ହରି ଭକ୍ତ Haribhakta
- ସଂ. ବିଣ. ପୁଂ ( 6 ଷ୍ଠୀ ତତ୍) — ବିଷ୍ଣୁଙ୍କ ପ୍ରତି ଭକ୍ତିଯୁକ୍ତ — Devoted to God
- ବି — ହରିଙ୍କଠାରେ ମନପ୍ରାଣ ଅର୍ପଣ କରିଥିବା ବ୍ଯକ୍ତି; ହରି ସେବକ — A devotee of Hari; a devout worshipper of God
- ବି — [ଦ୍ର—ଯେଉଁ ଲୋକର ହରିଙ୍କଠାରେ ଭକ୍ତି ଥାଏ ଓ ଯେଉଁ ବ୍ଯକ୍ତି ସର୍ବଜୀବରେ ଈଶ୍ୱର ବିଦ୍ଯମାନ ଥିବା ଭାବନ୍ତି, ତାଙ୍କୁ ହରିଭକ୍ତ ବୋଲାଯାଏ—ବ୍ରହ୍ମବୈବର୍ତ୍ତ ପୁରାଣ, ପତିଖଣ୍ଡ]