ହଗାଇ ଦେବା Hagāi debā

  • ଦେ. କ୍ରି — କୌଣସି ବ୍ଯକ୍ତିକୁ ପ୍ରହାର ଆଦି ଦେବା ଦ୍ୱାରା ବିନା ପ୍ରେରଣାରେ ତାଠାରୁ ମଳନିଃସରଣ କରାଇବା — To cause a person to pass stool involuntarily as a result of very severe beating
  • ଦେ. କ୍ରି — କୌଣସି ବ୍ଯକ୍ତିକୁ ଭୟ ଦେଖାଇ ଅତର୍ଚ୍ଛ କରିବା ଦ୍ୱାରା ଅନିଚ୍ଛାକ୍ରମେ ତାର ମଳ ନିଃସୃତ କରାଇବା — To Cause a person to pass stool involuntarily through extreme fear
  • ଦେ. କ୍ରି — କୌଣସି ବ୍ଯକ୍ତି ଉପରେ ତାହାର ବୋହି ପାରିବା ଶକ୍ତିର ସୀମାତୀତ ବୋଝ ଲଦିବା ଦ୍ୱାରା ଅନିଚ୍ଛାକ୍ରମେ ତାର ଝାଡ଼ା ଫେରିବାର କାରଣ ହେବା — To cause a person to pass stool involuntarily by putting on him a load very much in excess of his carrying capacity
  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିକୁ ଅତ୍ୟନ୍ତ ଅତର୍ଚ୍ଛ କରିବା — (figurative) To frighten or terrify a person
  • ଦେ. କ୍ରି — କୌଣସି ବ୍ୟକ୍ତିକୁ ବେଜାୟ ମାଡ଼ ଦେବା — To beat a person very Severely
  • ଦେ. କ୍ରି — କୌଣସି ବ୍ଯକ୍ତି ଉପରେ ବେଜାୟ ବୋଝ ଲଦି ଦେବା — To put excessive load on a person
  • ଦେ. କ୍ରି — କୌଣସି କାର୍ଯ୍ୟ କରିବାକୁ କୌଣସି ବ୍ଯକ୍ତିକୁ ଅତିଶୟ ତ୍ୱରାନିତ୍ୱ କରିବା — To cause unnecessary haste to a person by pressing him to do anything immediately