ହଂସା ଉଡ଼ିବା Haṁsā uṟḍ̠ibā
- ଦେ. ବି — ଅତି କ୍ଷୁଧାର୍ତ୍ତ ବା ତୃଷାର୍ତ୍ତ ହେବା; କ୍ଷୁଧା ଓ ତୃଷାରେ ଓଷ୍ଠାଗତପ୍ରାଣ ହେବା — Being in extreme pang for thirst and hunger
- ଦେ. ବି — ଅତ୍ୟନ୍ତ ଶୋଷ କରିବା — Feeling extreme thirst
- ଦେ. ବି — କଣ୍ଠାଗତ ପ୍ରାଣହେବା; ମୃତପ୍ରାୟ ହେବା — Being about to die
- ଦେ. ବି — ଧୈର୍ଯ୍ଯଲୋପ ହେବା; ଫାକାସି ଉଡ଼ିଯିବା — Loss of patience
- ଦେ. ବି — [ଉ—ସେ ହକରା ଶୁଣି ଦାସଙ୍କ ଉଡ଼ିଲା ହଂସା— ରାଧାନାଥ—ତିନିବନ୍ଧୁ]
- ଦେ. ବି — ଅଣନିଶ୍ୱାସ ହେବା — Being out of breath