ହଂସୋଦକ Haṁsodaka

  • ସଂ. ବି (କର୍ମଧା; ହଂସ=ଉତ୍କୃଷ୍ଟ+ଉଦକ) — ସ୍ୱଚ୍ଛ— ବାରି; ନିର୍ମଳ ଜଳ — Excellent or pure water
  • ସଂ. ବି (କର୍ମଧା; ହଂସ=ଉତ୍କୃଷ୍ଟ+ଉଦକ) — ଘଷାଜଳ; ପାନୀୟ ବିଶେଷ — A kind of drink
  • ସଂ. ବି (କର୍ମଧା; ହଂସ=ଉତ୍କୃଷ୍ଟ+ଉଦକ) — [ଦ୍ର—ନୂଆ ମାଟିହାଣ୍ଡିରେ ପାଣି ରଖି ତାକୁ ଦିନରେ ଖରାରେ ଓ ରାତିରେ ଚନ୍ଦ୍ର କିରଣରେ ମୃଦୁପବନ ବହୁଥିବା ସ୍ଥାନରେ ରଖି ଏଥିରେ ଅଳାଇଚ ଗୁଣ୍ଡା ଆଦି ଦେଇ ଏହି ପାନୀୟ ପ୍ରସ୍ତୁତ କରନ୍ତି ଏହା ଶ୍ରମ, ପିତ୍ତ, ଉଷ୍ଣତା, ଦାହ ବିଷଦୋଷ, ମୂର୍ଚ୍ଛା ଓ ମଦାତ୍ୟୟରେ ଉପକାରୀ— ରାଜନିର୍ଘଣ୍ଟ।]
  • ସଂ. ବି (କର୍ମଧା; ହଂସ=ଉତ୍କୃଷ୍ଟ+ଉଦକ) — (ହଂସ+ଉଦକ ଶରତକାଳରେ ଅଗସ୍ତ୍ୟ ନକ୍ଷତ୍ରୋଦୟ ଦ୍ୱାରା ନିର୍ମ୍ମଳୀକୃତ ଜଳ (ବୈଦ୍ୟଶାସ୍ତ୍ର) — Water turned clear in autumn