ହବିଷ୍ୟାନ୍ନ Habishyānna
- ସଂ. ବି — କର୍ତ୍ତିକ ବ୍ରତାଦିରେ ଭକ୍ଷଣୀୟ ଘୃତମିଶ୍ରିତ ନିରାମିଷ ଆତପାନ୍ନ — Rice prepared from sunned paddy and then boiled and taken with ghee and vegetables without any meat
- ସଂ. ବି — [ଦ୍ର—ଆମ ଦେଶରେ ବିଧବାମାନେ ହବିଷ୍ୟାନ୍ନରେ, ଅରୁଆ ଅନ୍ନ, ଘିଅ, କଞ୍ଚା କଳା ମୁଗର ଡାଲି, ବନ୍ତଳ କଦଳୀ, ସାରୁ, ଓଉ, ଅଗସ୍ତି ଶାଗ, ଅଦା, ବେତକନ୍ଦା ବ୍ଯବହାର କରନ୍ତି। କିନ୍ତୁ ଅଗସ୍ତ୍ୟ— ସଂହିତାଦି ସ୍ମୃତିଶାସ୍ତ୍ରରେ 'ହବିଷ୍ୟାନ୍' ସମ୍ବନ୍ଧେ ନିମ୍ନଲିଖିତ ଉପଦେଶମାନ ଦେଖାଯାଏ— ହୈମନ୍ତିକଂ ସିତାସ୍ମିନଂ ଧାନ୍ୟମୁଦ୍ଗାସ୍ତିଳା ଯବାଃ, କଳାୟ କଙ୍ଗୁନୀବାରା ବାସ୍ତୂକଂ ହିଲମୋଚିକା, ପଷ୍ଟି କାକାଳଶାକଞ୍ଚ ମୂଳକଂ କେମୁକେତରତ୍, ଲବଣେ ସୈନ୍ଧବ ସାମୁଦ୍ରେ ଗବ୍ୟେ ତ ଦଧିସର୍ପିଷୀ, ପୟୋନୁଦ୍ଧୃତସାରଞ୍ଚ ପନସାମ୍ର ହରୀତକୀ, ବିନ୍ତିଡ଼ୀ ଜୀରକଞ୍ଚୈବ ନାଗରଙ୍ଗକ ପିପ୍ପଳୀ, କଦଳୀଲବଳୀଧାତ୍ରୀ ଫଳାନିଗୁଡ଼ମୈକ୍ଷବଂ, ଅତୈଳପକ୍ୱଂ ମୁନିଭି ର୍ହବିଷ୍ୟାନ୍ନଂ ପ୍ରଚକ୍ଷତେ।]