ସ୍ୱାତି Swāti

  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) (ପୁରାଣୋକ୍ତ) ସୂର୍ଯ୍ୟ ପତ୍ନୀବିଶେଷ (ତ୍ରିକାଣ୍ଡ ଶେଷ) — Name of one of the wives of the sun god
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) [ଦ୍ର—ସୂର୍ଯ୍ୟଙ୍କ ପତ୍ନୀମାନଙ୍କ ନାମ—ସଂଜ୍ଞା, ସ୍ୱାତି, ସୂର୍ଯ୍ୟା, ସୁବର୍ଚ୍ଚଳା, ସରେଣୁ, ଦ୍ୟୁର୍ମୟୀ, ତ୍ୱାଷ୍ଟ୍ରୀ (ତ୍ରିକାଣ୍ଡ ଶେଷ)
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) ଖଡ଼୍ଗ (ଧରଣୀ) — Sword
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) ବହୁଶାଖ ତୃଣ ବିଶେଷ — A species of grass having many branches
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) ଜ୍ୟୋତିଷୋକ୍ତ ସପ୍ତ ବିଂଶତି ନକ୍ଷତ୍ର ମଧ୍ୟରୁ ପଞ୍ଚଦଶ ନକ୍ଷତ୍ର — (Astrology) The 15th asterism
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) [ଦ୍ର—ଏହା କୁଙ୍କୁମାରୁଣ— ବର୍ଣ୍ଣ ଓ ଏକତାରକାଯୁକ୍ତ। ଏହାର ଅଧିଦେବତା ପବନ। ଏହି ନକ୍ଷତ୍ରରେ ଜାତ ବ୍ଯକ୍ତି କନ୍ଦର୍ପପରି ରୂପବାନ୍ କାନ୍ତାଜନପ୍ରିୟ, ରତିପ୍ରସନ୍ନ, ମହାମତି ଓ ବିଭୂତିଶାଳୀ ହୁଅନ୍ତି।—କୋଷ୍ଠୀ ପ୍ରଦୀପ ମୁହୂର୍ତ୍ତଚିନ୍ତାମଣି]
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) ଏହି ନକ୍ଷତ୍ରଯୁକ୍ତ ତିଥିରେ ପବନ ବା ବତାସ ବହେ ଓ ବୃଷ୍ଟି ହୁଏ ବୋଲି ଲୌକିକ ବିଶ୍ୱାସ ଅଛି।
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) ଅମାବାସ୍ୟା, ଶନିବାର ଓ ସ୍ୱାତି ନକ୍ଷତ୍ର ଏହି ତିନିଙ୍କର ଏକତ୍ର ସଂଯୋଗ ମହାବାତ୍ୟାସୂଚକ। ପୁରାଣରେ ଉକ୍ତ ଅଛି ଯେ, ସ୍ୱାତି ନକ୍ଷତ୍ରରେ ହେବା ବର୍ଷା ବା ଜଳବିନ୍ଦୁ ସାମୁକାରେ ମୁକ୍ତା, ବାଉଁଶରେ ବଂଶଲୋଚନ ଓ ସର୍ପଙ୍କଠାରେ ବିଷ ଉତ୍ପାଦନ କରେ।]
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) (ଉ—ମହାବାତ୍ୟା ଯଥା ଅମାସୌରି ସ୍ୱାତିଯୋଗେ—ରାଧାନାଥ, ମହାଯାତ୍ରା।)
  • ସଂ. ବି—(ସ୍ୱ+ଅତ୍ଧାତୁ=ଗମନ କରିବା+କର୍ତ୍ତୃ ଇ;) ଝଡ଼ି ବର୍ଷା; ଲଗାଣ; ବତାସ — Storm; hurricane accompanied with continuous rain
  • ପ୍ରାଦେ. (ଗଡ଼ଜାତ) ବି — ଟଭାପରି ଏକ ପ୍ରକାର ମଧୁର ଫଳ — A species of sweet fruit like citron