ସ୍ୱୈରନ୍ଧ୍ରି Swa̲i̱randhri
- ସଂ. ବି. ସ୍ତ୍ରୀ (ସ୍ୱୈର=ସ୍ୱେଚ୍ଛାଚାର+ଧୃ ଧାତୁ+କର୍ତ୍ତୃ. ଅ+ ଈ. ନିପାତନ) — ପରଗୃହସ୍ଥା ସ୍ୱବଶା ଶିଳ୍ପ— କାରିଣୀ ନାରୀ, ଯେଉଁ ଚାକରାଣୀ ରାଜା ଆଦିଙ୍କ ସ୍ତ୍ରୀମାନଙ୍କର ପ୍ରସାଧନ, ଗନ୍ଧାନୁଲେପନାଦି ଶିଳ୍ପକର୍ମ କରେ; ଅଥଚ ତା ନିଜର ଇଚ୍ଛାନୁସାରେ ଚାକିରୀ କରେ ବା ଛାଡ଼ି ଦେଇପାରେ — A maid servant who is free in her movements and who is engaged in attending to the toilette of the females of the harem of Rajas
- ସଂ. ବି. ସ୍ତ୍ରୀ (ସ୍ୱୈର=ସ୍ୱେଚ୍ଛାଚାର+ଧୃ ଧାତୁ+କର୍ତ୍ତୃ. ଅ+ ଈ. ନିପାତନ) — [ଦ୍ର—ପାଣ୍ଡବମାନଙ୍କର ଅଜ୍ଞାତବାସ କାଳରେ ଦ୍ରୌପଦୀ ଏହି ନାମରେ ବିରାଟରାଜଭବନରେ ଆପଣାକୁ ପରିଚିତା କରାଇ ଆଶ୍ରୟ ନେଇଥିଲେ।]