ସ୍ୱୟଂବହ ଯନ୍ତ୍ର Swayambaha j̄antra

  • ସଂ. ବି — ସମଯଜ୍ଞାପକ ଜ୍ୟୋତିଷିକ ଯନ୍ତ୍ରବିଶେଷ — Name of an astronomical self-rotating timekeeper
  • ସଂ. ବି — [ଦ୍ର—ଏହି ଯନ୍ତ୍ର ନିଜେ ଘୂରୁଥାଏ ଓ ଏତଦ୍ଦ୍ୱାରା ସମୟ ନିର୍ଦ୍ଦେଶ କରାଯାଏ। 'ସିଦ୍ଧାନ୍ତଶିରୋମଣି' ଗ୍ରନ୍ଥର ଯନ୍ତ୍ରାଧ୍ୟାୟରେ ଏ ଯନ୍ତ୍ରର ନିର୍ମାଣବିଧି ବର୍ଣ୍ଣିତ ହୋଇଅଛି। ଏହା ଅନେକ ପ୍ରକାରର। ଗୋଟିଏ ପ୍ରକାର ଯନ୍ତ୍ରର ନିର୍ମାଣ ବିଧି—
  • ସଂ. ବି — "ଲଘୁଦାରୁଜ ସମଚକ୍ରେ ସମସୁଷିରାରାଃ ସମାନ୍ତରାନେମ୍ୟାଃ କିଞ୍ଚିଦ୍ବକ୍ରାଯୋଜ୍ୟାଃ ସୁଷିରସ୍ୟାର୍ଦ୍ଧେ ପୃଥକ୍ତାସାଂ ରସପୂର୍ଣ୍ଣେ ତଚ୍ଚକ୍ରଂ ବ୍ୟାଧାରାକ୍ଷସ୍ଥିତଂ ସ୍ୱୟଂ ଭ୍ରମତି" ଲଘୁ (ହାଲୁକା) କାଷ୍ଠରେ ସମବର୍ତ୍ତୁଳ ଗୋଟିଏ ଚକ୍ର କରି, ସେହି ଚକ୍ରର ପରିଧିରେ ସମସଂଖ୍ୟକ ଛିଦ୍ର କରି ତହିଁରେ ଛିଦ୍ରମାନଙ୍କ ସମପରିମିତ ଅରମାନ ଲଗାଇବ। ଅରଗୁଡ଼ିକୁ ଏକଦିଗରେ କିଞ୍ଚିତ୍ ବକ୍ରଭାବରେ ପରସ୍ପର ସମଦୂର କରି ବସାଇବ। ଅରମାନଙ୍କ ଭିତରେ ଥିବା ଛିଦ୍ରମାନଙ୍କ ଅର୍ଦ୍ଧ ଅଂଶକୁ ପାରଦଦ୍ୱାରା ପୂର୍ଣ୍ଣ କରିବ ଓ ଅପର ଅର୍ଦ୍ଧାଂଶ ଶୂନ୍ଯ ରଖିବ। ଯେଉଁ ପରି ଶାଣ ଯନ୍ତ୍ର (ଚକ୍ର)ର ଅଖର ଦୁଇ ମୁଣ୍ଡକୁ ଦୁଇଟି ଖୁଣ୍ଟି ଉପରେ ରକ୍ଷା କରାଯାଏ, ଏ ଚକ୍ରର ଅଖକୁ ଦୁଇଟି ଖୁଣ୍ଟି ଉପରେ ରଖିବ, ଯେପରିକି, ଚକ୍ରଟି ସ୍ୱାଧୀନ— ଭାବରେ ଘୂରି ପାରିବ। ଅର୍ଦ୍ଧସଂଖ୍ୟକ ଅରର ଛିଦ୍ରମଧ୍ୟସ୍ଥ ପାରଦ ଚକ୍ରର କେନ୍ଦ୍ର ପାଖରେ ରହିଯିବ ଓ ବିପରୀତପାଖର ଅରମାନଙ୍କରେ ଥିବା ପାରଦ ଚକ୍ରର ପରିଧି ପାଖକୁ ଚାଲି— ଆସିବ। ଚକ୍ରକୁ ଥରେ ଘୂରାଇଦେଲେ ଅର୍ଦ୍ଧସଂଖ୍ୟକ ଅରର ପାରଦ ଚକ୍ରର ପରିଧିଆଡ଼କୁ ବୋହି ଯାଉଥିବ ଓ ବିପରୀତ ଦିଗର ଅରମାନଙ୍କ ପାରଦ ଚକ୍ରର କେନ୍ଦ୍ର (ନାଡ଼ି) ଆଡ଼କୁ ବହି ଯାଉଥିବ; ଚକ ଘୂରିଲା ବେଳକୁ ନେମି ପାଖର ପାରଦ ନାଭି ଆଡ଼କୁ ଆସୁଥିବ ଓ ନେମିର ଦୂରବର୍ତ୍ତୀ ପାରଦ ନାଭି ଆଡ଼ୁ ବହି ଯାଉଥିବ। ଏହିପରି ପାରଦ କ୍ରମଶଃ ଉପରକୁ ଓ ତଳକୁ ଘୂରି ଯାଉଥିବ। ପୁଣି ନେମିର ଯେଉଁପାଖ ଉପରକୁ ଥିବ ସେ ପାଖର ପାରଦ ନେମି ଆଡ଼କୁ ଚାଲି ଆସୁଥିବ। ଏହିପରି ପାରଦର ସ୍ଥାନ ପରିବର୍ତ୍ତନକ୍ରମ ଅନୁସାରେ ଚକ୍ରର ନେମି ଘୂରୁଥିବ। ତାକୁ ଆଉ ଘୂରାଇବା ଦରକାର ହେବ ନାହିଁ। ଏହି ଚକ୍ର ସ୍ୱୟଂ ଘୂରୁଥିବାରୁ ଏ ଯନ୍ତ୍ରର ନାମ ସ୍ୱୟଂବହ ଯନ୍ତ୍ର—ସନ୍ଦର୍ଭ ଲେଖକ ଶ୍ରୀ ବାଇକୋଳି ମହାପାତ୍ର ଜ୍ୟୋତିଷବିଶାରଦ।]