ସ୍ୱୟଂ ପ୍ରଭା Swayaṁ prabhā

  • ସଂ. ବି — ଅପ୍ସରୋବିଶେଷ, ମେରୁସାବର୍ଣ୍ଣି ଋଷିଙ୍କ କନ୍ଯା — Name of one of the heavenly nymphs
  • ସଂ. ବି — [ଦ୍ର—ଏ ମୟଦାନବଙ୍କ ପ୍ରଣୟିନୀ ଓ ହେମା ଅପ୍ସରାଙ୍କର ପ୍ରିୟ ସଖୀ। ହେମାଙ୍କ ଅନୁରୋଧରେ ଏ ମୟ ଦାନବଙ୍କ ପୁରୀକୁ ଜଗୁଥିଲେ। ମୟଦାନବଙ୍କ ଔରସରେ ଏହାଙ୍କ ଗର୍ଭରୁ ମନ୍ଦୋଦରୀ ଜନ୍ମ ଗ୍ରହଣ କରିଥିଲେ। ସୀତାନ୍ୱେଷଣ ରତ ହନୁମାନଙ୍କ ସଙ୍ଗେ ମୟଦାନବଙ୍କ ପୁରୀଠାରେ ଏହାଙ୍କର ଭେଟ ହୋଇଥିଲା।]
  • ସଂ. ବିଣ. ସ୍ତ୍ରୀ — ସ୍ୱୟଂ ପ୍ରଭର ସ୍ତ୍ରୀଲିଙ୍ଗ — Feminine of Swayaṁ prabha