ହନୁମାନ୍ Hanumān
- ସଂ. ବି. ପୁଂ [ହନୁ+ ଅଛି ଅର୍ଥରେ ମନ୍ ହମୁମତ୍ ଶବ୍ଦର 1 ମା. 1 ବ) — ଶ୍ରୀରାମଙ୍କ ଦୂତ ବାନର, ଅଞ୍ଜନାଗର୍ଭରୁ ପବନଦେବଙ୍କ (ମତାନ୍ତରରେ ମହାଦେବଙ୍କ) ଔରସଜାତ ବାନରବିଶେଷ — Name of a monkey who was a devotee of Srīrāma
- ସଂ. ବି. ପୁଂ [ହନୁ+ ଅଛି ଅର୍ଥରେ ମନ୍ ହମୁମତ୍ ଶବ୍ଦର 1 ମା. 1 ବ) — [ଦ୍ର—ଏ ସୁଗ୍ରୀବଙ୍କ ଭଣଜା; ଏହାଙ୍କ ମାତାଙ୍କ ନାମ ଅଞ୍ଜନା; ଏ ବାୟୁଦେବତାଙ୍କ ପୁତ୍ର। ଏ ପ୍ରଥମେ ବାଳିଙ୍କର ସେନାପତି ଥିଲେ। ପରେ ବାଳିଙ୍କର ରାଜ୍ୟରୁ ବିତାଡ଼ନ ପରେ ଏ ସୁଗ୍ରୀବଙ୍କର ପାରିଷଦ ହେଲେ। ସୀତାହରଣ ପରେ ରାମଚନ୍ଦ୍ରଙ୍କର ସୁଗ୍ରୀବଙ୍କ ସଙ୍ଗେ ମିତ୍ରତା ହେବାରୁ ଏ ସୀତାଙ୍କୁ ଠାବ କରିବାକୁ ଦୂତରୂପେ ଦକ୍ଷିଣକୁ ଯାଇ ଲଙ୍କାରେ ଅଶୋକବନରେ ସୀତାଙ୍କୁ ଠାବ କରି, ତାଙ୍କୁ ଶ୍ରୀରାମଙ୍କ ସଂବାଦ ଦେଇ, ତାଙ୍କଠାରୁ ଲେଉଟ ସଂବାଦ ଓ ସଂଙ୍କେତ ଆଣି ଶ୍ରୀରାମଙ୍କୁ ଦେଇଥିଲେ। ଏ ନିଜ ଲାଙ୍ଗୁଳରେ କନା ଗୁଡ଼ିଆଇ ତେଲ ଢଳାଇ ତହିଁରେ ନିଆ ଲଗାଇ ଲଙ୍କାକୁ ପୋଡ଼ି ପକାଇ ଥିଲେ। ଏ ଅତ୍ୟନ୍ତ ବଳଶାଳୀ ଥିଲେ ଓ ଭାରତବର୍ଷରୁ ଲଙ୍କାକୁ ଡେଇଁଥିଲେ। ଲକ୍ଷ୍ମଣଙ୍କ ଶକ୍ତିଭେଦ ହେବାରୁ ଏ ଅମରମହୌଷଧି ଆଣିବାକୁ ଯାଇ ଗନ୍ଧମାଦନ ପର୍ବତକୁ ଉପାଡ଼ି ନିଜ ମୁଣ୍ଡରେ ବୋହି ଲଙ୍କାଠାକୁ ଆଣିବାରୁ ଲକ୍ଷ୍ମଣଙ୍କର ପ୍ରାଣରକ୍ଷା ହେଲା। ଏ ରାବଣଙ୍କ ରାକ୍ଷସ ସେନା ସଙ୍ଗେ ଖୁବ୍ ବୀରତା ସହକାରେ ଯୁଦ୍ଧ କରି ଥିଲେ। ରାମଚନ୍ଦ୍ର ଦେହ ତ୍ୟାଗ କରିବା ସମୟରେ ଏହାଙ୍କୁ ଅମରବର ଦେଇଥିଲେ। କଥିତ ଅଛି ଯେ, ଲଙ୍କା ପୋଡ଼ିବା ପରେ ହନୁମାନ୍ ନିଜ ଲାଙ୍ଗୁଡ଼ରେ ଜଳୁଥିବା ନିଆଁକୁ ହାତରେ ଓ ଗୋଡ଼ରେ ମଳି ଲିଭାଇ ଦେଇ ସେହି କରତଳକୁ ମୁଁହରେ ବୋଳି ଦେବାରୁ ତାଙ୍କ ମୁହଁ କଳା ପଡ଼ିଗଲା ଓ ତଦବଧି ତାଙ୍କ ବଂଶଧରମାନେ (ହନୁମାଙ୍କଡ଼) ମୁହଁପୋଡ଼ା ବାନ୍ଦର ହେଲେ। ଦ୍ୱାପର ଯୁଗରେ ଭୀମଙ୍କ ସଙ୍ଗେ ଗନ୍ଧମାଦନ ପର୍ବତରେ ଏହାଙ୍କର ଭେଟ ହୋଇଥିଲା। ଏ ମହାବୀର ଥିଲେ ଓ ଆଜିପର୍ଯ୍ୟନ୍ତ ହିନ୍ଦୁମାନେ ଏହାଙ୍କୁ 'ମହାବୀର' ଠାକୁର ରୂପରେ ପୁଜା କରନ୍ତି। ଏ ରାମଚନ୍ଦ୍ରଙ୍କ ଭକ୍ତମାନଙ୍କ ମଧ୍ୟରେ ଶ୍ରେଷ୍ଠ ଥିଲେ।]
- ଦେ. ବି — ସଂସ୍କୃତ କାବ୍ୟ ମହାନାଟକର ରଚୟିତା ଉତ୍କଳୀୟ ଶ୍ରୀ ହନୁମାନ ମିଶ୍ର
- ଦେ. ବି — ହନୁମାଙ୍କଡ଼ — The black-faced monkey; entellus
- ଦେ. ବି — ହନୁମାଙ୍କଡ଼ ପରି ଅସୁନ୍ଦରମୁହାଁ ବ୍ଯକ୍ତି — An ugly-faced person (like a monkey.)