା ଅଛି ଏହା ଆମ ଦେଶର ବାଲି ତୃତୀୟା ବ୍ରତ ସେଦିନ ଆମ ଦେଶର ସ୍ତ୍ରୀମାନେ ନିର୍ଜଳ ଉପବାସ କରନ୍ତି ତହିଁ ଆରଦିନ ଗଣେଶ ଚତୁର୍ଥୀ ଓ ହରିତାଳିକା ବ୍ରତ ହୁଏ ଯେଉଁଦିନ ତୃତୀୟା ଓ ଚତୁର୍ଥୀ ତିଥି ଏକା ଦିନକେ ପଡ଼େ (ଯଥା—1939ସେପ୍ଟେମ୍ବର16ତାରିଖ) ସେଦିନ ହରିତାଳିକା ଓ ବାଲି ତୃତୀୟା ଏକା ଦିନକେ ହୁଏ ଯେଉଁ ତୃତୀୟା ଓ ଚତୁର୍ଥୀ ତିଥି ଭିନ୍ନ ଦିନରେ ପଡ଼େ (ଯଥା—1938ସେପ୍ଟେମ୍ବର7ତାରିଖ ତୃତୀୟା ଓ8ତାରିଖ ଚତୁର୍ଥୀ) ସେ ବର୍ଷ ଏ ବ୍ରତ ପୃଥକ୍ ଦିନ କରାଯାଏ ବାଲି ତୃତୀୟାରେ ଉମା, ମହେଶ୍ୱର, ଗଣପତ୍ୟାଦି ପୂଜା ବା ଗୌରୀବ୍ରତ ଓଡ଼ିଶାର ଅନେକ ସ୍ତ୍ରୀ କରନ୍ତି]
  • ସଂ. ବି — ଦୁର୍ବା (ତ୍ରିକାଣ୍ଡ ଶେଷ) — The dūrbā grass; the creeping grass
  • ସଂ. ବି — ଦକ୍ଷିଣରୁ ଉତ୍ତରକୁ ପଡ଼ିଥିବା ଛାୟାପଥ ବା ନକ୍ଷତ୍ର ରେଖା — The milky way extending from the south to the north in the sky