ସ୍ୱାତି ଯୋଗ Swāti j̄oga
- ସଂ. ବି—(ଜ୍ୟୋତିଷ) — ଆଷାଢ଼ ମାସ ଶୁକ୍ଳ ପକ୍ଷରେ ଚନ୍ଦ୍ରଙ୍କର ସ୍ୱାତି ନକ୍ଷତ୍ର ସଙ୍ଗେ ସଂଯୋଗ — (astrology) The conjunction of the moon with the 5th asterism during the bright lunar fortnight of Āshāṟḍ̠ha
- ସଂ. ବି—(ଜ୍ୟୋତିଷ) — [ଦ୍ର—ସ୍ୱାତୀ ନକ୍ଷତ୍ରଯୁକ୍ତ ଆଷାଢ଼ ଶୁକ୍ଳତିଥିରେ ରାତ୍ରିର ପ୍ରଥମ ପ୍ରହରରେ ବୃଷ୍ଟି ହେଲେ ଶଷ୍ୟ ବୃଦ୍ଧି ହୁଏ; ଦ୍ୱିତୀୟ ପ୍ରହରରେ ତିଳାଦି ଶସ୍ୟ ପ୍ରଚୁର ହୁଏ; ତୃତୀୟ ପ୍ରହରରେ ଗ୍ରୀଷ୍ମକାଳୀନ ଶସ୍ୟ ପ୍ରଚୁର ହୁଏ। ଦିବସର ପ୍ରଥମ ତୃତୀୟ ଓ ଚତୁର୍ଥ ଭାଗରେ ବୃଷ୍ଟି ହେଲେ ହିତକର ହୁଏ, ଅନ୍ଯଥା ଅଶୁଭ—ଶ୍ରୀ ବାଇକୋଳି ଜ୍ୟୋତିଷବିଶାରଦ।]
- ସଂ. ବି—(ଜ୍ୟୋତିଷ) — (ଜ୍ୟୋତିଷ) ରବିବାର, ଶନିବାର ବା ମଙ୍ଗଳବାର ଦିନ ଅମାବାସ୍ୟା ହେବା ଓ ସେ ଦିନ ରବିର ସ୍ୱାତି ନକ୍ଷତ୍ର ରେ ଅବସ୍ଥିତି ରୂପ ଜ୍ୟୋତିଷିକ ଯୋଗ — (astrology) The conjunction of the sun with the 15th asterism on the new- moon day of the month of Karttika, if it falls on a sunday, saturday or tuesday
- ସଂ. ବି—(ଜ୍ୟୋତିଷ) — [ଦ୍ର—ଏ ଯୋଗରେ ତୋଫାନ ବା ବୃଷ୍ଟି ହେଲେ ବହୁ ପ୍ରାଣୀ ବିନଷ୍ଟ ହୁଅନ୍ତି। ଶ୍ରୀ ବାଇକୋଳି ଜ୍ୟୋତିଷବିଶାରଦ।]