ହର ଗଉରା Hara gaurā
- ଦେ. ବି. (ସଂ ହର ଓ ଗୌରୀ) — ହର ଓ ପାର୍ବତୀ — Ṡiva and his consort Pārbatī
- ଦେ. ବି. (ସଂ ହର ଓ ଗୌରୀ) — ଶିବଙ୍କର ଅର୍ଦ୍ଧାନାରୀଶ୍ୱର ରୂପ — The form of Ṡiva consisting half of himself and the other half of Parbatī
- ଦେ. ବି. (ସଂ ହର ଓ ଗୌରୀ) — [ସଂ. ନାମ ଦ୍ୱିପତ୍ରୀ]— ହଜାରି ଫୁଲ — Indian balsam
- ଦେ. ବି. (ସଂ ହର ଓ ଗୌରୀ) — [ଦ୍ର— ଏହାର ଗଛ ଉଚ୍ଚତାରେ ପ୍ରାୟ 2 ହାତ ବଢ଼େ ଓ ବର୍ଷାଦିନେ ଏଥିର ଗଛ ଉଠି ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକରେ ଫୁଲ ଧରେ; ଶୀତକାଳକୁ ଗଛ ମରିଯାଏ। ଗଛରେ ଧଳା, ନାଲି, ଛାପଛାପିଆ ଆଦି ଭିନ୍ନ ଭିନ୍ନ ରଙ୍ଗର ଫୁଲ ଧରେ। ଏହାର ଫଳ ଗୋଟିଏ ଲେଖାଏଁ ମୃଦଙ୍ଗାକୃତି ଓ ଅଧ ଇଞ୍ଚ୍ ଲମ୍ବ; ମଞ୍ଜିଗୁଡ଼ିଏ ଫଳ ମଧ୍ୟରେ ଥାଏ; ମଞ୍ଜିଗୁଡ଼ିକ ସୋରିଷ ବର୍ଣ୍ଣବିଶିଷ୍ଟ, କିନ୍ତୁ ସୋରିଷଠାରୁ ବଡ଼। ଏହାର ଫୁଲ ଓ ପତ୍ରକୁ ବାଟି ମାଇପେ ଓ ପିଲା— ମାନେ କରତଳରେ ଓ ଗୋଡ଼ରେ ଅଳତା ଘେନିବା ଅଂଶରେ ବୋଳନ୍ତି। ଏହାକୁ କିଛିକ୍ଷଣ ରଖି କାଢ଼ି ପକାଇଲେ ସେ ସ୍ଥାନମାନ ନାଲି ରଙ୍ଗରେ ରଞ୍ଜିତ ହୁଏ ଓ କିଛିଦିନ ସ୍ଥାୟୀ ହୁଏ। ଏହାର ଫୁଲରେ ପାଖୁଡ଼ା ତଳେ ଯେଉଁ ଖୋଳ ଥାଏ, ତାହା ମଧ୍ୟ ଫୁଲର ବର୍ଣ୍ଣବିଶିଷ୍ଟ ଥିବାରୁ ଏହାର ସଂ. ନାମ ଦ୍ୱିପତ୍ରୀ।] — [ଦ୍ର— ଏହାର ଗଛ ଉଚ୍ଚତାରେ ପ୍ରାୟ2ହାତ ବଢ଼େ ଓ ବର୍ଷାଦିନେ ଏଥିର ଗଛ ଉଠି ଭାଦ୍ରବ, ଆଶ୍ୱିନ ଓ କାର୍ତ୍ତିକରେ ଫୁଲ ଧରେ; ଶୀତକାଳକୁ ଗଛ ମରିଯାଏ ଗଛରେ ଧଳା, ନାଲି, ଛାପଛାପିଆ ଆଦି ଭିନ୍ନ ଭିନ୍ନ ରଙ୍ଗର ଫୁଲ ଧରେ ଏହାର ଫଳ ଗୋଟିଏ ଲେଖାଏଁ ମୃଦଙ୍ଗାକୃତି ଓ ଅଧ ଇଞ୍ଚ୍ ଲମ୍ବ; ମଞ୍ଜିଗୁଡ଼ିଏ ଫଳ ମଧ୍ୟରେ ଥାଏ; ମଞ୍ଜିଗୁଡ଼ିକ ସୋରିଷ ବର୍ଣ୍ଣବିଶିଷ୍ଟ, କିନ୍ତୁ ସୋରିଷଠାରୁ ବଡ଼ ଏହାର ଫୁଲ ଓ ପତ୍ରକୁ ବାଟି ମାଇପେ ଓ ପିଲା— ମାନେ କରତଳରେ ଓ ଗୋଡ଼ରେ ଅଳତା ଘେନିବା ଅଂଶରେ ବୋଳନ୍ତି ଏହାକୁ କିଛିକ୍ଷଣ ରଖି କାଢ଼ି ପକାଇଲେ ସେ ସ୍ଥାନମାନ ନାଲି ରଙ୍ଗରେ ରଞ୍ଜିତ ହୁଏ ଓ କିଛିଦିନ ସ୍ଥାୟୀ ହୁଏ ଏହାର ଫୁଲରେ ପାଖୁଡ଼ା ତଳେ ଯେଉଁ ଖୋଳ ଥାଏ, ତାହା ମଧ୍ୟ ଫୁଲର ବର୍ଣ୍ଣବିଶିଷ୍ଟ ଥିବାରୁ ଏହାର ସଂ. ନାମ ଦ୍ୱିପତ୍ରୀ]