ସ୍ୱାସ୍ଥ୍ୟ ପାନ କରିବା Swāsthyapāna karibā
- ଦେ. କ୍ରି (ଇଂରାଜୀ ବାକ୍ୟର ଓଡ଼ିଆ ଅନୁବାଦ) — ପାଶ୍ଚାତ୍ୟ ରୀତି ଅନୁସାରେ ଆଧୁନିକ ଭୋଜନ—ସମ୍ମେଳନୀରେ କୌଣସି ବିଶିଷ୍ଟ ବ୍ଯକ୍ତିଙ୍କର ସ୍ୱାସ୍ଥ୍ୟ କାମନା କରି ମଦ୍ୟ ପାନ କରିବା — To drink the health of; to toast (a person)
- ଦେ. କ୍ରି (ଇଂରାଜୀ ବାକ୍ୟର ଓଡ଼ିଆ ଅନୁବାଦ) — [ଦ୍ର—ପାଶ୍ଚାତ୍ୟ ଭୋଜୀରେ ସମାଗତ ବିଶିଷ୍ଟ ଅତିଥିଙ୍କର ବା କୌଣସି ବିଶିଷ୍ଟ ବ୍ଯକ୍ତିଙ୍କର ସ୍ୱାସ୍ଥ୍ୟ କାମନା କରି ଭୋଜୀରେ ଯୋଗ ଦେବା ବ୍ଯକ୍ତିମାନେ ମଦ୍ୟ ପାନ କରନ୍ତି।]