ସ୍ୱୟଂବର Swayaṁbara
- ସଂ. ବି (ସ୍ୱୟଂ+ବୃ ଧାତୁ+ଭାବ ଅ) — କନ୍ୟାଙ୍କ ଦ୍ୱାରା ସ୍ୱକୀୟ ନିର୍ବାଚନରେ ପତିଗ୍ରହଣ ରୂପ ବିବାହ; ଯେଉଁ ବିବାହରେ ନିମନ୍ତ୍ରିତ ବ୍ଯକ୍ତିମାନଙ୍କ ମଧ୍ୟରୁ କନ୍ୟା ନିଜର ସ୍ୱାମୀଙ୍କୁ ବରଣ କରନ୍ତି — A form of marriage in which the bride chooses her husband from the assembled suitors; self-choice; the election of a husband by a girl at a public gathering of suitors
- ସଂ. ବି (ସ୍ୱୟଂ+ବୃ ଧାତୁ+ଭାବ ଅ) — [ଦ୍ର—ପ୍ରାଚୀନ କାଳରେ ଭାରତୀୟ ଆର୍ଯ୍ୟ; ବିଶେଷତଃ କ୍ଷତ୍ରିୟ ଓ ରାଜବଂଶରେ ଏ ସ୍ୱୟମ୍ବର ପ୍ରଥାରେ ବିବାହ ସମ୍ପାଦିତ ହେଉଥିଲା। କନ୍ଯା ବିବାହ ଯୋଗ୍ୟା ହେଲେ କନ୍ୟାପିତା ବହୁ ଯୋଗ୍ୟ ପ୍ରାର୍ଥୀକୁ ନିମନ୍ତ୍ରଣ କରି ଆଣୁଥିଲେ ଓ ସେମାନଙ୍କର ଉପସ୍ଥିତିରେ ସ୍ୱୟମ୍ବର ସଭା ହେଉଥିଲା। କନ୍ଯା ଉକ୍ତ ସଭାକୁ ଆସି ପ୍ରାର୍ଥୀମାନଙ୍କୁ ଦେଖି ଓ ସେମାନଙ୍କର ଗୁଣ ଆଦି ବିଜ୍ଞାପିତା ହୋଇ ଯାହାଙ୍କୁ ଉପଯୁକ୍ତ ବର ବୋଲି ସ୍ଥିର କରୁଥିଲେ, ତାଙ୍କ ଗଳାରେ ବରଣମାଳା ଅର୍ପଣ କରୁଥିଲେ ଓ ଉକ୍ତ ମନୋନୀତ ବ୍ଯକ୍ତିଙ୍କ ସଙ୍ଗେ ତାଙ୍କର ବିବାହ ବୈଦିକ ଆଚାରମତେ ସମ୍ପନ୍ନ ହେଉଥିଲା।
- ସଂ. ବି (ସ୍ୱୟଂ+ବୃ ଧାତୁ+ଭାବ ଅ) — କେତେକ ସ୍ଥାନରେ ବରଙ୍କ ବଳ ଓ ଗୁଣ ପରୀକ୍ଷା ପାଇଁ କନ୍ୟାପିତା କୌଣସି କାର୍ଯ୍ୟ [ଯଥା—ନିର୍ଦିଷ୍ଟ ଲକ୍ଷ୍ୟଭେଦ] ନିରୂପଣ କରୁଥିଲେ। ଯେ ଉକ୍ତ କାର୍ଯ୍ୟ କରିବାରେ ସମର୍ଥ ହେଉଥିଲେ କନ୍ଯା ତାଙ୍କୁ ବରମାଳା ଅର୍ପଣ କରୁଥିଲେ।]
- ସଂ. ବି (ସ୍ୱୟଂ+ବୃ ଧାତୁ+ଭାବ ଅ) — 2 ସ୍ୱୟମ୍ବର ସଭା; ଯେଉଁଠାରେ କନ୍ୟାଙ୍କ ପାଣିଗ୍ରହଣାର୍ଥ ବରମାନେ ଏକତ୍ର ହେଉଥିଲେ (ହି. ଶ.) — 2ସ୍ୱୟମ୍ବର ସଭା; ଯେଉଁଠାରେ କନ୍ୟାଙ୍କ ପାଣିଗ୍ରହଣାର୍ଥ ବରମାନେ ଏକତ୍ର ହେଉଥିଲେ (ହି. ଶ.)— 2. The assembly or gathering where suitors assembled for selection by the bride