ହକର୍ ହକର୍ ହେବା Hakar hakar hebā
- ଦେ. କ୍ରି — ଦୁଲୁକି ଚାଲି ଚାଲୁଥିବା ଘୋଡ଼ା ଉପରେ (ବସିବା ମନୁଷ୍ୟର ଦେହ) ଉପରକୁ ତଳକୁ ଉଠିପଡ଼ି ଦୋହୋଲିବା — To jolt on a trotting horse; to rise up and down with repeated jerks on a horse which is trotting
- ଦେ. କ୍ରି — [ଉ—ରଜା ଘୋଡ଼ା ଚଢ଼ି ହକର୍ ହକର୍, ମୁଁ ଖଣ୍ଡିଆ କାନ୍ଥ ଚଢ଼ି ହକର୍ ହକର୍—ଢଗ।]
- ଦେ. କ୍ରି — କାନ୍ଧେଇ— ଥିବା ଗଉଡ଼ମାନଙ୍କ କାନ୍ଧର ଅସମତା ଦୋଷରୁ ସବାରିର ଦୋହଲା ଯୋଗୁଁ (ତହିଁରେ ବସିଥିବା ମନୁଷ୍ୟ) ନାଚିଲାଭଳି ହେବା — To Jolt or to have one's body shaken with jerks in a palky borne by inexpert or unequal bearers
- ଦେ. କ୍ରି — ଟେଳା ବିଲରେ ବା ଅସମ ଭୂମିରେ ଚଳୁଥିବା ଶଗଡ଼ରେ ବସିଥିବା ମନୁଷ୍ୟ ନାଚିଲାପରି କ୍ଷଣେ ଉପରକୁ କ୍ଷଣେ ତଳକୁ ଆସିବା — To jolt while riding a cart going on uneven ground
- ଦେ. କ୍ରି — ହକ ହକ ହେବା (ଦେଖ) — Haka haka hebā (See)