ହକିମି Hakimi

  • ବୈଦେ. ବି — ହକିମବୃତ୍ତି — The practice or profession of a Hakim or Unani Physician
  • ବୈଦେ. ବି — ଇଉନାନୀ ଚିକିତ୍ସାପ୍ରଣାଳୀ — The Unani system of medicine or treatment
  • ବିଣ — ହକିମ୍ ସମ୍ବନ୍ଧୀୟ — Relating to a Hakim
  • ବିଣ — ୟୁନାନୀ ଚିକିତ୍ସା ସମ୍ବନ୍ଧୀୟ — Relating to the Unani System of treating diseases
  • ବିଣ — [ଦ୍ର—ଏହି ହକିମି ଚିକିତ୍ସା ପାରସ୍ୟରୁ ମୁସଲମାନ୍ ଓ ମୋଗଲ୍ ବାଦ୍ସାହାମାନଙ୍କ ଅମଳରେ ଭାରତରେ ପ୍ରବେଶ କରିଥିଲା। ହକିମ୍ମାନେ ଅନେକ ଉତ୍କୃଷ୍ଟ ଓ ବିସ୍ମୟୋଦ୍ଦୀପକ ଚିକିତ୍ସା ପ୍ରଣାଳୀ ଆବିଷ୍କାର କରିଥିଲେ। ବାଦ୍ସାହାମାନଙ୍କ ବେଗମ୍ମାନେ ଅସୂର୍ଯ୍ୟମ୍ପଶ୍ୟା ଥିଲେ। ଏପରି ସ୍ଥଳରେ ରୋଗିଣୀଙ୍କୁ ନ ଦେଖି ଔଷଧ ବ୍ଯବସ୍ଥା କରିବାପାଇଁ ହକିମ୍ମାନେ ବାଧ୍ୟ ହେଉଥିଲେ ଓ ବିସ୍ମୟର ବିଷୟ ଏହି ଯେ, ସେଭଳି ଚିକିତ୍ସାରେ ହକିମ୍ମାନେ କୃତକାର୍ଯ୍ୟ ମଧ୍ୟ ହେଉଥିଲେ। ଶୁଣାଅଛିଯେ, ବାଦସାହା ଔଷଧସେବନ କରିବାକୁ ନାରାଜ୍ ହେଲେ ହାକିମ୍ ମାନେ ଔଷଧଘଟିତ ବସ୍ତୁ ପିନ୍ଧାଇ ଓ ସମ୍ମୁଖରେ ନିର୍ଦ୍ଦିଷ୍ଟ ବସ୍ତୁକୁ ଦେଖାଇ ରୋଗ ଭଲ କରୁଥିଲେ। ବାଦ୍ସାହା ଓ ଅମୀର୍ମାନେ ବହୁ— ସଂଖ୍ୟକ ବେଗମ୍ଙ୍କୁ ପତ୍ନୀରୂପେ ଗ୍ରହଣ କରୁଥିବାରୁ ପୁରୁଷ ଓ ସ୍ତ୍ରୀଙ୍କର ଯୌବନରକ୍ଷା ସୌନ୍ଦର୍ଯ୍ୟବୃଦ୍ଧି, କେଶବୃଦ୍ଦି, ଲୋମନାଶ ଓ ଇନ୍ଦ୍ରିୟ ତୃପ୍ତି ଆଦି ପାଇଁ ହକିମ୍ମାନେ ବିସ୍ମୟକର ଔଷଧମାନ ପ୍ରସ୍ତୁତ କରୁଥିଲେ।]